ଭୁବନେଶ୍ବର : କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ରାଜ୍ୟରେ ଚାଲୁ ରହିଥିବା ସମସ୍ତ ସରକାରୀ ଓ ବେସରକାରୀ କୋଭିଡ୍ ସେବା କେନ୍ଦ୍ରଗୁଡ଼ିକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଯଦି ଏକ କୋଭିଡ୍ ସେବା କେନ୍ଦ୍ରରେ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବେ ସେମାନେ ସୁସ୍ଥ ହେବା ପର୍ଯ୍ୟନ୍ତ ତାହା ଚାଲୁ ରହିବ। ଏ ସମ୍ପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନଙ୍କୁ ଏକ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ୍ତ ମହାପାତ୍ର। ଏହି ପତ୍ରରେ ସମସ୍ତ ସରକାରୀ ଓ ବେସରକାରୀ କୋଭିଡ୍ ସେବା କେନ୍ଦ୍ରଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଡେଡିକେଟେଡ୍ କୋଭିଡ କେୟାର ସେଣ୍ଟର ଓ ଡେଡିକେଟେଡ କୋଭିଡ ହେଲଥ ସେଣ୍ଟରଗୁଡ଼ିକ ଖୋଲା ରହିବ ବୋଲି ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ ସରକାରୀ ନିୟମ ଅନୁସାରେ ଘରୋଇ ଡାକ୍ତରଖାନାଗୁଡ଼ିକ ଲକ୍ଷଣଯୁକ୍ତ କୋଭିଡ୍ ଆକ୍ରାନ୍ତମାନଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ଅନୁସାରେ ଚିକିତ୍ସା କରିପାରିବେ।
ବନ୍ଦ ହେବ ରାଜ୍ୟର ସମସ୍ତ କୋଭିଡ୍ ସେବା କେନ୍ଦ୍ର

Share Now: