ଚୀନରେ କଠୋର ଲକଡାଉନ୍ : ନିଆଁ ଲାଗିଥିବା ଆପାର୍ଟମେଣ୍ଟରୁ ବି ଲୋକଙ୍କୁ ଛାଡ଼ିଲେନି, ୧୦ ମୃତ

ଚୀନରେ କଠୋର ଲକଡାଉନ୍

ବେଜିଂ : ଚୀନରେ କଠୋର କୋଭିଡ କଟକଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଲୋକମାନେ ଧୀରେ ଧୀରେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ ଓ ବିକ୍ଷୋଭ କରିବା ଆରମ୍ଭ କରିଛନ୍ତି। ଦୁଇ ଦିନ ପୂର୍ବେ ସିଜିଆନ ପ୍ରଦେଶରେ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହେବା ପରେ ଶନିବାର ଦିନ ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲୋକମାନଙ୍କ ଅଭିଯୋଗ ଅନୁସାରେ ଆପାର୍ଟମେଣ୍ଟରେ ନିଆଁ ଲାଗିବା ସତ୍ତ୍ବେ ସେଠାରେ ରହୁଥିବା ଲୋକମାନଙ୍କୁ ଘର ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ଏହା ଫଳରେ ୧୦ ଜଣ ଲୋକ ମୃତ୍ୟୁବରଣ କରିଥିଲେ ଓ ୯ ଜଣ ଆହତ ହୋଇଥିଲେ। ମାସ ମାସ ଧରି ଲକଡାଉନରେ ରହିବା ପରେ ଚୀନର ଲୋକମାନଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଜଳିବାରେ ଲାଗିଛି। ଚୀନର କଠୋର ଆଇନ ଓ ନିର୍ଦ୍ଦୟ ସୁରକ୍ଷାବାହିନୀ ସତ୍ତ୍ୱେ ଲୋକମାନେ ରାସ୍ତାକୁ ଓହ୍ଲାଇଆସୁଛନ୍ତି ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏପରିକି ଲୋକମାନେ ସୋସିଆଲ ମିଡିଆରେ ବି ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। କିଛି ଦିନ ପୂର୍ବେ ଝାଙ୍ଗଝୁଠାରେ ଥିବା ଆପଲ କମ୍ପାନି ପାଇଁ ଆଇଫୋନ ତିଆରି କରୁଥିବା ଫକ୍ସକନ କାରଖାନାରେ କଠୋର କୋଭିଡ କଟକଣା ଯୋଗୁଁ ଶ୍ରମିକ ଅଶାନ୍ତି ଦେଖାଦେଇଥିଲା। ପରେ ତାହା ହିଂସାତ୍ମକ ରୂପ ନେଇଥିଲା।

Share Now:

Kalinga News Beuro

Next Post

ରାଜଧାନୀରେ ଚାଞ୍ଚଲ୍ୟ : ୧୨ ବ‌ର୍ଷୀୟା ଘରୋଇ ସହାୟିକା ଗର୍ଭବତୀ

Sat Nov 26 , 2022
ଚନ୍ଦ୍ରଶେଖରପୁର: ଘରୋଇ ସହାୟିକା ଭାବେ ନିଯୁକ୍ତି ଦେଇ ମାତ୍ର ୧୨ ବର୍ଷ ବୟସର ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଭଳି ଦୁଇ ଦୁଇଟି ସଂଗିନ୍ ଅଭିଯୋଗ‌ରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଏଭଳି ବର୍ବରକାଣ୍ଡ ଭିଆଇଥିବା ଅଭିଯୁକ୍ତ ହେଉଛି ନୀଳାଦ୍ରିବିହାର ଅଞ୍ଚଳର ଏକ ବସ୍ତିରେ ରହୁଥିବା କନ୍ଧମାଳର ଜର୍ଜ ଦିଗାଲ(୨୩)। ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀଙ୍କ ସହଯୋଗରେ ଆଜି ଖୋର୍ଦ୍ଧା ଶିଶୁ କଲ୍ୟାଣ […]
୧୨ ବ‌ର୍ଷୀୟା ଘରୋଇ ସହାୟିକା ଗର୍ଭବତୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial