ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର :୧୦% ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା(ଡିଏ)କୁ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହା ପିଛିଲା ଭାବେ ୧ ଜୁଲାଇ ୨୦୧୯ରୁ ଲାଗୁ ହେବ। ସରକାରଙ୍କ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ୧୦ ପ୍ରତିଶତ ବୃଦ୍ଧି ପରେ ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବେସିକ ପେ ଓ ଗ୍ରେଡ ପେର ୧୫୪ ପ୍ରତିଶତରୁ ୧୬୪ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ମହଙ୍ଗାଭତ୍ତା ବୃଦ୍ଧିର ସୁଫଳ ରାଜ୍ୟ ସରକାରୀ କର୍ମଚାରୀ, ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ (ଯେଉଁମାନେ କି ଓଆରଏସପି ଅଧିନିୟମ,୨୦୦୮ ଅନୁସାରେ ଦରମା ପାଉଛନ୍ତି) ପାଇପାରିବେ। ଏହି ଅତିରିକ୍ତ ମହଙ୍ଗାଭତ୍ତା ନଗଦ ଟଙ୍କା ଆକାରରେ ଦିଆଯିବ ଓ ସରକାରୀ କର୍ମଚାରୀମାନେ ଚଳିତମାସର ଦରମାରୁ ତାହା ଉଠାଇପାରିବେ। ଜୁଲାଇ ୨୦୧୯ରୁ ଏପ୍ରିଲ ୨୦୨୦ ମଧ୍ୟରେ ଥିବା ବକେୟା ବର୍ଦ୍ଧିତ ମହଙ୍ଗା ଭତ୍ତା ମେ ମାସର ଦରମା ପରେ ମିଳିବ ବୋଲି ସରାକରୀ ସୁତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆସନ୍ତା ବର୍ଷ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାକୁ ସ୍ଥଗିତ ରଖିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଆଜି ବାତ୍ୟା ରୂପ ନେବ ଅମ୍ଫାନ୍‌ : ଭୀଷଣ ପ୍ରକୋପ ଥାଇ ଓଡ଼ିଶା ଅତିକ୍ରମ କରିବ

Sat May 16 , 2020
୧୮ରୁ ୨୦ ଯାଏ ଉପକୂଳରେ ବଡ଼ ବର୍ଷା, ୮୦ କିମି ବେଗରେ ବହିପାରେ ପବନ ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଶନିବାର ସନ୍ଧ୍ୟାରେ ବାତ୍ୟା ରୂପ ନେବ। ତେବେ ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ୍’ର ଓଡ଼ିଶା ଉପରେ କି ପ୍ରଭାବ ରହିବ, ସର୍ବୋପରି ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ, ସେ ନେଇ ଠୋସ୍ ଭାବେ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର କିଛି ପୂର୍ବାନୁମାନ କରିନାହିଁ। ଭାରତୀୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial