କରୋନା କବଳରେ କ୍ୟାପିଟାଲ ଥାନା: ସଂକ୍ରମିତ ସଙ୍ଗରୋଧରେ ଥିଲେ

କରୋନା କବଳରେ କ୍ୟାପିଟାଲ ଥାନା

ଭୁବନେଶ୍ୱର : ଚନ୍ଦ୍ରଶେଖରପୁର, ଚନ୍ଦକା, ମଞ୍ଚେଶ୍ବର ପରେ କ୍ୟାପିଟାଲ ଥାନାକୁ ଛୁଇଁଛି କରୋନା। ଜଣେ ମହିଳା କନେଷ୍ଟବଳ କରୋନା ସଂକ୍ରମିତ ହୋଇଛନ୍ତି। ଆଜି ପଜିଟିଭ୍‌ ରିପୋର୍ଟ ଆସିବା ପରେ ସମଗ୍ର ଥାନାକୁ ସାନିଟାଇଜ୍‌ କରାଯାଇଛି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ସଙ୍ଗରୋଧରେ ରହିଥିବା ବେଳେ ଅନ୍ୟମାନେ ଭୟଭୀତ ଅଛନ୍ତି। ତେବେ ଏସିପି ମାନସ ଗଡ଼ନାୟକ କହିଛନ୍ତି ଯେ ସନ୍ଦେହ ହେବା ପରେ ସମ୍ପୃକ୍ତ କନେଷ୍ଟବଳ ୧୫ ଦିନ ସଙ୍ଗରୋଧରେ ରହିଥିଲେ। ଏଣୁ ଥାନା ପାଇଁ କିଛି ସମସ୍ୟା ନାହିଁ। ଥାନା‌ ସିଲ୍‌ହେବା ନେଇ ଯେଉଁ ଗୁଜବ ଉଠୁଥିଲା ତାହାର ମଧ୍ୟ ସତ୍ୟତା ନାହିଁ। ଅଭିଯୋଗକାରୀ ନିର୍ଦ୍ୱନ୍ଦରେ ଆସିି ଅଭିଯୋଗ ଦେଇପାରିବେ। ତଦନ୍ତ ପ୍ରକ୍ରିୟାରେ ମଧ୍ୟ କୌଣସି ବାଧା ଉପୁଜିନାହିଁ ବୋଲି ଶ୍ରୀ ଗଡ଼ନାୟକ ସୂଚନା ଦେଇଛନ୍ତି।
ଅନ୍ୟପଟେ ଥାନାରେ କରୋନା ବ୍ୟାପିବା ସମଗ୍ର ଅଞ୍ଚଳ ପାଇଁ ବିପଦ ବୋଲି କୁହାଯାଉଛି। କୋଭିଡ୍‌ ମୁକାବିଲାରେ ସମସ୍ୟା ହେବା ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ପାଇଁ ୫ଟି ଥାନା ସିଲ୍‌ କରାଯାଇଥିଲା। ସିଲ୍‌ ସମୟରେ ଏତଲା ସଂଗ୍ରହ କରିବା ପାଇଁ ପାଖ ଥାନାକୁ ଦାୟିତ୍ବ ଦିଆଯାଇଥିଲା। ଫଳରେ ସମ୍ପୃକ୍ତ ଥାନା ଉପରେ ଚାପ ବଢ଼ିଥିଲା। ଏବେ କମିସନରେଟ୍‌ ପୁଲିସରେ ପଜିଟିଭ୍‌ ସଂଖ୍ୟା ବଢ଼ୁଥିବାରୁ ଏଭଳି ପରିସ୍ଥିତି ଉପୁଜିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

Share Now:

Kalinga News Beuro

Next Post

ବଜାରକୁ ଆସିଲା ୩୯ ଟଙ୍କିଆ କୋଭିଡ୍‌ ଟାବ୍‌ଲେଟ

Sun Jul 26 , 2020
ନୂଆଦିଲ୍ଲୀ : କୋଭିଡ୍‌-୧୯ର ଚିକିତ୍ସା ପାଇଁ ଭାରତୀୟ ଔଷଧ ନିର୍ମାତା ଜେନ୍‌ବର୍କ୍‌ଟ ଫାର୍ମାସ୍ୟୁଟିକାଲ୍‌ସ ଭୂତାଣୁ-ବିରୋଧୀ ଔଷଧ ଫାବିପିରାଭିରକୁ ନିଜସ୍ବ ବ୍ରାଣ୍ଡ୍‌ ‘ଫାଭିଭେଣ୍ଟ୍‌‘ ନାମରେ ବଜାରକୁ ଛାଡ଼ିଛି। ସାଧାରଣତଃ ଇନ୍‌ଫ୍ଲୁଏଞ୍ଜା ପ୍ରତିକାର ପାଇଁ ବ୍ୟବହୃତ ଉକ୍ତ ଫାବିପିରାଭିରର ମୂଳ ପ୍ରସ୍ତୁତି ଜାପାନରୁ ହିଁ ଆରମ୍ଭ ହୋଇଥିଲା। ବିଭିନ୍ନ ଭୂତାଣୁ ବିରୋଧରେ ଏହା ଆଶାନୁରୂପ ପ୍ରତିରୋଧ ପ୍ରଦର୍ଶନ କରୁଥିବା ଜଣାପଡ଼ିଥିବା ବେଳେ ୩୯ ଟଙ୍କାରେ ମିଳିବାକୁ ଥିବା ଉକ୍ତ ‘ଫାଭିଭେଣ୍ଟ୍‌‘ ବଟିକା ଅପେକ୍ଷାକୃତ […]
୩୯ ଟଙ୍କିଆ କୋଭିଡ୍‌ ଟାବ୍‌ଲେଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial