ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି ବିଜେପି: ବିଜେଡି

ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ବିଜୁ ଜନତା ଦଳ ସବୁ ବେଳେ ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ଦ୍ୱାରା ହିଁ ଗଣତନ୍ତ୍ରକୁ ସୁଦୃଢ଼ କରାଯାଇ ପାରିବ ବୋଲି କହିଛନ୍ତି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏବଂ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ନିର୍ବାଚନୀ ହିଂସାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟ୍‌ର ଜବାବ ଦେଇ ଶ୍ରୀ ଦାସ କହିଛନ୍ତି ଯେ, ଦୁଃଖର କଥା ହେଉଛି ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ବିଜେପି, ଚଳିତ ପଞ୍ଚାୟତ ନିର୍ବାଚନରେ ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି। ବିଜେପି ନେତା କର୍ମୀମାନେ ଗଜପତି ଓ ପିପିଲିରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଛନ୍ତି। କୋରାପୁଟ, ସାଲେପୁର, ବ୍ରହ୍ମଗିରି, କଣାସ, ଢେଙ୍କାନାଳ ଏବଂ ଆହୁରି ଅନେକ ଜିଲ୍ଲାମାନଙ୍କରେ ବିଜେପି ନିର୍ବାଚନୀ ହିଂସା କରିଛି।
ଏହା ପୂର୍ବରୁ ବିଜେପି ସାଂସଦ ଜୁଏଲ ଓରାମ ଜଣେ ମହିଳାଙ୍କ ସହ ଅସଦାଚରଣ କରିବା ଓ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ତାଙ୍କ ହାତ ଭାଙ୍ଗି ଦେବା ଭଳି ଘଟଣା ବିଜେପିର ହିଂସା ପ୍ରବଣତାକୁ ଦର୍ଶାଇଥିଲା। ବିଜେଡି ଆଶା କରୁଛି ଯେ ବିଜେପି ହିଂସାରୁ ନିବୃତ୍ତ ରହି ଏହି ଗଣତନ୍ତ୍ରର ପର୍ବକୁ ଅହିଂସା ଦ୍ୱାରା ସୁଦୃଢ଼ କରିବ ବୋଲି ଶ୍ରୀ ଦାସ କହିଛନ୍ତି।

Share Now:

Kalinga News Beuro

Next Post

ଦେଶରେ ସଂକ୍ରମଣ କମୁଛି, ଅତିରିକ୍ତ କଟକଣା ହଟାଅ : ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

Wed Feb 16 , 2022
ନୂଆଦିଲ୍ଲୀ : ଦେଶରେ କରୋନାର ୩ୟ ଲହରର ପ୍ରକୋପ ଧୀରେ ଧୀରେ ହ୍ରାସ ପାଇଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ କୋଭିଡ୍ କଟକଣାକୁ ଧୀରେ ଧୀରେ କୋହଳ କରାଯାଉଛି। ତେବେ କେତେକ ଅତିରିକ୍ତ କଟକଣା ଏବେ ବି ଲାଗୁ ରହିଛି। ଏସବୁ ଅତିରିକ୍ତ କଟକଣାକୁ ହଟାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ […]
ଅତିରିକ୍ତ କଟକଣା ହଟାଅ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial