କରୋନା କବଳରେ ନୂଆପଡ଼ା ଜିଲ୍ଲା: ୪୮ ଦିନରେ ୧୭୯୦ ଚିହ୍ନଟ, ୧୮ ଜଣ ମୃତ

କରୋନା କବଳରେ ନୂଆପଡ଼ା ଜିଲ୍ଲା

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ କରୋନା ନିୟନ୍ତ୍ରଣ ବାହାରେ। କରୋନାର ଦ୍ବିତୀୟ ଲହର ଜିଲ୍ଲାବାସୀଙ୍କୁ ଆତଙ୍କିତ କରାଇଛି। ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ସପ୍ତାହକୁ ୫ଦିନ ନାଇଟ୍‌ କର୍ଫ୍ୟୁ କରାଯାଇଛି। ଶନିବାର ଏବଂ ରବିବାର ସଟ୍‌ଡାଉନ୍‌ କରାଯାଇଛି। ଏହାପରେ ବି କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହୁନାହିଁ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ ୧୭ ତାରିଖ ଦିନ ୩୯୨ ଚିହ୍ନଟ ହୋଇଛନ୍ତି। ରବିବାର ୨୨୧ ଜଣ ଚିହ୍ନଟ ହୋଇଛନ୍ତି। ଏହି ୨ଦିନକୁ ଦେଖିଲେ ସ୍ପଷ୍ଟ ଅନୁମାନ କରହେଉଛି କି ଜିଲ୍ଲାରେ କିଭଳି କରୋନା ତାର କାୟା ବିସ୍ତାର କରିଚାଲିଛି। ଗତ ମାର୍ଚ୍ଚ ୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ୪୮ ଦିନରେ ଜିଲ୍ଲାରେ ୧୮ହଜାର ୭୫ ଜଣଙ୍କ କରୋନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୧୭୯୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାରେ ପ୍ରଥମ କରି ମାର୍ଚ୍ଚ ୨୫ ତାରିଖରେ ସିନାପାଲି ବ୍ଲକ୍‌ ବ୍ରାହ୍ମଣପଡ଼ାରେ ୨୯ ଜଣ ଚିହ୍ନଟ ହୋଇଥିଲେ। ଏପ୍ରିଲ ମାସ ୧ ତାରିଖ ଠାରୁ ଜିଲ୍ଲାରେ ପ୍ରତିଦିନ ଗୋଟିଏ କିମ୍ବା ୨ଟି କରୋନା ମୃତ୍ୟୁ ଦେଖିବାକୁ ମିଳୁଛି। ଏପ୍ରିଲ ୧୧ ତାରିଖରେ ଜିଲ୍ଲାରେ ୧୩୫ ଜଣ ଚିହ୍ନଟ ହୋଇଥିଲେ। ୧୨ ତାରିଖରେ ୯୦ ଜଣ, ୧୩ ତାରିଖରେ ୩୦୩ ଜଣ, ୧୪ ତାରିଖରେ ୧୦୪ ଜଣ, ୧୫ ତାରିଖରେ ୧୫୧ ଜଣ, ୧୬ ତାରିଖରେ ୧୪୦ ଜଣ ଚିହ୍ନଟ ହୋଇଥିଲେ। ସେହିପରି ଖଡ଼ିଆଳ ବ୍ଲକ୍‌ରେ ୭ଜଣଙ୍କ ମୃତ୍ୟୁ ହୋଇଛି। ନୂଆପଡ଼ା ବ୍ଲକ୍‌ରେ ୪ଜଣ, ସିନାପାଲି ବ୍ଲକ୍‌ରେ ୪ଜଣ, ବୋଡ଼େନ ବ୍ଲକ୍‌ରେ ୨ଜଣ, କୋମନା ବ୍ଲକ୍‌ରେ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ୫ଜଣ ଯୁବକ ଏବଂ ୩ଜଣ ମହିଳା ଥିଲେ। ସେହିପରି ୧୧ ଜଣଙ୍କ ନୂଆପଡ଼ା ଜିଲ୍ଲା କୋଭିଡ୍‌ ଡାକ୍ତରଖାନରେ ମୃତ୍ୟୁ ହୋଇଛି। ଅନ୍ୟମାନେ ଜିଲ୍ଲା ବାହାରେ ମୃତ୍ୟୁବରଣ କରିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ଚିନ୍ତା ବଢ଼ାଇଲେ କୁମ୍ଭମେଳା ଫେରନ୍ତା : ହରିଦ୍ୱାରରୁ ଫେରି ବରମୁଣ୍ଡାର ୨୧ ଆକ୍ରାନ୍ତ

Mon Apr 19 , 2021
ଭୁବନେଶ୍ବର : ଆଶ୍ବିନ ମାସ କୃଷ୍ଣ ପକ୍ଷ କିମ୍ବା ଚୈତ୍ର ମାସ କୃଷ୍ଣ ପକ୍ଷରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କଲେ ସ୍ବର୍ଗ ପ୍ରାପ୍ତି ହୁଏ। ବର୍ଷର ଏହି ଦୁଇ ପକ୍ଷରେ ଅସ୍ଥି ବିସର୍ଜନ କରି ଶ୍ରାଦ୍ଧ ଦେଲେ ଦିବଂଗତ ଆତ୍ମାକୁ ଶାନ୍ତି ମିଳେ ବୋଲି ବିଶ୍ବାସ ରହିଛି। ଏଣୁ ବହୁ ଲୋକ ଏହି ସମୟରେ ଉତ୍ତର ଭାରତର ହରିଦ୍ବାର, ଋଷିକେଶ, କାଶୀ, ଗୟା ଆଦି ଯାଇ ଗଙ୍ଗାରେ ଅସ୍ଥି ବିସର୍ଜନ […]
ଚିନ୍ତା ବଢ଼ାଇଲେ କୁମ୍ଭମେଳା ଫେରନ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial