ନଁପୁଟରେ ପ୍ରଚାର କଲେ ମନ୍ତ୍ରୀ ଓ ସାଂସଦ

ନଁପୁଟରେ ପ୍ରଚାର

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲା ପରିଷଦ ୨୯ ନମ୍ବର ଜୋନ୍‌ ଅନ୍ତର୍ଗତ ଭୁବନେଶ୍ବର ବ୍ଲକ ନଁପୁଟ ପଞ୍ଚାୟତରେ ଆଜି ବିଜେଡି ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଓ ରାଜ୍ୟସଭା ସାଂସଦ ମୁନା ଖାଁ ପ୍ରଚାର କରିଥିଲେ। ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କ ନେତୃତ୍ବରେ ଆୟୋଜିତ ଏକ ବିଶାଳ ଶୋଭାଯାତ୍ରାରେ ମନ୍ତ୍ରୀ ଶ୍ରୀ ପଣ୍ଡା ଓ ସାଂସଦ ଶ୍ରୀ ଖାଁଙ୍କୁ ପଞ୍ଚାୟତର ବିଭିନ୍ନ ଗାଁକୁ ନିଆଯାଇଥିଲା। ସିଭି ରମଣ ଇଂଜିନିୟରିଂ କଲେଜ ଛକରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ସାନମହୁରା, ବଡ଼ମହୁରା, ନଁପୁଟ, ପାଣ୍ଡିଆପଡ଼ା ଓ ରେତଙ୍ଗ ଗାଁ ପରିକ୍ରମା କରିଥିଲା। ପ୍ରତ୍ୟେକ ଗାଁ ମୁଣ୍ଡରୁ ସମସ୍ତେ ଗାଡ଼ିରୁ ଓହ୍ଲାଇ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରିଥିଲେ। ବିଜେଡି ପ୍ରାର୍ଥୀ ସୁବାସ ସୁନ୍ଦରରାୟଙ୍କୁ ସାଙ୍ଗରେ ଧରି ସେମାନେ ପ୍ରତି ଘରକୁ ଯାଇ ଭୋଟ ମାଗିଥିଲେ। ସ୍ଥାନୀୟ ବିଜେଡି କର୍ମୀ ତଥା ନଁପୁଟର ପୂର୍ବତନ ସରପଞ୍ଚ ମହେନ୍ଦ୍ର ଜଗଦେବ, ପୂର୍ବତନ ସମିତି ସଭ୍ୟ ନିରଞ୍ଜନ ଜେନା ଓ ପୂର୍ବତନ ସରପଞ୍ଚ ମମତା ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରଚାର ଶୋଭାଯାତ୍ରାରେ ସରପଞ୍ଚ ପ୍ରାର୍ଥୀ ଜୟଶ୍ରୀ ବଳିୟାରସିଂହ, ସମିତି ସଭ୍ୟ ପ୍ରାର୍ଥୀ ଇଂ. ମନୋଜ ଜଗଦେବ ଓ ଶତାଧିକ କର୍ମୀ ସାମିଲ୍ ହୋଇଥିଲେ।

Share Now:

Kalinga News Beuro

Next Post

ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ

Wed Feb 16 , 2022
ମୁମ୍ବାଇ: ମୁମ୍ବାଇର ଏକ ଡାକ୍ତରଖାନାରେ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଯାଇଥିବା କଥା ଜଣେ ଡାକ୍ତର ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଏକାଧିକ ଶାରିରୀକ ଅସୁବିଧା ନିମନ୍ତେ ତାଙ୍କର ଚିକିତ୍ସା ଚାଲିଥିଲା। ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ବାପି ଲାହିରି ଘରେ ଥି‌ବାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଜୁହୁସ୍ଥିତ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତରାତିରେ […]
ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରିଙ୍କ ଦେହାନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial