କଟକଣା ମୁକ୍ତ ହେଲା ବ୍ରହ୍ମପୁର ସହରର ସୀମା: ସକାଳ ୫ଟାରୁ ରାତି ୮ଟା ଯାଏ ଖୋଲା ରହିବ ଦୋକାନ ବଜାର

ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଗଞ୍ଜାମରେ କରୋନା କଟକଣା କୋହଳ ହେବା ପରେ ଆଜିଠାରୁ ବ୍ରହ୍ମପୁର ସହରର ସୀମାକୁ କଟକଣା ମୁକ୍ତ କରାଯାଇଛି। ଏଥିଲାଗି ଆଜି ସକାଳ ୫ଟାରୁ ରାତି ୮ଟା ଯାଏ ଦୋକାନ ବଜାର ଖୋଲା ରହିବ ବୋଲି ଜଣାଯାଇଛି। ତେବେ ଏହି ସମୟରେ ସମସ୍ତ ଦୋକାନୀ ପଞ୍ଚସୂତ୍ର ନିୟମ ପାଳନ କରିବାକୁ ପଡ଼ିବ ବୋଲି ନିର୍ଦେଶ ଦିଆଯାଇଛି। ଆଜି ସକାଳୁ ବ୍ରହ୍ମପୁର ସହରର ଅନେକ ଦୋକାନ ବଜାର ଖୋଲିଥିବା ଜଣାଯାଇଛି। ତେବେ ଗଞ୍ଜାମ ସୀମାରେ କଟକଣା ବଳବତ୍ତର ରହିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କାଲିଠାରୁ ସକାଳ ୫ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲିବ।

ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ୍‌ କରି ଏହି ସୂଚନା ଦେଇଥିଲେ। ଜିଲ୍ଲାପାଳ କହିଥିଲେ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜାରି ରହିବ। ଜିଲ୍ଲାପାଳ ଦୋକାନୀମାନଙ୍କୁ ଅପିଲ କରିଛନ୍ତି ଯେ, ସେମାନେ ସାମାଜିକ ଦୂରତା ତଥା ପଞ୍ଚସୂତ୍ର ନିୟମ ପାଳନ କରନ୍ତୁ। ସମସ୍ତେ ମାସ୍କ ପିନ୍ଧନ୍ତୁ ଏବଂ ୨ ମିଟର ସାମାଜିକ ଦୂରତା ରକ୍ଷା କରନ୍ତୁ। ଉଲ୍ଲେଖଯୋଗ୍ୟ ଗଞ୍ଜାମ ଜିଲ୍ଲାରେ କରୋନା ଭାଇରସ ସଂକ୍ରମଣ ସ୍ଥିତି ଦିନକୁ ଦିନ ସୁଧୁରୁଥିବାରୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଦୋକାନ-ବଜାର ଗୁଡ଼ିକ ଖୋଲିବା ନେଇ ଅନୁମତି ପ୍ରଦାନ କରିଛନ୍ତି। ଜିଲ୍ଲାରେ ଆଜି ୨୭୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ଏପର୍ଯ୍ୟନ୍ତ ୧୬ହଜାର ୩୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୪ ହଜାର ୪୪୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ୧୭୨୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୧୭୪ ଜଣଙ୍କର ମୃତ୍ୟୁ ହୋଇଛି।

Share Now:

Kalinga News Beuro

Next Post

ଜାତୀୟ ଶିକ୍ଷା ନୀତି ଉପରେ ଶିକ୍ଷକଙ୍କ ମତାମତ ଲୋଡ଼ିଲା କେନ୍ଦ୍ର: ଅଗଷ୍ଟ ୩୧ ସୁଦ୍ଧା ଦେଇପାରିବେ ମତ

Mon Aug 24 , 2020
ନୂଆଦିଲ୍ଲୀ: ନୂତନ ଶିକ୍ଷା ନୀତି-୨୦୨୦ ଲାଗୁ କରିବା ପୂର୍ବରୁ ଦେଶର ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷଙ୍କ ମତାମତ ଲୋଡ଼ିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ମନ୍ତ୍ରାଳୟ ଅଧୀନ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଅନିତା କରୱାଲ ଏନେଇ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷା ସଚିବଙ୍କୁ ଚିଠି ଲେଖିଛନ୍ତି। ଶିକ୍ଷକ, ଅଧ୍ୟକ୍ଷମାନେ ସରଳ ଭାବେ ଶିକ୍ଷା ନୀତିର ପ୍ରତି ବିଷୟ ଉପରେ ମତ […]
ଜାତୀୟ ଶିକ୍ଷା ନୀତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial