ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ:ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକରେ ବୁଧବାର ଠାରୁ ଗ୍ରୀଷ୍ମ ଛୁଟି ହେବ। ଏ ନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଙ୍ଗଳବାର ବିଜ୍ଞପ୍ତି ଜରି କରିଛନ୍ତି। ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ତଥା ଖରାଦାଉରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଶିକ୍ଷା ବିଭାଗ ତରଫରୁ ଏଭଳି ଘୋଷଣା ହୋଇଛି। ସକାଳ ୮ଟାରେ ଗ୍ରୀଷ୍ମର ତାଣ୍ଡବ ଆରମ୍ଭ ହୋଇ ଯାଉଛି। ସେହିଭଳି ପୂର୍ବାହ୍ନ ୧୧ଟା ବେଳକୁ ଖରା ଆହୁରି ଭୟଙ୍କର ରୂପ ନେଉଛି। ତେଣୁ ରାଜ୍ୟର ସମସ୍ତ ସ୍କୁଲ୍ ଛୁଟି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

ରାଜ୍ୟ ସରକାରଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଗ୍ରୀଷ୍ମ ଛୁଟି ଆଗାମୀ ମେ’ ମାସ ୪ରେ ହେବାର ଥିଲା। ସେଥିପାଇଁ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମେ’ ମାସ ୩ ତାରିଖରେ ଶେଷ କାର୍ଯ୍ୟ ଦିବସରେ ଯୋଗ ଦେବାର ଥିଲା। କିନ୍ତୁ ସରକାର ସେତେବେଳେ ମଧ୍ୟ ଚିନ୍ତା କରିଥିଲେ ଯେ, ରାଜ୍ୟର ତାପମାତ୍ରାକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟି ଘୋଷଣା କରାଯିବ। ଏହି ଆଧାରରେ ସରକାର ବୁଧବାର ଠାରୁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଅବ୍ୟବସ୍ଥାରେ ୟୁନିଟ୍‌-୬ ସରକାରୀ ବାଳିକା ବିଦ୍ୟାଳୟ : ଶୌଚାଳୟ, ପିଇବା ପାଣି ସବୁଥିରେ ସମସ୍ୟା

Wed Apr 25 , 2018
ଭୁବନେଶ୍ୱର : ନୂଆ ଫ୍ୟାନ୍‌ କିଣା ହୋଇ ବର୍ଷେ ହେଲା ରଖାଯାଇଛି। କିନ୍ତୁ କ୍ଲାସ୍‌ ରୁମ୍‌ରେ ଲାଗି ପାରୁନି। ପିଲା ଗରମରେ ଛଟପଟ ହେଉଛନ୍ତି। ପିଇବା ପାଣି ପାଇଁ ଟ୍ୟାପ୍‌ ହିଁ ଭରସା। ଶୌଚାଳୟ ଥାଇ ନ ଥିଲା ପରି। ଭିତ୍ତିଭୂମି ବି ଦୁର୍ବଳ। ଏହା ହେଉଛି ୟୁନିଟ୍‌-୬ ସରକାରୀ ବାଳିକା ବିଦ୍ୟାଳୟର ସ୍ଥିତି। ରାଜଧାନୀର ଏକ ପୁରାତନ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଏହି ସ୍କୁଲ୍‌ର ଏପରି ସ୍ଥିତି ଆମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial