ପଶ୍ଚିମବଙ୍ଗରେ ଥିବା ବିଜେପି ଅଫିସ ଭାଙ୍ଗିଲା ପ୍ରଶାସନ : ବିଜେପି କର୍ମୀଙ୍କ ବିରୋଧ

କୋଲକାତା : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ରାଜଧାନୀ କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରିଛି ପୁଲିସ। ଏହା ଅଧୀନରେ କୋଲକାତାସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ଭାଙ୍ଗି ଦିଆଯାଇଛି। କୋଲକାତାର ତାରାତାଲାର ଗୋରାଗାଚାସ୍ଥିତ ବିଜେପି ଅଫିସରେ ପୁଲିସ ପହଞ୍ଚିବା ପରେ ବିଜେପି କର୍ମୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଉକ୍ତ ଅଫିସଟି ଜବରଦଖଲ ଜମିରେ ତିଆରି ହୋଇଥିବା ପୁଲିସ କହିଛି।
ପଶ୍ଚିମବଙ୍ଗ ପୋଲିସ ଗତ ଦୁଇ ଦିନ ମଧ୍ୟରେ ହଜାର ହଜାର ଫୁଟପାଥ ଦୋକାନକୁ ହଟାଇଦେଇଛି। ଫୁଟପାଥ୍ ଦଖଲ କରୁଥିବା ଲୋକଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଚାଲିଥିବା ଅଭିଯାନକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର (୨୭ ଜୁନ୍ ୨୦୨୪) ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ କୋଲକାତା ଏବଂ ସଲ୍ଟଲେକରେ ଖାଦ୍ୟ, ପୋଷାକ ଏବଂ ବିଭିନ୍ନ ଉତ୍ପାଦ ବିକ୍ରି କରିବା ପାଇଁ ଦୋକାନ ଖୋଲିଥିବା ଲୋକମାନଙ୍କୁ ଦୋକାନ ହଟାଇବାକୁ କୁହାଯାଇଛି। କୋଲକାତା ପୁଲିସ ମଙ୍ଗଳବାର ସକାଳୁ ଏକ ଜେସିବି ମେସିନ୍ ସାହାଯ୍ୟରେ ଭବାନୀପୁର ଅଞ୍ଚଳର ସରକାରୀ ଏସ୍ ଏସ୍ କେଏମ୍ ହସ୍ପିଟାଲ୍ ସମ୍ମୁଖ ଫୁଟପାଥ୍ ସମେତ ସହରର ବିଭିନ୍ନ ସ୍ଥାନରୁ ଜବରଦଖଲକାରୀଙ୍କୁ ହଟାଇବା ଆରମ୍ଭ କରିଥିଲା।

Share Now:

Kalinga News Beuro

Next Post

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Thu Jun 27 , 2024
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଭେଟିଛନ୍ତି। ତିନିଦିନିଆ ଦିଲ୍ଲୀ ଗସ୍ତର ଦ୍ଵିତୀୟ ଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ତାଙ୍କର ୨ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial