ଆଉ ଏକ ଲଜ୍ୟା :ଦିଲ୍ଲୀ ରାସ୍ତାରେ ମହିଳାଙ୍କୁ ଉଲଗ୍ନ କରି ପିଟିଲେ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ନାରୀ ନିର୍ଯାତନାର ରାଜଧାନୀ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ଦିଲ୍ଲୀ ଉପକଣ୍ଠ ନରେଲାରେ ଚୋରା ମଦ କାରବାର ର‍୍ୟାକେଟ୍‌କୁ ଧରାଇ ଦେବାରେ ସହଯୋଗ କରିଥିବା ଜଣେ ମହିଳାଙ୍କୁ ବିଚ୍‌ ରାସ୍ତାରେ ଉଲଗ୍ନ କରି ମାଡ଼ ମାରିବା ଘଟଣା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି।
ସୂଚନାନୁଯାୟୀ, ଦିଲ୍ଲୀ ମହିଳା କମିସନ୍‌ ପକ୍ଷରୁ ରାତିରେ ନରେଲା ଅଞ୍ଚଳରେ କୌଣସି ଏକ ସ୍ଥାନରେ ଯାଞ୍ଚ ଚାଲିଥିବା ସମୟରେ ପୀଡ଼ିତା ମହିଳା ଜଣକ ସେଠାରେ ଖୁଲମ୍‌ଖୁଲା ଜାରି ରହିଥିବା ଚୋରା ମଦ କାରବାର ସମ୍ପର୍କରେ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲ୍‌ଙ୍କୁ ସୂଚନା ଦେଇଥିଲେ। ମହିଳା କମିସନଙ୍କ ଠାରୁ ସୂଚନା ପାଇ ପୁଲିସ ରାତିରେ ଜଣଙ୍କ ଘରୁ ୩୦୦ ବୋତଲ ଦେଶୀ ମଦ ଜବତ କରିଥିଲା। ତେବେ ଏହାର ପରିଣତି ସୂଚନାପ୍ରଦାନକାରୀ ମହିଳାଙ୍କୁ ଆଜି ଭୋଗିବାକୁ ପଡ଼ିଥିଲା। ସକାଳେ ୨୦ରୁ ୨୫ ଜଣ ଲୋକ ତାଙ୍କୁ ଆକ୍ରମଣ କରିବା ସହ ଲୁହାଛଡ଼ରେ ପିଟିପିଟି ବିବସ୍ତ୍ର କରିଦେଇଥିଲେ। ଏପରିକି ଦୁର୍ବୃତ୍ତମାନେ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚଲାଇବା ସହ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ୍‌ ମିଡିଆରେ ମଧ୍ୟ ଛାଡ଼ିଥିଲେ। ମଦ ମାଫିଆଙ୍କ ବିରୋଧରେ ମୁହଁ ନଖୋଲିବା ପାଇଁ ସେମାନେ ସଂପୃକ୍ତ ମହିଳାଙ୍କୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଅତିବଡ଼ୀ ସମ୍ମାନରେ ସମ୍ମାନିତ କବି ରବି ସିଂ

Sat Dec 9 , 2017
ଭୁବନେଶ୍ୱର : ବିପ୍ଳବୀ କବି ରବି ସିଂ ପାଇବେ ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ। ସାହିତ୍ୟକୁ ଜୀବନବ୍ୟାପୀ ସେବା ପାଇଁ ୨୦୧୭ ମସିହା ନିମନ୍ତେ ସେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପାଇବେ। କବିତାର ପ୍ରତିଟି ପଙ୍କତିରେ ବିପ୍ଳବର ସ୍ୱରକୁ ଶାଣିତ କରିଥିବା ଶ୍ରୀ ସିଂହ ୫୦ରୁ ଉର୍ଧ୍ଵ ପୁସ୍ତକ ରଚନା କରିଛନ୍ତି। ୮୨ ବର୍ଷରେ ପଦାର୍ପଣ କରିଥିବା ଶ୍ରୀ ସିଂ ଆଜି ବି ବୀରଦର୍ପରେ ନିଜର କବିତା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial