ଦେଶରେ ସଂକ୍ରମଣ କମୁଛି, ଅତିରିକ୍ତ କଟକଣା ହଟାଅ : ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ଅତିରିକ୍ତ କଟକଣା ହଟାଅ

ନୂଆଦିଲ୍ଲୀ : ଦେଶରେ କରୋନାର ୩ୟ ଲହରର ପ୍ରକୋପ ଧୀରେ ଧୀରେ ହ୍ରାସ ପାଇଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ କୋଭିଡ୍ କଟକଣାକୁ ଧୀରେ ଧୀରେ କୋହଳ କରାଯାଉଛି। ତେବେ କେତେକ ଅତିରିକ୍ତ କଟକଣା ଏବେ ବି ଲାଗୁ ରହିଛି। ଏସବୁ ଅତିରିକ୍ତ କଟକଣାକୁ ହଟାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସରକାରମାନେ ସଂକ୍ରମଣ ସ୍ଥିତି, ସକ୍ରିୟ ସଂକ୍ରମଣ ସଂଖ୍ୟା, ପଜିଟିଭିଟି ହାର ଆଦିର ସମୀକ୍ଷା କରିବା ସହ ଲାଗୁ ରହିଥିବା ଅତିରିକ୍ତ କଟକଣାଗୁଡ଼ିକୁ ପ୍ରତ୍ୟାହାର କରିନିଅନ୍ତୁ।
କଟକଣା ହଟାଇବା ସହ ପ୍ରଶାସନ ପକ୍ଷରୁ ଦୈନିକ ଭିତ୍ତିରେ ସଂକ୍ରମଣ ହାରର ସମୀକ୍ଷା ଜାରି ରଖିବା ଉଚିତ। ପୂର୍ବପରି କୋଭିଡ ପରୀକ୍ଷା, ଟ୍ରାକିଂ, ଟିକାକରଣ, କୋଭିଡ ନିରୋଧୀ ଆଚରଣ ଉପରେ ଗୁରୁତ୍ବ ଜାରି ରହିବା ଉଚିତ। ସୂଚନାଯୋଗ୍ୟ ଯେ, ଦେଶରେ କରୋନାର ୩ୟ ଲହର ଆସିବା ପରେ ଗତ ଡିସେମ୍ବର ମାସରେ ରାଜ୍ୟ ସରକାରମାନେ ଅତିରିକ୍ତ କଟକଣା ଲଗାଇଥିଲେ। କେତେକ ରାଜ୍ୟରେ ରାତି କର୍ଫ୍ୟୁ ଲଗାଯାଇଥିଲା,ଜନସମାଗମ ଉପରେ କଟକଣା ଲଗାଯାଇଥିଲା। ଏପରିକି ନିର୍ବାଚନ ପ୍ରଚାର ଉପରେ ବି କେତେକ କଟକଣା ଲଗାଯାଇଥିଲା।

Share Now:

Kalinga News Beuro

Next Post

ନଁପୁଟରେ ପ୍ରଚାର କଲେ ମନ୍ତ୍ରୀ ଓ ସାଂସଦ

Wed Feb 16 , 2022
ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲା ପରିଷଦ ୨୯ ନମ୍ବର ଜୋନ୍‌ ଅନ୍ତର୍ଗତ ଭୁବନେଶ୍ବର ବ୍ଲକ ନଁପୁଟ ପଞ୍ଚାୟତରେ ଆଜି ବିଜେଡି ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଓ ରାଜ୍ୟସଭା ସାଂସଦ ମୁନା ଖାଁ ପ୍ରଚାର କରିଥିଲେ। ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କ ନେତୃତ୍ବରେ ଆୟୋଜିତ ଏକ ବିଶାଳ ଶୋଭାଯାତ୍ରାରେ ମନ୍ତ୍ରୀ ଶ୍ରୀ ପଣ୍ଡା ଓ ସାଂସଦ ଶ୍ରୀ ଖାଁଙ୍କୁ ପଞ୍ଚାୟତର ବିଭିନ୍ନ ଗାଁକୁ ନିଆଯାଇଥିଲା। ସିଭି ରମଣ […]
ନଁପୁଟରେ ପ୍ରଚାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial