୫୦ କୋଟି ଲୋକଙ୍କୁ ଦରିଦ୍ର କରିଛି କରୋନା: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ଲୋକଙ୍କୁ ଦରିଦ୍ର କରିଛି କରୋନା

ନୂଆଦିଲ୍ଲୀ: ଗତ ୨ ବର୍ଷ ଧରି ମହାମାରୀ କରୋନାରେ ଘାଣ୍ଟି ହେଉଛି ସାରା ବିଶ୍ୱ। କରୋନାର ପ୍ରଥମ ଲହର ଓ ତା’ ପରେ ଆସିଥିବା ଦ୍ୱିତୀୟ ଲହର ଏତେ ଭୟଙ୍କର ଥିଲା ଯେ, ସାରା ବିଶ୍ୱରେ ଏଥିରେ ଲକ୍ଷ ଲକ୍ଷ ଲୋକ ଅକାଳରେ ପ୍ରାଣ ହରାଇବା ସହ ବିଶ୍ୱର ଆର୍ଥକ ମେରୁଦଣ୍ଡ ଏକରକମ ଭାଙ୍ଗିଯାଇଛି। କରୋନା ମହାମାରୀ ଆଗରେ ମୁଣ୍ଡ ନୂଆଁଇଛନ୍ତି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ସମୂହ। ତେବେ ଏଥିରେ ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)। କରୋନା କେବଳ ଜୀବନ ନେଇନି। ଅନେକଙ୍କ ପାଖରୁ ଜୀବିକା ଛଡାଇ ନେଇଛି। ଫଳରେ କୋଟି କୋଟି ଲୋକ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି। ଜୀବିକା ଛଡେଇ ନେଇ ଲୋକଙ୍କୁ ଦାରିଦ୍ର୍ୟର ତାଡନା ଭିତରକୁ ଠେଲିଦେଇଛି କରୋନା। ଏନେଇ ରିପୋର୍ଟ ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ଏହାର ରିପୋର୍ଟ ମୁତାବକ, ମହାମାରୀ କରୋନା ୫୦ କୋଟିରୁ ଅଧିକ ଲୋକଙ୍କୁ ଅତି ଦାରିଦ୍ର୍ୟ ସୀମା ରେଖା ତଳକୁ ଠେଲି ଦେଇଛି। କାରଣ ସେମାନେ ନିଜ ସଞ୍ଚୟ ଅର୍ଥରୁ ଚିକିତ୍ସା ପାଇଁ ବ୍ୟୟ କରି ସର୍ବସ୍ୱାନ୍ତ ହୋଇଛନ୍ତି। ମୌଳିକ ସ୍ୱାସ୍ଥ୍ୟ ସେବା ଉପରେ ମଧ୍ୟ କରୋନା ଗୁରୁତର ପ୍ରଭାବ ପକାଇଥିବା ହୁ’ କହିଛି। ସଂଗଠନ ପକ୍ଷରୁ ଜାରି ପ୍ରେସ ନୋଟରେ ୨ଟି ରିପୋର୍ଟକୁ ଉଲ୍ଲେଖ କରାଯାଇଛି। ଗୋଟିଏ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ହୋଇଥିବା ବେଳେ ଅନ୍ୟ ରିପୋର୍ଟଟି ବିଶ୍ୱ ବ୍ୟାଙ୍କ ଦେଇଛି। ଏହି ରିପୋର୍ଟରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଚେତାବନୀ ଦିଆଯିବ ସହ କେମିତି ଆଗକୁ ବଢ଼ିବାକୁ ହେବ, ତା’ର ପରାମର୍ଶ ଦିଆଯାଇଛି।
ଏଥିରେ କୁହାଯାଇଛି ଏହା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବାର ଆଶଙ୍କା ରହିଛି। ୨୦୨୦ରେ ମହାମାରୀ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତର ପ୍ରଭାବ ପକାଇଥିଲା। ୧୯୩୦ ପରେ ପ୍ରଥମଥର ପାଇଁ ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇଥିଲା। ତେଣୁ ନିଜର ସ୍ୱାସ୍ଥ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ଲୋକମାନେ ବେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମହାମାରୀ ପୂର୍ବରୁ ପ୍ରାୟ ୧୦୦ କୋଟି ଲୋକ ସେମାନଙ୍କ ଆୟର ୧୦% ସ୍ୱାସ୍ଥ୍ୟ ସେବା ଉପରେ ଖର୍ଚ୍ଚ କରୁଥିଲେ। ତେଣୁ ମହାମାରୀ ଆସିବା ପରେ ଏହା ଆହୁରି ବଢ଼ିଛି। ଏହା ଆଦୌ ଗ୍ରହଣୀୟ ନୁହେଁ। କାରଣ ଗିରବ ଲୋକମାନେ ଏହାଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ତେଣୁ ସରକାରମାନେ ଏହାର ସୁରକ୍ଷା କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଗରିବ ଲୋକମାନେ ଯେମିତି ସ୍ୱାସ୍ଥ୍ୟ ସେବା ପାଇଁ ଅର୍ଥ ଖର୍ଚ୍ଚ ନ କରିବେ, ତା’ର ବ୍ୟବସ୍ଥା କରିବାକୁ ହୁ’ ତା’ ରିପୋର୍ଟରେ ପରାମର୍ଶ ଦେଇଛି। ଭବିଷ୍ୟତରେ ଯଦି କେବେ ମହାମାରୀ ଆସିବ, ତା’ହେଲେ ଏହାର ମୁକାବିଲା ପାଇଁ ଆମକୁ ଏବେଠାରୁ ସଶକ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡ଼ିବ। ସେହିପରି ସମୂହ ସ୍ୱାସ୍ଥ୍ୟ କଭରେଜ ଦିଗରେ ମଧ୍ୟ ଆମର ଉଦ୍ୟମ ଜାରି ରହିବା ଦରକାର ବୋଲି ଡବ୍ଲୁଏଚଓ ମୁଖ୍ୟ କହିଛନ୍ତି।

Share Now:

Kalinga News Beuro

Next Post

କୋର୍ଟରେ ବିଧାୟକ ରମେଶ ଜେନା : ୪ଟି ମାମଲାରେ ବୟାନ୍‌ ରେକର୍ଡ଼, ଚାର୍ଜଫ୍ରେମ୍‌

Mon Dec 13 , 2021
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆଜି ବିଭିନ୍ନ ମାମଲାରେ କୋର୍ଟରେ ହାଜର ହୋଇଥିଲେ। ୨ଟି ମାମଲାରେ ଅଭିଯୁକ୍ତଙ୍କ ବୟାନ୍‌ ରେକର୍ଡ଼ ହୋଇଥିବା ବେଳେ ୨ଟି ମାମଲାର ଚାର୍ଜଫ୍ରେମ୍‌ ହୋଇଥିଲା। ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ ଅନୁସମ ଦାଶଙ୍କ କୋର୍ଟରେ ବିଲ୍ଡର୍‌ ସନାତନ ଜେନାଙ୍କୁ ଧମକ୍‌ ମାମଲା(ଜିଆର୍‌ ୬୨୭/୧୬)ରେ ଅଭିଯୁକ୍ତଙ୍କ ବୟାନ୍‌ ରେକର୍ଡ଼ ହୋଇଥିଲା। କୋର୍ଟରେ ବିଧାୟକ ରମେଶ, ତାଙ୍କର ବାପା ଅରକ୍ଷିତ ଜେନା, ଆର୍‌. ମୁରଲୀ […]
ରମେଶ ଜେନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial