ବଟି ନେଉଥିଲେ ପୁଲିସ ବାବୁ : ମାଡ଼ି ବସିଲା ଭିଜିଲାନ୍ସ

ବଟି ନେଉଥିଲେ ପୁଲିସ ବାବୁ

ଚାନ୍ଦିପୁର: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି। ଉଭୟ ପୁଲିସ ବାବୁ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କୁ ମାସିକିଆ ବଟି ବାବଦକୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେମାନେ ମଦ ବ୍ୟବସାୟୀଙ୍କୁ ଧମକାଉ ଥିଲେ। ଏନେଇ ଏତଲାକାରୀ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ମଦ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ଦୁଇ ପୁଲିସ ବାବୁଙ୍କୁ ପାନେ ଦେବା ପାଇଁ ଭିଜିଲାନ୍ସ ବିଭାଗ ରୂପରେଖ ପ୍ରସ୍ତୁତ କରିଥିଲା। ଆଜି ଅପରାହ୍ନରେ ଅଭିଯୋଗକାରୀଙ୍କ ଠାରୁ ଉଭୟ ଗଣେଶ୍ଵର ପ୍ରଧାନ ଓ ପ୍ରଦୀପ ମହାନ୍ତି ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଲାଞ୍ଚ ନେବାର ଅଳ୍ପ ସମୟ ପରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ତେବେ ଉଭୟ ଶ୍ରୀ ପ୍ରଧାନ ଓ ଶ୍ରୀ ମହାନ୍ତି ନେଇଥିବା ଲାଞ୍ଚ ଘଟଣାସ୍ଥଳରୁ ମିଳିଥିଲା। ଏହା ପରେ ଭିଜିଲାନ୍ସ ଟିମ୍‌ କାର୍ଯ୍ୟାଳୟ ଓ ସେମାନଙ୍କର ନିବାସରେ ଚଢ଼ଉ ଜାରି ରଖିଛନ୍ତି।

Share Now:

Kalinga News Beuro

Next Post

ମାତୃତ୍ୱକୁ ସନ୍ତାନ ବୋଝ : ଅଖା ବସ୍ତାରେ କୁନି ପରୀ

Wed Jul 19 , 2023
ଭୁବନେଶ୍ୱର: ଦୁହିତା ଦୁଇକୁଳକୁ ହିତା। ସମାଜ ପାଇଁ ପୁଅର ଯେତିକି ଆବଶ୍ୟକତା ଅଛି, ଝିଅର ମଧ୍ୟ ସେତିକି ଦରକାର ରହିଛି। ଏସବୁ ଜାଣି ବି ଏକବିଂଶ ଶତାଦ୍ଦୀର ଲୋକେ କନ୍ୟାକୁ ଅନାଦର କରୁଛନ୍ତି। ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅଖା ବସ୍ତା ଭିତରୁ ଉଦ୍ଧାର ହେଲା ଶିଶୁ କନ୍ୟା। ନନ୍ଦନକାନନ ଥାନା ସମ୍ମୁଖ ବ୍ରିଜ ତଳୁ ଆଜି ଅଖା ଭିତରୁ ଏକ ଶିଶୁ କନ୍ୟା […]
ମାତୃତ୍ୱକୁ ସନ୍ତାନ ବୋଝ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial