ବାଣୀବିହାର ରେଳ ଷ୍ଟେସନ୍‌ରେ ବିଚିତ୍ର ଦୃଶ୍ୟ : ଫୁଟ୍‌ ଓଭରବ୍ରିଜ୍‌ ଆଗରେ ବିଦ୍ୟୁତ୍‌ ଖୁଣ୍ଟ

ବାଣୀବିହାର ରେଳ ଷ୍ଟେସନ୍‌ରେ ବିଚିତ୍ର ଦୃଶ୍ୟ

ଭୁବନେଶ୍ୱର : ଯୋଉ ବାଟ ଦେଇ ଶିଡ଼ି ଚଢ଼ିବ, ଠିକ୍‌ ତା’ରି ଆଗରେ ଇଲେକ୍ଟ୍ରିକ୍‌ ଖୁଣ୍ଟ। ବାଣୀବିହାର ରେଳ ଷ୍ଟେସନ୍‌ରେ ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି। ଫୁଟ୍‌ ଓଭରବ୍ରିଜ୍‌ର ଠିକ୍‌ ପ୍ରବେଶ ପଥରେ ରେଳ ଚଳାଚଳ‌ରେ ବ୍ୟବହୃତ ବିଦ୍ୟୁତ୍‌ ଖୁଣ୍ଟ ଥିବାରୁ ଲୋକମାନେ ଯାତାୟାତ କରିପାରୁନାହାନ୍ତି। ଅନ୍ୟ ସମୟରେ ଯାହା ଯେମିତି ଲୋକେ ଗଳି ପଶି ଶିଡ଼ିକୁ ଚଢ଼ି ଯାଉଛନ୍ତି, କିନ୍ତୁ ଗହଳି ସମୟରେ ସ୍ଥିତି ଅସମ୍ଭାଳ ହୋଉଯାଉଛି। ଫଳରେ କିଛି ଯାତ୍ରୀ ରେଳ ଧାରଣା ପାର୍‌ ହୋଇ ଆରପଟକୁ ଯାଉଛନ୍ତି। ଇଂଜନିୟର୍‌ଙ୍କ ଦୂରଦୃଷ୍ଟି ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି।
ସୂଚନାନୁସାରେ, ଏହି ଷ୍ଟେସନ୍‌ରୁ ପ୍ରତିଦିନ ହଜାର ହଜାର ଯାତ୍ରୀ ଟ୍ରେନ୍‌ରେ ନିଜ ଗନ୍ତବ୍ୟ ସ୍ଥଳକୁ ଯା’ଆସ କରିଥାନ୍ତି। ପାଖରେ ରସୁଲଗଡ଼ ଶିଳ୍ପାଞ୍ଚଳ ଓ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାମ କରିବା ପାଇଁ ଖୋର୍ଦ୍ଧା, ଜଟଣୀ ଓ ଆଖପାଖ ଅଞ୍ଚଳର ଲୋକମାନେ ଏହି ଷ୍ଟେସନ୍‌ରେ ଓହ୍ଲାଇ ଭୁବନେଶ୍ବରକୁ ଯାଆନ୍ତି। କିନ୍ତୁ ଏହି ବିଦ୍ୟୁତ୍‌ ଖୁଣ୍ଟ ପାଇଁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଟଣୀକୁ ଦୈନିକ ଯାତାୟାତ କରୁଥିବା ଜଣେ ଯାତ୍ରୀ କହିଛନ୍ତି, ଭିଡ଼ ସମୟରେ ଏହି ଶିଡ଼ି ଦେଇ ଯିବା ସମ୍ଭବ ହେଉନାହିଁ। ଜଣେ ଲୋକ ଗଲେ, ଆଉ ଜଣଙ୍କ ପାଇଁ ବାଟ ନାହିଁ। ଫଳରେ ସକାଳ ଓ ସନ୍ଧ୍ୟା ସମୟରେ ବହୁତ ହଇରାଣ ହେବାକୁ ପଡ଼ୁଛି। ଅଫିସ୍‌ ବିଳମ୍ବ ହୋଇଯିବା ଡରରେ ବାଧ୍ୟ ହୋଇ ଧାରଣା ପାର୍‌ ହେବାକୁ ପଡ଼ୁଛି। ରେଳ ବିଭାଗ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ସକ୍ରିୟ ହେଲା ଦୁର୍ବଳ ମୌସୁମୀ : ଆଜିଠୁ ୫ ଦିନ ବର୍ଷିବା ସମ୍ଭାବନା

Tue Jul 4 , 2023
ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପ ରେଖା ଆଜି (ମଙ୍ଗଳବାର) ରାଜସ୍ଥାନର ଗଙ୍ଗାନଗରରୁ ବାହାରି, ଦିଲ୍ଲୀ, ଆଲିଗଡ, ହମିରପୁର, ପ୍ରୟାଗରାଜ, ଡାଲଟନଗଞ୍ଜ, ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ୱର ଦେଇ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଅନ୍ୟପକ୍ଷରେ ଦକ୍ଷିଣ- ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି ଏବଂ ସମୁଦ୍ର […]
ସକ୍ରିୟ ହେଲା ଦୁର୍ବଳ ମୌସୁମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial