ବିଏସସି ନର୍ସିଂ ପାଇଁ ନୂଆ ନିୟମ: ‘ନିଟ୍’ ପରୀକ୍ଷା ବିନା ହୋଇପାରିବ ନାହିଁ ନାମ ଲେଖା

ବିଏସସି ନର୍ସିଂ ପାଇଁ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: ଯେଉଁ ଛାତ୍ରଛାତ୍ରୀମାନେ ବିଏସସି ନର୍ସିଂ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଏବେ ବିଏସସି ନର୍ସିଂ ପାଠ ପଢିବାକୁ ହେଲେ ପ୍ରଥମେ ‘ନିଟ୍’ ପରୀକ୍ଷା ଦେବାକୁ ପଡ଼ିବ। ନିଟ୍ ପରୀକ୍ଷାରେ ସଫଳ ହେବ ପରେ ଛାତ୍ରଛାତ୍ରୀମାନେ ବିଏସସି ନର୍ସିଂ ପଢିପାରିବେ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅଣ୍ଡର ଗ୍ରାଜୁଏଟ ମେଡିକାଲ କୋର୍ସ ଓ ବିଏସସି ନର୍ସିଂ ପାଇଁ ଆବେଦନ ଦାଖଲ କରିବାକୁ ଆମନ୍ତ୍ରଣ କରିଛନ୍ତି। ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ଅଗଷ୍ଟ ୧୦ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଅନ୍ୟପଟେ ବିଏସସି ନର୍ସିଂ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀମାନଙ୍କର ସର୍ବନିମ୍ନ ବୟସ ୧୭ ବର୍ଷ ହୋଇଥିବା ଆବଶ୍ୟକ। ଏହାସହ ଯୁକ୍ତ-୨ ପରୀକ୍ଷାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଓ ଇଂଗ୍ରାଜୀ ବିଷୟରେ ପାସ୍ କରିଥିବା ଜରୁରୀ। ଏହାସହ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନରେ ସର୍ବନିମ୍ନ ୪୫ ପ୍ରତିଶତ ମାର୍କ ସହ ପାସ୍ କରିଥିବା ବି ବାଧ୍ୟତାମୂଳକ କରାଯାଇଛି। ଅନ୍ୟପଟେ ଯେଉଁ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓପନ ସ୍କୁଲ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲ (ଏନଆଇଓଏସ)ରେ ବିଜ୍ଞାନ ଓ ଇଂଗ୍ରାଜୀ ସହିତ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବେ ସେମାନେ ବି ବିଏସସି ନର୍ସିଂ ପାଇଁ ଆବେଦନ କରିପାରିବେ। ଏହାସହ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନରେ ୪୦ ପ୍ରତିଶତ ମାର୍କ ରଖିଥିବା ଏସସି, ଏସଟି ଓ ଓବିସି ବର୍ଗର ଛାତ୍ ଛାତ୍ରୀମାନେ ବି ଆବେଦନ କରିପାରିବେ।

Share Now:

Kalinga News Beuro

Next Post

ସୋରଡ଼ା ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରାଯାଉ : ବିଜେପି

Sat Aug 7 , 2021
ଭୁବନେଶ୍ବର : ବିଜେଡିର ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଗତ ତିନିଟି ବିଧାନସଭା ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦେଇଥିବାରୁ ତାଙ୍କର ସଭ୍ୟପଦ ରଦ୍ଦ କରାଯାଉ ବୋଲି ବିଜେପି ଦାବି କରିଛି। ଆଜି ଏନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ଦେଇଛି। ବିଜେପି ଅଭିଯୋଗ କରିଛି ଯେ, ଗତ ତିନିଟି ନିର୍ବାଚନରେ ସୋରଡ଼ା ବିଧାୟକ ଶ୍ରୀ ସ୍ବାଇଁ ତାଙ୍କର ଶିକ୍ଷାଗତ […]
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial