ଆଜି ଓଡ଼ିଶାରେ ୩୮୭ ଜଣ କରୋନା ପଜିଟିଭ ଚିହ୍ନଟ

ଓଡ଼ିଶାରେ ୩୮୭ ଜଣ କରୋନା

ଭୁବନେଶ୍ୱର: ଆଜି ରାଜ୍ୟରେ ୩୮୭ ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୭୫ ଜଣ ଥିବାବେଳେ ସଙ୍ଗରୋଧରୁ ୨୨୩ ଜଣ ଓ ୧୬୪ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି। ଆଜି କଟକରୁ ୩୩, ଖୋର୍ଦ୍ଧାରୁ ୧୯୫, ସମ୍ବଲପୁରରୁ ୧୮, ପୁରୀରୁ ୧୨, ଜଗତସିଂହପୁରରୁ ୧୦, ଷ୍ଟେଟ ପୁଲରୁ ୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ରାଜ୍ୟରେ ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧା ଜିଲ୍ଲାରୁ ହୋଇଥିବାବେଳେ ଜଣେ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି।

Share Now:

Kalinga News Beuro

Next Post

ଅରିଲୋରେ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Wed Nov 10 , 2021
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଭାଜପାର ବିରୋଧ, କଳାପତକା ପ୍ରଦର୍ଶନ କଟକ: ଆଜି କଟକର ଅରିଲୋରେ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓମଫେଡ୍ ମେଗା ଡାଏରୀ ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓମଫେଡ୍ ଡାଏରୀ ପ୍ଲାଣ୍ଟ ଉଦଘାଟନ କରି ମୁଁ ବହୁତ ଖୁସି। ରାଜ୍ୟ ସରକାର ସର୍ବଦା ଚାଷୀମାନଙ୍କ ସହିତ ଅଛନ୍ତି। ଓମଫେଡ଼ର ବିକାଶରେ ୩ ଲକ୍ଷ ଚାଷୀଙ୍କ ଅବଦାନ ରହିଛି। […]
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଭାଜପାର ବିରୋଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial