ରାଇସ୍‌ ମିଲ୍‌ ବସ୍ତାରେ ଜିଏସ୍‌ଟି ଠକେଇ

ରାଇସ୍‌ ମିଲ୍‌ ବସ୍ତାରେ ଜିଏସ୍‌ଟି ଠକେଇ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସମେତ ଜିଲ୍ଳାରେ ଥିବା ଅଧିକାଂଶ ରାଇସ ମିଲ ଗୁଡ଼ିକୁ ବସ୍ତା ଯୋଗାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ରାଇସ୍‌ ମିଲ୍‌ ଗୁଡ଼ିକ ଜିଲ୍ଲା ଯୋଗାଣ ବିଭାଗକୁ ବିଲ୍‌ ଗୁଡ଼ିକରେ ଜାଲ୍‌ ଜିଏସ୍‌ଟି ନଂ ଦେଇ ଲକ୍ଷ ଲକ୍ଷ ଟଙ୍କାର ବସ୍ତା ବାବଦକୁ ବିଲ୍‌ ପଇଠ କରି ଟଙ୍କା ଉଠାଇ ନେଇଛନ୍ତି। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ପ୍ରତି ଗୋଦାମକୁ ବସ୍ତାରେ ଚାଉଳ ଯୋଗାଣ କରିବା ପାଇଁ ରାଇସ ମିଲ ଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ରାଜଗାଙ୍ଗପୁର ସମେତ ସମସ୍ତ ରାଇସ୍‌ ମିଲ୍‌ ବିଭିନ୍ନ ବ୍ୟବସାୟୀଙ୍କ ଠାରୁ ବସ୍ତା କ୍ରୟ କରି ତାର ଜିଏସ୍‌ଟି ବିଲ୍‌ ଗୁଡ଼ିକର ଜିଲ୍ଲା ଯୋଗାଣ ବିଭାଗରେ ପଇଠ କରିଥିଲେ। ୨୦୧୯ ମସିହାରେ ଜିଲ୍ଲାର ସମସ୍ତ ରାଇସ୍‌ ମିଲ୍‌ ଗୁଡ଼ିକ ନିଜର ଆବଶ୍ୟକ ମୁତାବକ ବସ୍ତା କ୍ରୟ କରି ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ବିଲ୍‌ ପଇଠ କରିଥିଲେ। ବିଭିନ୍ନ ସ୍ଥାନରେ ବସ୍ତା ପ୍ରତି ୧୭.୬୦ ଟଙ୍କା, ୨୦.୨୫ଟଙ୍କା ୧୮.୫୦ ଟଙ୍କା, ୧୯.୯୫ ଟଙ୍କା ପରି ଦରରେ ବସ୍ତା କ୍ରୟ କରିଥିଲେ। ବସ୍ତାରେ ୫% ଜିଏସ୍‌ଟି ବିଲ୍‌ ନେଇ ସରକାରଙ୍କ ଠାରୁ ରାଇସ୍‌ ମିଲ୍‌ ଗୁଡ଼ିକ ଅର୍ଥ ଆଦାୟ କରି ନେଇଗଲେ। ରାଜଗାଙ୍ଗପୁର ରାଇସ୍‌ ମିଲ୍‌ ୨୩ ଲକ୍ଷ ୬୧ ହଜାର ୫୫୦ ଟଙ୍କାର ବସ୍ତା ପର୍ଯ୍ୟାୟ କ୍ରମେ ଅନିଲ ଶର୍ମା ନାମକ ବ୍ୟକ୍ତିଙ୍କ ଠାରୁ କ୍ରୟ କରିଛନ୍ତି। ଅନିଲ ଶର୍ମାଙ୍କ ଜିଏସଟି ନଂଟି ସଂପୂର୍ଣ୍ଣ ଭୁଲ ଥିବା ଜଣାପଡ଼ିଛି। ଅନିଲ ଶର୍ମା ବିଲ ପଇଠ କରିଥିବା ଜିଏସ୍‌ଟି ନଂ ଏକ ରାଇସ ମିଲ୍‌ର ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି। ଏକ ଜାଲ କଂପାନିରୁ କିପରି ଭାବେ ରାଇସ ମିଲ ଗୁଡ଼ିକ ବସ୍ତା କ୍ରୟ କରୁଛନ୍ତି ଏବଂ ଜିଏସ୍‌ଟି ଠକେଇ କରି ସରକାରଙ୍କ ଠାରୁ ଅର୍ଥ ଆତ୍ମସାତ କରିଛନ୍ତି ତାର ପ୍ରମାଣ ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଛି। ରାଜଗାଙ୍ଗପୁରରେ ଥିବା ରାଇସ୍‌ ମିଲ୍‌ ଗୁଡ଼ିକ ସମେତ ଜିଲ୍ଲାର ଥିବା ୧୪/୧୫ଟି ମିଲ ପକ୍ଷରୁ କରାଯାଇଥିବା ଅନୁମାନ କରାଯାଉଛି। ଜିଏସ୍‌ଟି ବାବଦକୁ ପ୍ରତି ମିଲ ଗୁଡ଼ିକ ୨ରୁ ୩ଲକ୍ଷ ଟଙ୍କାର ଟିକସ ଠକେଇ କରୁଥିବାବେଳେ ବସ୍ତା ବାବଦକୁ ୧୦ରୁ ୧୫ଲକ୍ଷ ଟଙ୍କା ଠକେଇ କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ‌ଦେଶରେ ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ରାଇସ୍‌ ମିଲ୍‌ ମାନେ ଚାଷୀମାନଙ୍କର ବସ୍ତାକୁ ନେଇ ପୁଣି ସରକାରଙ୍କୁ ବିକି ଠକେଇ କରୁଛନ୍ତି।

Share Now:

Kalinga News Beuro

Next Post

ଖାଇଗଲେ ମାସ୍କ ଫାଇନ ଆଦାୟ ଟଙ୍କା: ଏଏସ୍ଆଇ ନିଲମ୍ବିତ

Fri Dec 11 , 2020
ଭୁବନେଶ୍ୱର : କରୋନା କଟକଣା ସମୟରେ ଆଦାୟ କରାଯାଉଥିବା ଜରିମାନାକୁ ପୁଲିସ ହଡ଼ପ କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସିଥିଲା। ଏବେ ଏହାର ପ୍ରମାଣ ପାଇଛନ୍ତି ବରିଷ୍ଠ ଅଧିକାରୀ। ମାସ୍କ ଜରିମାନାରେ ହେରଫେର୍‌ ନେଇ ଏୟାରପୋର୍ଟ ଥାନାରେ କାର୍ଯ୍ୟରତ ଥିବା ଏଏସ୍ଆଇ ପ୍ରକାଶ ବେହେରାଙ୍କୁ ଡିସିପି ଉମାଶଙ୍କର ଦାଶ ଚାକିରିରୁ ନିଲମ୍ବିତ କରିଛନ୍ତି। ତାଙ୍କଠାରୁ ରସିଦ୍ ବହି ମଧ୍ୟ ଜବତ କରାଯାଇଛି। ସୂଚନା ଅନୁସାରେ, ଏଏସ୍ଆଇ ପ୍ରକାଶଙ୍କୁ କୋଭିଡ୍ […]
ମାସ୍କ ଫାଇନ ଆଦାୟ ଟଙ୍କା ହଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial