ଭୋଟ ପୂର୍ବରୁ ଜିତିଗଲେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ

ଜିତିଗଲେ ବିଜେପିର ଏହି ପ୍ରାର୍ଥୀ

ସୁରତ : ଦେଶରେ ଲୋକସଭା ନିର୍ବାଚନ ଏଇ ମାତ୍ର ଆରମ୍ଭ ହୋଇଛି। ଫ​​ଳାଫଳ ପାଇଁ ଆମକୁ ଜୁନ ୪ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହା ସତ୍ତ୍ୱେ ବିଜେପି ଏବେଠାରୁ ନିଜର ଖାତା ଖୋଲିସାରିଲାଣି। ଗୁଜରାଟର ସୁରତ ଆସନରୁ ଛିଡ଼ା ହୋଇଥିବା ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସୁରଟରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ହେଲେ ମୁକେଶ ଦଲାଲ। ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନରେ ସମସ୍ତ ୮ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ। ଏହାପରେ ମୁକେଶ ଦଲାଲ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ। ଖୁବଶୀଘ୍ର ନିର୍ବାଚନ ଆୟୋଗ ଏନେଇ ଘୋଷଣା କରିବେ। ସୁରଟରେ କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭାନୀଙ୍କ ନାମାଙ୍କନ ବାତିଲ ହେବାର ଦିନକ ପରେ ସମୀକରଣ ବଦଳିଯାଇଛି। ଶେଷରେ ବିଏସପି ପ୍ରାର୍ଥୀ ପ୍ୟାରେଲାଲ ଭାରତୀ ନାମାଙ୍କନ ପ୍ରତ୍ୟାହାର କରିଥିଲେ। ମୁକେଶ ଦଲାଲ ବିଜେପି ରାଜ୍ୟ ମୁଖ୍ୟ ସିଆର ପାଟିଲଙ୍କ ଘନିଷ୍ଠ ଓ ବିଶ୍ୱସ୍ତ ବୋଲି ବିବେଚନା କରାଯାଏ। ସୁରଟ ଇତିହାସରେ ଦଲାଲ ହେଉଛନ୍ତି ପ୍ରଥମ ସାଂସଦ ଯିଏ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।
କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭାନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ସାମ୍ନାକୁ ଆସିନାହିଁ। ଏଭଳି ସ୍ଥିତିରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ସରିବା ପରେ ମୁକେଶ ଦଲାଲ ବିଜୟୀ ହୋଇଛନ୍ତି। ଗୁଜରାଟର ୨୫ଟି ଲୋକସଭା ଆସନ ପାଇଁ ମେ’ ୭ତାରିଖରେ ମତଦାନ ହେବ।

Share Now:

Kalinga News Beuro

Next Post

ଲଘୁ ଖଣିଜ ମାଫିଆଙ୍କୁ ସୁହାଉଛି ଟାଣଖରା: ଦିନବେଳା ଖନନ, ରାତିରେ ଚାଲାଣ

Mon Apr 22 , 2024
ଜଟଣୀ: ସମ୍ପ୍ରତି ଲଘୁ ଖଣିଜ ମାଫିଆମାନଙ୍କୁ ପାଗ ବେଶ୍ ସୁହାଉଛି। ଦିନବେଳା ନିଛାଟିଆ ସମୟରେ ଖଣିରେ ଚାଲୁଛି ଜେସିବି ଓ ପାୱାର୍‌ ଟିଲର୍‌। ରାତିରେ ଟ୍ରାକ୍ଟର, ଟ୍ରକ୍‌ ଓ ହାଇୱାରେ ହେଉଛି ଚାଲାଣ। ଏପ୍ରିଲ ମାସ ଆରମ୍ଭରୁ ଜଟଣୀ ତହିସିଲ ଅଧୀନ ବିଭିନ୍ନ ଅଞ୍ଚଳର ଚୋରା ଖଣିରେ ମାଫିଆମାନେ ଏମିତି ନୂଆ ତରିକା ଆ‌ପଣେଇଥିବା ଦେଖିବାକୁ ମିଳିଛି। ଉଦୁଉଦିଆ ଖରାବେଳେ ଖନନ କାମ ଚାଲୁଥିବା ବେଳେ ରାତିରେ ସୁରୁଖୁରୁରେ ଚାଲାଣ […]
ଖଣିଜ ମାଫିଆଙ୍କୁ ସୁହାଉଛି ଟାଣଖରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial