ଭୁବନେଶ୍ବର: ମୋଷ୍ଟ ୱାଣ୍ଟେଡ ଶିବାକୁ କମିସନରେଟ ପୁଲିସ ଗିରଫ କରିଛି। ରାଜଧାନୀରେ ଚେନ ଝମ୍ପା ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୁଲିସ ଧରିଛି। ବାପାଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବ କହି ପାରୋଲୋରେ ଝାରପଡା ଜେଲରୁ ଗତ ଅଗଷ୍ଟ ମାସରେ ଆସିଥିଲା ଶିବା। ସେବେଠୁ ପାରୋଲୋରେ ଆସି ୫ ଜଣକ ଚେନ ଛଡାଇ ଫେରାର ଫେରାର ଥିଲା ଶିବା। ମହିଳା ଓ ଯୁବତୀଙ୍କୁ କରୁଥିଲେ ଟାର୍ଗେଟ। ଶିବା ନାଁରେ କେବଳ ଭୁବନେଶ୍ୱରର କ୍ୟାପିଟାଲ, ଖଣ୍ଡଗିରି, ଏୟାରପୋର୍ଟ ଓ ଏୟାରଫିଲଡ ଥାନାରେ ରହିଛି ୧୫ ମାମଲା। ଅଭିଯୁକ୍ତ ହେଉଛନ୍ତି ଝରଣାବସ୍ତି ଭୁବନେଶ୍ୱରର ଶିବ ଓରଫ ମଦନ ମୋହନ ମହାରଣା ଓ ପୁରୀର ମୁନା ଓରଫ ଅଶୋକ କୁମାର ମିଶ୍ର। ସିସିଟିଭି ଫୁଟେଜ ଆଧାରରେ ଧରା ହେଲା ଅଭିଯୁକ୍ତ। ଅଭିଯୁକ୍ତ ନିକଟରୁ ୪ଟି ସୁନା ଚେନ, କାନ ଫୁଲ, ମୋବାଇଲ ଓ ପଲସର ଜବତ କରାଯାଇଛି ବୋଲି ଖଣ୍ଡଗିରି ଥାନା ଆଇଆଇସି ଦୟାନିଧି ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Share Now: