କପ୍ତିପଦା ଥାନା ଅଞ୍ଚଳରେ ଚଇତି ପର୍ବ ବନ୍ଦ କରିବାରୁ ପୁଲିସ କର୍ମଚାରୀଙ୍କୁ ପିଟିଲେ ଉତ୍ୟକ୍ତ ଲୋକେ

ପୁଲିସ କର୍ମଚାରୀଙ୍କୁ ପିଟିଲେ ଉତ୍ୟକ୍ତ ଲୋକେ

ଭୁବନେଶ୍ବର: ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୁଲିସ ଖାଇଲା ମାଡ଼। କୋଭିଡ ନିୟମ ଉଲ୍ଲଂଘନ କରି ଚଇତି ପର୍ବ ପାଳନ କରୁଥିଲେ, ପୁଲିସ ବିରୋଧ କରିବାରୁ ମାଡ ମାରିଛନ୍ତି ଉତ୍ୟକ୍ତ ଲୋକେ। କେବଳ ପୁଲିସ କର୍ମଚାରୀଙ୍କୁ ମାଡ ମାରିନାହାନ୍ତି, ପୁଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ବାରିପଦା ନିକଟ କପ୍ତିପଦା ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ଏଏସଆଇ ଗୁରୁତର ହୋଇଥିବା ବେଳେ ଜଣେ ହୋମଗାର୍ଡ ଓ କନେଷ୍ଟବଳ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି। ଦେୱାନବାହାଳୀରେ ପ୍ରାୟ ୫-ହଜାର ଲୋକ ରୁଣ୍ଡ ହୋଇ ଚଇତି ପର୍ବ ପାଳନ କରୁଥିଲେ। ଏହି ଖବର ପାଇ କପ୍ତିପଦା ଥାନା ପୁଲିସ ପହଞ୍ଚି ଚଇତି ପର୍ବ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ଲୋକେ ରାଗି ଯାଇ ପୁଲିସ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି।

Share Now:

Kalinga News Beuro

Next Post

ଧମକ ଦିଆଯିବାରୁ ଭାରତ ଛାଡ଼ି ଇଂଲଣ୍ଡ୍‌ ଚାଲିଗଲେ ଅଦର ପୁନାୱାଲା

Sun May 2 , 2021
ବିଦେଶରେ ଟିକା ଉତ୍ପାଦନ ପାଇଁ କରୁଛନ୍ତି ଯୋଜନା ନୂଆଦିଲ୍ଲୀ: ଧମକ ଦିଆଯିବା କାରଣରୁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ର ମୁଖ୍ୟ ଅଦର ପୁନାୱାଲା ଗତ ସପ୍ତାହର ଶେଷ ଭାଗରେ ବିମାନ ଯୋଗେ ଇଂଲଣ୍ଡ୍‌ ଚାଲିଯାଇଛନ୍ତି। ‘ଦି ଟାଇମ୍‌ସ୍’ ସହ ଅନୁଷ୍ଠିତ ସାକ୍ଷାତ୍‌କାରରେ ସେ କହିଛନ୍ତି, ମୁଁ ଏଠାରେ ବେଶ୍‌ କିଛି ଦିନ ରହିବି। ଏହାର କାରଣ ହେଲା, ସେ ଭଳି ପରିସ୍ଥିତିରେ ରହିବାକୁ ମୋର ଇଚ୍ଛା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, […]
ଧମକ ଦିଆଯିବାରୁ ଭାରତ ଛାଡ଼ି ଇଂଲଣ୍ଡ୍‌ ଚାଲିଗଲେ ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌’ର ମୁଖ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial