ଆଇସିସି ବିଶ୍ୱକପ : ମାକ୍ସଓ୍ବେଲଙ୍କ ୪୦ ବଲରେ ଶତକ

ମାକ୍ସଓ୍ବେଲଙ୍କ ୪୦ ବଲ୍ ଶତକ

ନେଦରଲାଣ୍ଡକୁ ୪୦୦ ରନ ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେ ନେଦରଲାଣ୍ଡ ଆଗରେ ୪୦୦ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ। ଏହି ମ୍ୟାଚରେ ଗ୍ଲେନ ମାକ୍ସଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ମାତ୍ର ୪୦ଟି ବଲ ଖେଳି ଶତକ ହାସଲ କରି ନେଦରଲାଣ୍ଡ ବୋଲରଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଥିଲେ। ନିଜର ଏହି ୧୦୬ ରନ ଇନିଂସରେ ସେ ୮ଟି ଛକା ଓ ୯ଟି ଚୌକା ମାରିଥିଲେ। ଏହାକୁ ବିଶ୍ୱକପରେ ଦ୍ରୁତତମ ଶତକ ବୋଲି କୁହାଯାଉଛି।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମିଚେଲ ମାର୍ସ ମାତ୍ର ୯ ରନ କରି ଆଉଟ ହେବା ପରେ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ ଡେଭିଡ୍ ଓ୍ବାର୍ଣ୍ଣର ଓ ଷ୍ଟିଭେନ ସ୍ମିଥ୍। ଗତ ମ୍ୟାଚରେ ଶତକ ହାସଲ କରିଥିବା ଓ୍ବାର୍ଣ୍ଣର ଏହି ମ୍ୟାଚରେ ବି ଶତକ ହାସଲ କରିଥିଲେ। ସ୍ମିଥ ୭୧ ରନ କରିଥିବାବେଳେ ମାର୍ନସ ଲାବୁସଚାନ ୬୨ ରନ କରିଥିଲେ। ତେବେ ମାକ୍ସଓ୍ବେଲଙ୍କ ବିସ୍ଫୋରକ ଶତକ ଅଷ୍ଟ୍ରେଲିଆର ସ୍କୋରକୁ ୩୯୯ରେ ପହଞ୍ଚାଇଦେଇଥିଲା। ନେଦରଲାଣ୍ଡ ପକ୍ଷରୁ ଲୋଗାନ ଭାନ ବିକ୍ ୪ଟି ଓ୍ବିକେଟ ନେଇଥିବାବେଳେ ବାସ ଡି ଲିଡ୍ ୨ଟି ଓ୍ବିକେଟ ନେଇଥିଲେ।

Share Now:

Kalinga News Beuro

Next Post

ସମ୍ପତ୍ତି ପାଇଁ ଅମାନୁଷିକ ହତ୍ୟା : ୮ଥର ଟ୍ରାକ୍ଟର ଚଢ଼ାଇ ଭାଇର ଜୀବନ ନେଲା ଯୁବକ

Wed Oct 25 , 2023
ଭରତପୁର(ରାଜସ୍ଥାନ): ସମ୍ପତ୍ତି ପାଇଁ ଭାଇ ଉପରେ ୮ଥର ଟ୍ରାକ୍ଟର ଚଢ଼ାଇ ହତ୍ୟା କଲା ଅଭିଯୁକ୍ତ। ଭିଡିଓ ଉତ୍ତୋଳନ କଲେ, ହେଲେ ବଞ୍ଚାଇବାକୁ ଚେଷ୍ଟା କଲେ ନାହିଁ ଲୋକେ। ରାଜସ୍ଥାନର ଭରତପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତର ନାମ ଦାମୋଦର ବୋଲି ଜଣାପଡ଼ିଥିବା ବେଳେ ଏବେ ତାକୁ ଗିରଫ କରିଛି ପୁଲିସ। ମୃତକଙ୍କ ନାମ ନିରପତ ବୋଲି ଚିହ୍ନଟ କରାଯାଇଛି।ମିଳିଥିବା ସୂଚନା ମୁତାବକ, ଭରତପୁରର ଏକ ଜମିକୁ ନେଇ ଦୁଇ […]
ଟ୍ରାକ୍ଟର ଚଢ଼ାଇ ଭାଇକୁ ହତ୍ୟା କଲା ଯୁବକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial