୮୪୫ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷିତ: ୭୫୯ଟିରେ ବିଜେଡି ବିଜୟୀ

୭୫୯ଟିରେ ବିଜେଡି ବିଜୟୀ

ଭୁବନେଶ୍ୱର : ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ସରି ଯାଇଥିବାବେଳେ ତିନିଦିନ ହେଲା ଭୋଟ ଗଣତି ଜାରି ରହିଛି। ମୋଟ୍ ୮୫୧ରୁ ଏଯାବତ୍ ୮୪୫ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷିତ ହୋଇଛି। ଏଥିମଧ୍ୟରୁ ବିଜେଡି ୭୫୯, ବିଜେପି ୪୨, କଂଗ୍ରେସ ୩୭, ସ୍ୱାଧୀନ ୩ ଓ ଅନ୍ୟାନ୍ୟ ୪ଟି ଜୋନରେ ବିଜୟୀ ହୋଇଛି। ଆଉ ୬ଟି ଜୋନର ଫଳ ପ୍ରକାଶ ବାକି ଅଛି। ସୋମବାର ଥିଲା ଗଣତିର ତୃତୀୟ ତଥା ଶେଷ ଦିନ। ମଙ୍ଗଳବାର ତଥା ବର୍ତ୍ତମାନ ବି ଶେଷ ପର୍ଯ୍ୟାୟ ଗଣତି ଜାରି ରହିଛି। ସକାଳ ୬ଟା ୪୫ ସୁଦ୍ଧା ଫଳାଫଳରୁ ଜଣାପଡିଥିଲା ଯେ, ରାଜ୍ୟରେ ନିର୍ବାଚନ ହୋଇଥିବା ୮୫୧ ଜିଲ୍ଲା ପରିଷଦ ଜୋନରୁ ପ୍ରାୟ ଜୋନର ଫଳାଫଳ ଘୋଷିତ ହୋଇଥିଲା। ସେଥିରୁ ୭୬୫ ଜିଲ୍ଲା ପରିଷଦ ଜୋନରେ ବିଜୟୀ/ଆଗୁଆ ରହିଥିଲା। ବିଜେପି ୪୨ ଜୋନରେ ବିଜୟୀ/ଆଗୁଆ ଥିଲା। କଂଗ୍ରେସ ବି ୩୭ ଜୋନରେ ବିଜୟୀ/ଆଗୁଆ ରହିଥିଲା। କଂଗ୍ରେସଠାରୁ ଆଉ ୭ ଆସନ ଅଧିକ ପାଇ ବିଜେପି ଦ୍ଵିତୀୟ ସ୍ଥାନକୁ ଉଠିଥିଲା। ଏଥିସହିତ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନ ପାଇଥିବାବେଳେ ଅନ୍ୟମାନେ ୪ଟି ଆସନ ପାଇଛନ୍ତି। ଗତ ନିର୍ବାଚନରେ ବିଜେପି ଯେତିକି ଆସନ ପାଇଥିଲା ଚଳିତ ନିର୍ବାଚନରେ ବହୁ ଆସନ ହରାଇବାକୁ ପଡ଼ିଛି। ତେବେ କାହିଁକି ଏଭଳି ହୋଇଛି ଦଳ ପକ୍ଷରୁ ସମୀକ୍ଷା କରାଯାଉଥିବା ବେଳେ କଂଗ୍ରେସରେ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ରାଜନୈତିକ ମହଲରୁ ଜଣାପଡ଼ିଛି।

Share Now:

Kalinga News Beuro

Next Post

ଆଜି ମହାଶିବରାତ୍ରି: ଝଲସୁଛି ଶ୍ରୀଲିଙ୍ଗରାଜ ମନ୍ଦିର

Tue Mar 1 , 2022
ଭକ୍ତଙ୍କ ପାଇଁ ଛାମୁଣ୍ଡିଆ, ଫୁଲରେ ସଜେଇ ହେଲା ସିଂହଦ୍ୱାର ପୁରୁଣା ଭୁବନେଶ୍ୱର : ମଙ୍ଗଳବାର ମହାଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର। ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ମନ୍ଦିରରେ ପ୍ରସ୍ତୁତି ସରିଛି। ଫୁଲରେ ସଜେଇ ହୋଇଛି ମନ୍ଦିର। ମନ୍ଦିର ଭିତର ଓ ବାହାରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରଙ୍ଗିନ ଆଲୋକମାଳାରେ ସଜା ଯାଇଛି। ଝଲସୁଛି ଏକାମ୍ରକ୍ଷେତ୍ରର ଏହି ପ୍ରସିଦ୍ଧ ଶୈବପୀଠ। ଏହାଛଡ଼ା ମନ୍ଦିର ନିକଟ ଦେବୀ ପାଦହରା […]
ଝଲସୁଛି ଶ୍ରୀଲିଙ୍ଗରାଜ ମନ୍ଦିର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial