ମହିଳାଙ୍କୁ ମାରିଲା ସମ୍ପର୍କୀୟ ଭାଇ : କାରଣ ଅସ୍ପଷ୍ଟ, ପୁଲିସର ଛାନଭିନ୍ ଜାରି

ମହିଳାଙ୍କୁ ମାରିଲା ସମ୍ପର୍କୀୟ ଭାଇ

ବିଷମକଟକ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହାଟମୁନିଗୁଡା ନିକଟ ରାମକ୍ରୀଷ୍ଣା ମିଶନ ନିକଟରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତା ହେଲେ ବୁରୁଜୁଗୁଡା ଗ୍ରାମର ନନ୍ଦିନୀ ନାଏକ। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସର ଛାନଭିନ୍ ଜାରି ରହିଛି।
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହାଟମୁନିଗୁଡ଼ା ନିକଟ ରାମକ୍ରୀଷ୍ଣା ମିଶନ ନିକଟରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ମୃତା ବୁରୁଜୁଗୁଡା ଗ୍ରାମର ନନ୍ଦିନୀ ନାଏକ ବୋଲି ଜଣାଯାଇଛି। ସେ ରାମକ୍ରୀଷ୍ଣା ମିଶନରେ ବଗିଚାକାମ କରି ଚଳନ୍ତି। ସେ ଜଣେ ସମ୍ପର୍କୀୟଙ୍କ ଘରେ ପ୍ରାୟ ସମୟରେ ରହିଯାଆନ୍ତି। ସେହି ସମ୍ପର୍କୀୟଙ୍କ ଘରେ ହି ତାଙ୍କୁ ହତ୍ୟା କରାଯାଇଛି। ସେହି ସମ୍ପର୍କୀୟ ଭାଇ ହିଁ ନନ୍ଦିନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ମୁନିଗୁଡ଼ା ପୁଲିସ ପହଞ୍ଚି ତଦନ୍ତ କରୁଛି। କିଛି ସମୟପରେ ସାଇଣ୍ଟିଫିକ୍ ଟିମ ଆସିବ ବୋଲି ଥାନା ଅଧିକାରୀ ସୁଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ପୁଲିସ୍‌ ବିରୋଧରେ ପୁଲିସ୍‌ : ଧନୁପାଲିର ପୂର୍ବତନ ଥାନାଧିକାରୀ ଅନିତା ପ୍ରଧାନଙ୍କ ନାଁରେ ମାମଲା

Thu Nov 9 , 2023
ସମ୍ବଲପୁର : ଦିନେ ନିଜେ ଯେଉଁ ଥାନାରେ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ, ସେହି ଥାନାରେ ଏବେ ତାଙ୍କ ବିରୋଧରେ ମାମଲା ରୁଜୁ ହେଲା। ସମ୍ବଲପୁରରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବହୁ ବିବାଦୀୟ ଧନୁପାଲିର ପୂର୍ବତନ ଥାନାଧିକାରୀ ଅନିତା ପ୍ରଧାନଙ୍କ ନାଁରେ ଏବେ ମାମଲା ରୁଜୁ ହୋଇଛି। ତାଙ୍କ ନାମରେ ଅନେକ ସଙ୍ଗୀନ ଦଫା ଲାଗିଛି। ଗତ ଜୁନ୍‌ ପହିଲାରେ ସମ୍ବଲପୁର ଜିଲ୍ଲାରୁ […]
ପୁଲିସ୍‌ ବିରୋଧରେ ପୁଲିସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial