ଭାରତ ପ୍ରବେଶକୁ ନେଇ ଧରାପଡ଼ିଲା ସୀମା ଓ ସଚିନ ଦେଇଥିବା ମିଥ୍ୟା ସୂଚନା

ଧରାପଡ଼ିଲା ସୀମା ଓ ସଚିନ ଦେଇଥିବା ମିଥ୍ୟା ସୂଚନା

ନୂଆଦିଲ୍ଲୀ: ପାକିସ୍ତାନୀ ନାଗରିକ ସୀମା ହାଇଦର ମାମଲାରେ ଆଇବି ସୀମା ଓ ସଚିନଙ୍କ ଏକ ବଡ଼ ମିଛ ଧରିଛନ୍ତି। ଆଇବିଙ୍କ ସୂଚନା ଅନୁସାରେ, ସୀମା ଓ ସଚିନ ଦୁହେଁ କହିଥିଲେ କି ସେମାନେ ମଇ ୧୩ ତାରିଖରେ ଭାରତ ଆସିଥିଲେ। ନେପାଳରୁ ଭାରତରେ ପ୍ରବେଶ କରିବା ପାଇଁ ସୀମା ଓ ସଚିନ ଯେଉଁ ଦୁଇଟି ସ୍ଥାନ କଥା କହିଥିଲେ ସେଠାରୁ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ିଛି କି ଏହି ଦୁଇଟି ସ୍ଥାନରେ ସେହିଦିନ କୌଣସି ଥାର୍ଡ ନେସନ ସିଟିଜନ ପ୍ରବେଶ କରି ନାହାନ୍ତି। କେନ୍ଦ୍ରୀୟ ଏଜେନ୍ସି ମୁତାବକ, ମଇ ୧୩ ତାରିଖରେ ଭାରତ ଓ ନେପାଳ ସୀମା ସୁନୋଲି ସେକ୍ଟର ଓ ସୀତାମଢ଼ି ସେକ୍ଟରରେ ଥାର୍ଡ ନେସନ ସିଟିଜନକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ସୀମା ଓ ସଚିନ ଏହି ଦୁଇଟି ସ୍ଥାନ ଦେଇ ଭାରତରେ ପ୍ର‌ବେଶ କରିଥିବା କଥା କହିଥିଲେ। ସେଠାରେ ଲାଗିଥିବା ସିସିଟିଭିର ଗୋଟିଏ ବି ଦୃଶ୍ୟରେ ସୀମାଙ୍କୁ ଦେଖିବାକୁ ମିଳି ନଥିଲା। ଏଥିସହିତ ଭାରତ ଓ ନେପାଳର ସମସ୍ତ ବସ ରୁଟରେ ମଇ ୧୩ରେ ଯାତାୟାତ କରିଥିବା ସମସ୍ତ ବସର ସିସିଟିଭି ଫୁ‌ଟେଜ ଯାଞ୍ଚ କରାଯାଉଛି। ଏହି ରୁଟରେ ସଚିନ ଓ ସୀମା ଭାରତ ଆସିଥିବା କଥା କହିଥିଲେ। ସୂଚନାଯୋଗ୍ୟ, ଯଦି ତୃତୀୟ ଦେଶର କୌଣସି ନାଗରିକ ଭାରତ ଓ ନେପାଳ ସୀମାକୁ ଆସନ୍ତି କିମ୍ବା ଯାଆନ୍ତି ତେବେ ଦୁଇଦେଶର ପୁଲିସଙ୍କୁ ଏହାର ସୂଚନା ଦିଆଯାଇଥାଏ। ଏମିତି କୌଣସି ବି ସୂଚନା ମଇ ୧୩ ତାରିଖ ଦିନ ଭାରତ ପୁଲିସକୁ ମିଳି ନଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

୨୧ରେ ବଙ୍ଗୋପସାଗରରେ ଲଘୁଚାପ : ଦକ୍ଷିଣ-ଓଡ଼ିଶାରେ ଅଧିକ ବର୍ଷିବ-ସ୍କାଏମେଟ୍

Wed Jul 19 , 2023
ଭୁବନେଶ୍ୱର : ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆହୁରି ଘନୀଭୂତ ହୋଇ ଆସନ୍ତା ୨୧-୨୨ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହେବ ଓ ୨୪ ତାରିଖ ବେଳକୁ ଏହା ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ଏହି ଘୂର୍ଣ୍ଣିବଳୟ ଓ ପରବର୍ତ୍ତୀକାଳରେ ଲଘୁଚାପ ପ୍ରଭାବରେ ୧୯ ତାରିଖଠାରୁ ଓଡ଼ିଶା […]
୨୧ରେ ବଙ୍ଗୋପସାଗରରେ ଲଘୁଚାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial