ଆମେରିକା ପରେ ବିଶ୍ୱରେ ସର୍ବାଧିକ ସକ୍ରିୟ ମାମଲା ଭାରତରେ

କରୋନା ପ୍ରଭାବ

ଦେଶରେ ଦିନକରେ ୭୮ହଜାରରୁ ଅଧିକ କରୋନା ସଂକ୍ରମିତ 

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ ଲକ୍ଷ ଟପିଯାଇଛି। ସେପ୍ଟେମ୍ବର ମାସର ପ୍ରଥମ ଦିନରେ ଦେଶରେ ୭୮ ହଜାର ୩୫୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଆରୋଗ୍ୟଙ୍କ ସଂଖ୍ୟା ୨୯ ଲକ୍ଷ ଟପିବା ସହ ଆରୋଗ୍ୟ ହାର ୭୬.୯୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ପୁଣି ୧.୦୪୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ୬୬ ହଜାର ୩୩୩କୁ ବୃଦ୍ଧି ପାଇଛି। ତେବେ ଦେଶରେ ସକ୍ରିୟ ମାମଲା ଗତ କିଛି ସପ୍ତାହ ମଧ୍ୟରେ ବୃଦ୍ଧି ପାଇଛି। ସକ୍ରିୟ ମାମଲା ୮ ଲକ୍ଷ ଟପିଯାଇଛି। ସକ୍ରିୟ ମାମଲା ୭ ଲକ୍ଷରୁ ୮ ଲକ୍ଷ ହେବାପାଇଁ ୧୧ ଦିନ ଲାଗିଛି। ଅନ୍ୟପକ୍ଷେ ସକ୍ରିୟ ମାମଲା ୬ ଲକ୍ଷରୁ ୭ ଲକ୍ଷ ହେବାପାଇଁ ୧୫ ଦିନ ଲାଗିଥିଲା। ଗତ ସପ୍ତାହରେ ଦେଶରେ ସକ୍ରିୟ ମାମଲା ବୃଦ୍ଧି ପାଇଛି। ଆମେରିକା ପରେ ବିଶ୍ବରେ ସର୍ବାଧିକ ସକ୍ରିୟ ମାମଲା ଭାରତରେ ରହିଛି। କେବଳ ଆମେରିକା, ବ୍ରାଜିଲ୍‌ ଏବଂ ରୁଷ୍‌ର ମୋଟ୍‌ ସଂକ୍ରମଣ ମାମଲା ଭାରତର ସକ୍ରିୟ ମାମଲାଠାରୁ ଅଧିକ ରହିଛି। ଅନ୍ୟ ସମସ୍ତ ରାଷ୍ଟ୍ରର ମୋଟ୍‌ ସଂକ୍ରମଣ ମାମଲା ତୁଳନାରେ ଭାରତର ସକ୍ରିୟ ମାମଲା ଅଧିକ ରହିଛି। ଦେଶରେ ଏବେ ମୋଟ୍‌ ୩୭ ଲକ୍ଷ ୬୯ ହଜାର ୫୨୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ମୋଟ୍‌ ୨୯ ଲକ୍ଷ ୧ ହଜାର ୯୦୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୨୧.୨୬ ପ୍ରତିଶତ । ଅନ୍ୟପକ୍ଷେ ମୃତ୍ୟୁହାର ୧.୭୬ ପ୍ରତିଶତକୁ କମିଆସିଛି। ଆଇସିଏମ୍‌ଆର ଅନୁଯାୟୀ ସେପ୍ଟେମ୍ବର ୧ସୁଦ୍ଧା ୪ କୋଟି ୪୩ ଲକ୍ଷ ୩୭ ହଜାର ୨୦୧ ନମୁନା ପରୀକ୍ଷା କରାଯାଇଛି। ଏଥି ମଧ୍ୟରୁ ୧୦ ଲକ୍ଷ ୧୨ ହଜାର ୩୬୭ ନମୁନା ମଙ୍ଗଳବାର ପରୀକ୍ଷା କରାଯାଇଛି। ତେବେ ଭାରତର ଅଗଷ୍ଟ ମାସର ସଂକ୍ରମଣ ମାମଲା ବିଶ୍ବରେ ସର୍ବାଧିକ। ଗତ ସପ୍ତାହରେ ଲଗାତାର ୫ ଦିନ ଧରି ଦେଶରେ ୭୬ ହଜାରରୁ ଅଧିକ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି। ତେବେ ୫ଟି ରାଜ୍ୟ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରେ ଲଗାତାର ସଂକ୍ରମଣ ମାମଲା ବଢ଼ୁଛି। ଏହି ୫ଟି ରାଜ୍ୟରୁ ମଧ୍ୟ ଅଧିକାଂଶ ରୋଗୀ କରୋନାରୁ ସୁସ୍ଥ ହେଉଛନ୍ତି।

Share Now:

Kalinga News Beuro

Next Post

ଉଜାଡିଦେଲା ବନ୍ୟା : ଚାଷୀକୂଳ ହତାଶ

Thu Sep 3 , 2020
ପରିବା ଦର ଆକାଶ ଛୁଆଁ ,ପୋଟଳ ଶହେ, କଞ୍ଚାଲଙ୍କା ଦୁଇ ଶହ ବାଲିଅନ୍ତା : ଯେଉଁ ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳ ରାଜଧାନୀକୁ ସଦ୍ୟ ପରିବା ଯୋଗାଉଥିଲା, ଆଜି ସେଠି ପରିବା ଦର ଆକାଶ ଛୁଆଁ ହୋ‌ଇଛି। କୁଆଖାଇ, କୁଶଭଦ୍ରା ଏବଂ ଭାର୍ଗବୀ ନଦୀ ବନ୍ୟାରେ ବ୍ୟାପକ ପରିବା ଫସଲ ଜମି ପଚିସଢ଼ି ନଷ୍ଟ ହୋଇଯାଇଥିବାରୁ ଏବେ ବିଲରେ ପରିବା କଷିଟିଏ ଦେଖିବାକୁ ମିଳୁନି। ତେଣୁ ଯେଉଁ ଅଞ୍ଚଳ ପରିବା […]
ବନ୍ୟା ବିତ୍ପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial