ପଦ୍ମପୁରରେ କଂଗ୍ରେସକୁ ହରାଇବା ପାଇଁ ବିଜେଡି ସହ ସମ୍ପୂର୍ଣ୍ଣ ଡିଲ୍ ହୋଇଥିଲା: ସୁରେଶ କୁମାର ରାଉତରାୟ

ବିଜେଡି ସହ ଡିଲ୍

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପଦ୍ମପୁରରେ ବିଜେଡି ଓ କଂଗ୍ରେସ୍ ଡିଲ୍ କଥାକୁ ନେଇ ଯେଉଁ ଅଭିଯୋଗ କରିଛନ୍ତି, ତାହା ସତ ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। ସୁରେଶ କୁମାର ରାଉତରାୟ କହିଛନ୍ତି, ପଦ୍ମପୁରରେ କଂଗ୍ରେସକୁ ହରାଇବା ପାଇଁ ସମ୍ପୂର୍ଣ୍ଣ ଡିଲ୍ ହୋଇଥିଲା। ଦଳର ସବୁ ବିଶିଷ୍ଟ ନେତା କଂଗ୍ରେସକୁ ହରେଇବାକୁ ସେଠିକି ଯାଇଥିଲେ, ଜିତେଇବା ସେମାନଙ୍କର ଲକ୍ଷ୍ୟ ନଥିଲା। ଏ ନେଇ ମୁଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ରିପୋର୍ଟ ଦେବି। ଆମେ ଏକ ଟିମ ଯାଇ ଏ ବିଷୟରେ ହାଇକମାଣ୍ଡଙ୍କୁ ଜଣାଇବୁ। ଉପରଠୁ ନେଇ ତଳ ପର୍ଯ୍ୟନ୍ତ ଅନେକ ନେତା ଏହି ଡିଲରେ ବିକ୍ରି ହୋଇଛନ୍ତି। ଶରତ ପଟ୍ଟନାୟକ ନିରୀହ ଲୋକଟେ, ତେଣୁ ତାକୁ ସଖୀ କଣ୍ଡେଇ ପରି ନଚଉଛନ୍ତି। ଚବିଶରେ ତ୍ରିମୁଖୀ ନୁହେଁ ଦ୍ବିମୁଖୀ ଲଢେଇ ହେବ କି ପ୍ରଶ୍ନରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଏହା କେତେକାଂଶରେ ସତ୍ୟ। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପରେ ଯେଉଁମାନେ କଂଗ୍ରେସ ପାଇଁ ନାଁ କମେଇଛନ୍ତି, ସେମାନେ କଂଗ୍ରେସକୁ ଉପଭୋଗ କରିଛନ୍ତି ଆଉ କଂଗ୍ରେସ ଜରିଆରେ ପଇସା ଓ ପାୱାର କମେଇଛନ୍ତି ସେଇମାନେ ହିଁ ଦଳକୁ ହରାଉଛନ୍ତି। ଉଲ୍ଲେଖଯୋଗ୍ୟ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ୨୦୨୪ରେ ଓଡ଼ିଶାରେ ବିଜେପି ଓ ବିଜେଡ଼ି ଭିତରେ ଲଢ଼େଇ ହବ। କଂଗ୍ରେସ ପ୍ରତିଦ୍ବନ୍ଦିତାରୁ ବାହାରି ଗଲାଣି। ବହୁତ କମ୍ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭୋଟ ରହିଛି। ଆମେ ୫୧% ଭୋଟ ନେବାକୁ ଯୋଜନା ରଖିଛୁ। କଂଗ୍ରେସ ଭୋଟ ବିଜେପି ବା ବିଜେଡି ଆଡ଼କୁ ଯିବ। ବିଜେଡିର ସଂଗଠନ ହେଲା ତିନିଟା, ଅର୍ଥବଳ, ବାହୁବଳ ଓ ସରକାରୀ କଳ। ନବୀନ ବିରୋଧୀ କଂଗ୍ରେସକୁ ବହୁତ ଦିନ ଧରି ମ୍ୟାନେଜ କରି ନିର୍ବାଚନ ବୈତରଣୀ ପାର ହେଉଥିଲେ।

Share Now:

Kalinga News Beuro

Next Post

ସୁପ୍ରିମକୋର୍ଟର ବିଚାରପତି ଭାବେ ବମ୍ବେ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ମିଳିଲା ପଦୋନ୍ନତି

Sun Dec 11 , 2022
ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି। ସେ ଶପଥ ନେବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇବ। ଆଇନ ମନ୍ତ୍ରୀ କିରେନ ରିଜିଜୁ ଜଷ୍ଟିସ ଦତ୍ତଙ୍କୁ ସର୍ବୋଚ୍ଚ ନ୍ୟାୟାଳୟକୁ ପଦୋନ୍ନତି ବାବଦରେ ଘୋଷଣା କରିଛନ୍ତି। କିରେନ ରିଜିଜୁ କହିଛନ୍ତି, ‘ଭାରତର ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ଭାରତର […]
ଜଷ୍ଟିସ ଦୀପଙ୍କର ଦତ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial