ପଥରରେ ଛେଚି ଯୁବକଙ୍କୁ ହତ୍ୟା : ସକାଳୁ ନାଳରୁ ମିଳିଲା ମୃତଦେହ

ନବରଙ୍ଗପୁର: ତେଲ ନଦୀ ପେଙ୍ଗୁସାଇରେ ବୀଭତ୍ସ ହତ୍ୟା। କଷାଗୁମୁଡ଼ା ବ୍ଳକ ଦମାପଲା ଗାଁର ରାମସିଂ ଜାନୀ ତାଙ୍କ ଶ୍ୱଶୁର ଘରକୁ ଆସିଥିବା ବେଳେ ନରେଶ ଧରୁଆ ନାମକ ଜଣେ ବ୍ୟକ୍ତି ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜଗଦଲପୁର ନିଆମାର ଗାଁର ନରେଶ ଧରୁଆଙ୍କ ଶଶୁର ଘର ମଧ୍ୟ ସେହି ପେଙ୍ଗୁସାଇରେ। କିଛି ଦିନ ତଳେ ସେ ମଧ୍ୟ ତାଙ୍କ ପରିବାର ସହ ଶଶୁର ଘରକୁ ଆସିଥିଲେ। ଗତକାଲି ସଂଧ୍ୟାରେ ଦୁହେଁ ମିଶି କୁଆଡ଼େ ଯାଉଥିବାର ଲୋକମାନେ ଦେଖିଥିଲେ। ରାତିରେ ଦୁହେଁ ଘରକୁ ନ ଫେରିବାରୁ ଦୁହିଁଙ୍କ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କୁ ପାଇନଥିଲେ। ଆଜି ସକାଳୁ ତେଲନଦୀ ଠାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ନାଙ୍ଗଲସିଲ ନାଳରେ ରାମସିଂର ମୃତଦେହ ପଡ଼ିଥିବାର ଦେଖି କିଛି ଲୋକ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ରାମସିଂଙ୍କର ମୁଣ୍ଡକୁ ପଥର ଛେଚି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ଏନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ନିଲାମ ହେବ ଦାଉଦ ଇବ୍ରାହିମର ବଙ୍ଗଳା ଓ ଆମ୍ବ ବଗିଚା

Sun Dec 24 , 2023
ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ବିଷ କ୍ରିୟା କୁ ନେଇ ଚର୍ଚ୍ଚାରେ ରହିଛି। ଏବେ ତାଙ୍କୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି। ମହାରାଷ୍ଟ୍ରର ମୁମ୍ବାଇ ଓ ରତ୍ନଗିରିରେ ଥିବା ଦାଉଦ ଇବ୍ରାହିମ୍ ସମ୍ପତ୍ତି ନିଲାମ ହେବ। ୨୦୨୪ ଜାନୁଆରି ୫ତାରିଖରେ ଏହି ନିଲାମ ଅନୁଷ୍ଠିତ ହେବ। ଫରେନ୍ ଏକ୍ସଚେଞ୍ଜ ଆକ୍ଟ (ଫେମା) ଅଧୀନରେ ଦାଉଦ ଇବ୍ରାହିମର ସମ୍ପତ୍ତି ଜବତ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial