୨୩ପରେ ରାଜଧାନୀରେ ଧର୍ମାନୁଷ୍ଠାନ ଖୋଲିବା ସମ୍ଭାବନା

ଭକ୍ତଙ୍କ ପାଇଁ ଧର୍ମାନୁଷ୍ଠାନ

ଭୁବନେଶ୍ବର: ଆସନ୍ତା ୨୩ ତାରିଖରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଭକ୍ତଙ୍କ ପାଇଁ ଧର୍ମାନୁଷ୍ଠାନ ଖୋଲିବା ଲାଗି ବିଭିନ୍ନ ଧର୍ମାନୁଷ୍ଠାନର କର୍ମକର୍ତ୍ତାମାନେ ବିଏମସିକୁ ପ୍ରସ୍ତାବ ଦେଇଛନ୍ତି। ସୂଚନାଯୋଗ୍ୟ, ବିଏମସି କମିସନର ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ବୈଠକ ବସିଥିଲା। ଏଥିରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ବିଭିନ୍ନ ନିଯୋଗ କର୍ମକର୍ତ୍ତା ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ। ଏହି ବୈଠକରେ ମନ୍ଦିର ଓ ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ସମ୍ପର୍କରେ ବୈଠକରେ ଆଲୋଚନା ହେବା ସହ ଆସନ୍ତା ୨୩ ତାରିଖରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ସମସ୍ତେ ପ୍ରସ୍ତାୟବ ଦେଇଥିଲେ। ତେବେ ଏ ନେଇ ଏକ ଆଭ୍ୟନ୍ତରୀଣ ବୈଠକ ବସିବ ଏବଂ ଧର୍ମାନୁଷ୍ଠାନ ଖୋଲିବା ନେଇ ଦୁଇଟି ଦିଗକୁ ଗୁରୁତ୍ୱ ଦିଆଯିବ। କୋଭିଡ ସ୍ଥିତି ଓ ଆଜିର ବୈଠକର ମତାମତ ଆଧାରରେ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବିଏମସି କମିସନର୍ ସଞ୍ଜ ସିଂହ କହିଛନ୍ତି।

Share Now:

Kalinga News Beuro

Next Post

ବିଏସସି ନର୍ସିଂ ପାଇଁ ନୂଆ ନିୟମ: ‘ନିଟ୍’ ପରୀକ୍ଷା ବିନା ହୋଇପାରିବ ନାହିଁ ନାମ ଲେଖା

Sat Aug 7 , 2021
ନୂଆଦିଲ୍ଲୀ: ଯେଉଁ ଛାତ୍ରଛାତ୍ରୀମାନେ ବିଏସସି ନର୍ସିଂ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଏବେ ବିଏସସି ନର୍ସିଂ ପାଠ ପଢିବାକୁ ହେଲେ ପ୍ରଥମେ ‘ନିଟ୍’ ପରୀକ୍ଷା ଦେବାକୁ ପଡ଼ିବ। ନିଟ୍ ପରୀକ୍ଷାରେ ସଫଳ ହେବ ପରେ ଛାତ୍ରଛାତ୍ରୀମାନେ ବିଏସସି ନର୍ସିଂ ପଢିପାରିବେ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅଣ୍ଡର ଗ୍ରାଜୁଏଟ ମେଡିକାଲ କୋର୍ସ ଓ ବିଏସସି ନର୍ସିଂ ପାଇଁ ଆବେଦନ ଦାଖଲ କରିବାକୁ ଆମନ୍ତ୍ରଣ […]
ବିଏସସି ନର୍ସିଂ ପାଇଁ ଆସିଲା ନୂଆ ନିୟମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial