ପ୍ରଥମ ଦେଶ ଭାବେ କୋଭିଡ ଟିକାର ମାନବ ପରୀକ୍ଷଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କଲା ଋଷିଆ

ସେପ୍ଟେମ୍ବରରେ ଆସିପାରେ କୋଭିଡ-୧୯ ଟିକା

ମସ୍କୋ : ଋଷିଆ ପ୍ରଥମ ଦେଶ ଭାବେ କୋଭିଡ-୧୯ ଟିକାର ମାନବ ପରୀକ୍ଷଣ କରିଛି। ଋଷିଆର ସେଚେନୋଭ ବିଶ୍ବବିଦ୍ୟାଳୟ ମଣିଷ ଉପରେ ସଫଳତାର ସହ କୋଭିଡ ଟିକା ପ୍ରୟୋଗ କରିଛି। ବିଶ୍ବର ପ୍ରଥମ କୋଭିଡ ଟିକା ମଣିଷ ଉପରେ ସଫଳତା‌ର ସହ ପରୀକ୍ଷା କରାଯାଇଛି ବୋଲି ସେଚେନୋଭ ବିଶ୍ବବିଦ୍ୟାଳୟର ଟ୍ରାନ୍‌ସଲେସନାଲ ମେଡିସିନ ଆଣ୍ଡ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ଭାଦିମ ତାରାସୋଭ କହିଛନ୍ତି। ବିଶ୍ବବିଦ୍ୟାଳୟ ପକ୍ଷରୁ ପୂର୍ବରୁ ଗତ ଜୁନ୍‌ ୧୮ରେ ନୈଦାନିକ ପରୀକ୍ଷଣ ହୋଇଥିଲା।

Share Now:

Kalinga News Beuro

Next Post

ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ

Tue Jul 14 , 2020
ସତ୍ୟଜିତ ମହାନ୍ତି ଅଗ୍ନିଶମ ଓ ହୋମଗାର୍ଡ ଡିଜି,ଉମାଶଙ୍କର ଦାଶ ଭୁବନେଶ୍ୱରର ନୂଆ ଡିସିପି ଭୁବନେଶ୍ୱର: ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। କଟକ ଡିସିପି ଦାୟିତ୍ବରେ ଥିବା ଅଖିଳେଶ୍ବର ସିଂହଙ୍କୁ ପୁରୀ ଏସପି ବଦଳି କରାଯାଇ ତାଙ୍କ ସ୍ଥାନରେ କନ୍ଧମାଳ ଏସପି ପ୍ରତୀକ ସିଂହଙ୍କୁ କଟକ ଡିସିପି ନିଯୁକ୍ତି ଦିଆଯାଇଛି। ଅପରପକ୍ଷରେ ପୁରୀ ଏସପି ଉମାଶଙ୍କର ଦାଶଙ୍କୁ ଭୁବନେଶ୍ୱର ଡିସିପି ଭାବେ ଅବସ୍ଥାପିତ କରାଯାଇଛି। ଏସପି ଭିଜିଲାନ୍ସ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial