କୋଭିଡ ଗାଇଡଲାଇନ୍ ଅନୁସାରେ ହେବ ମତଦାନ ଓ ଗଣତି

କୋଭିଡ ଗାଇଡଲାଇନ୍ ଅନୁସାରେ ହେବ ମତଦାନ ଓ ଗଣତି

ଭୁବନେଶ୍ବର : ଚଳିତ ପଞ୍ଚାୟତ ନିର୍ବାଚନରେ ମତଦାନ ଓ ମତଗଣନା କାର୍ଯ୍ୟ କୋଭିଡ-୧୯ ନିୟମାବଳୀ ଅନୁସାରେ ହେବ। ଏଥିପାଇଁ ମତଦାନର ପୂର୍ବଦିନ ମତଦାନ କେନ୍ଦ୍ରଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯିବ ଏବଂ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ଦ୍ବିତୀୟ ଡୋଜ୍ କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ କରାଯିବ। ମତଦାନ କେନ୍ଦ୍ରରେ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବା ଓ ସାନିଟାଇଜର୍ ବ୍ୟବହାର କରିବା ବାଧ୍ୟତାମୂଳକ। ଭୋଟ୍‌ ଦିନ ଭୋଟରଙ୍କ ପ୍ରବେଶ ପାଇଁ ପ୍ରବେଶ ଦ୍ବାର ନିକଟରେ ଥର୍ମାଲ୍ ସ୍କ୍ରିନିଂ ସହ ସାନିଟାଇଜର୍ ବ୍ୟବହାର କରାଯିବ। ପ୍ରତ୍ୟେକ ଭୋଟର ମାସ୍କ ପିନ୍ଧି ମତଦାନ କରିବେ। ସେହିପରି ମତଗଣନା ନିମନ୍ତେ ଚିହ୍ନଟ ହୋଇଥିବା ମତଗଣନା କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯିବ। ମତଗଣନାରେ ନିୟୋଜିତ ସମସ୍ତ କର୍ମଚାରୀ ଦ୍ବିତୀୟ ଡୋଜ୍‌ ଟିକା ନେବା ବାଧ୍ୟତାମୂଳକ କରାଯିବ। ସମସ୍ତ କର୍ମଚାରୀ ମାସ୍କ ଓ ଗ୍ଲୋବ୍ସ ପିନ୍ଧି ମତଗଣନା କାର୍ଯ୍ୟରେ ନିୟୋଜିତ ହେବେ। କାଉଣ୍ଟିଂ ଏଜେଣ୍ଟମାନେ ମଧ୍ୟ ମାସ୍କ ପିନ୍ଧିବା ସହ ଦ୍ବିତୀୟ ଡୋଜ୍ ଟିକା ନେଇଥିବା ବାଧ୍ୟତାମୂଳକ ହେବ। ମତଗଣନା କେନ୍ଦ୍ରରେ ସାମାଜିକ ଦୂରତା ରଖି କର୍ମଚାରୀମାନେ କାର୍ଯ୍ୟ କରିବେ। ଅପରପକ୍ଷେ ମତଗଣନା କେନ୍ଦ୍ରକୁ ପ୍ରବେଶ ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀ ଦ୍ବିତୀୟ ଡୋଜ୍‌ ଟିକା ନେଇଥିଲେ ବି ମତଗଣନାର ୪୮ଘଣ୍ଟା ମଧ୍ୟରେ ଆର୍‌ଟିପିସିଆର୍ ଟେଷ୍ଟ କରି ରିପୋର୍ଟ ଆଣିବେ। ଏଠାରେ ନିୟୋଜିତ ହେବାକୁ ଥିବା ସୁରକ୍ଷାକର୍ମୀ ବି କୋଭିଡ ନିୟମ ମାନିବେ। କୋଭିଡ ଦ୍ବିତୀୟ ଡୋଜ୍ ଟିକା ନେଇଥିବା ସତ୍ତ୍ବେ ଯଦି କୋଭିଡ୍‌ର କୌଣସି ଲକ୍ଷଣ ଯଥା ଜ୍ବର, ସର୍ଦ୍ଦି, ଥଣ୍ଡା ଆଦି ଲକ୍ଷଣ ଦେଖାଯାଏ ତେବେ ଉକ୍ତ କର୍ମଚାରୀଙ୍କୁ ମତଗଣନା କେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ମିଳିବନି।

Share Now:

Kalinga News Beuro

Next Post

ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି ବିଜେପି: ବିଜେଡି

Wed Feb 16 , 2022
ଭୁବନେଶ୍ୱର: ବିଜୁ ଜନତା ଦଳ ସବୁ ବେଳେ ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ଦ୍ୱାରା ହିଁ ଗଣତନ୍ତ୍ରକୁ ସୁଦୃଢ଼ କରାଯାଇ ପାରିବ ବୋଲି କହିଛନ୍ତି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏବଂ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ନିର୍ବାଚନୀ ହିଂସାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟ୍‌ର ଜବାବ ଦେଇ ଶ୍ରୀ ଦାସ କହିଛନ୍ତି ଯେ, ଦୁଃଖର କଥା ହେଉଛି ଓଡ଼ିଶାର ପ୍ରମୁଖ […]
ପ୍ରଣବ ପ୍ରକାଶ ଦାସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial