୨୧ରେ ବଙ୍ଗୋପସାଗରରେ ଲଘୁଚାପ : ଦକ୍ଷିଣ-ଓଡ଼ିଶାରେ ଅଧିକ ବର୍ଷିବ-ସ୍କାଏମେଟ୍

୨୧ରେ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆହୁରି ଘନୀଭୂତ ହୋଇ ଆସନ୍ତା ୨୧-୨୨ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହେବ ଓ ୨୪ ତାରିଖ ବେଳକୁ ଏହା ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ଏହି ଘୂର୍ଣ୍ଣିବଳୟ ଓ ପରବର୍ତ୍ତୀକାଳରେ ଲଘୁଚାପ ପ୍ରଭାବରେ ୧୯ ତାରିଖଠାରୁ ଓଡ଼ିଶା ଓ ଛତିଶଗଡ଼ରେ ବର୍ଷାହେବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ବର୍ଷା ପରିମାଣ ବଢିବ। ଦକ୍ଷିଣ-ଓଡ଼ିଶାରେ ଅଧିକ ପରିମାଣରେ ବର୍ଷାର ଆଶଙ୍କା ରହିଛି ବୋଲି ସ୍କାଏମେଟ୍ କହିଛି। ବିଶେଷକରି ୨୪ ଓ ୨୫ ଜୁଲାଇରେ ଏସବୁ ଅଂଚଳରେ ପ୍ରବଳ ବର୍ଷା ହେବ। ପରେ ଲଘୁଚାପଟି ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଫଳରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ତେବେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହି ଲଘୁଚାପର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଓଡ଼ିଶା, ଛତିଶଗଡ଼ ଆଦି ରାଜ୍ୟରେ ଥିବା ନିଅଣ୍ଟିଆ ବର୍ଷା ପରିସ୍ଥିତିରେ ସୁଧାର ଆସିବ। ବର୍ତ୍ତମାନର ଘୂର୍ଣ୍ଣବଳୟ ପୂର୍ବରୁ ଗତ ସପ୍ତାହରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରୁ ବି ଓଡ଼ିଶାରେ ଭଲ ବର୍ଷା ହୋଇଥିଲା।

Share Now:

Kalinga News Beuro

Next Post

ବଟି ନେଉଥିଲେ ପୁଲିସ ବାବୁ : ମାଡ଼ି ବସିଲା ଭିଜିଲାନ୍ସ

Wed Jul 19 , 2023
ଚାନ୍ଦିପୁର: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି। ଉଭୟ ପୁଲିସ ବାବୁ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କୁ ମାସିକିଆ ବଟି ବାବଦକୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। […]
ବଟି ନେଉଥିଲେ ପୁଲିସ ବାବୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial