୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ଟିକା ଦିଆଯିବ: ଉଦ୍ଧବ ଠାକରେ

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ଟିକା ଦିଆଯିବ

ମୁମ୍ବାଇ: ଦେଶରେ କରୋନା ମହାମାରୀ ବିରୋଧରେ ଲଢେଇ ଜାରି ରହିଛି। ଲଢେଇରେ ମୁଖ୍ୟ ଅସ୍ତ୍ର ସାଜିଛି କରୋନା ଟିକା। ଏହି ଟିକାର ଦାମକୁ ନେଇ ଦେଶରେ ରାଜନୀତି ଚାଲିଥିବା ବେଳେ ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରେ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କ ମାଗଣାରେ ଟିକା ଦିଆଯିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି କି ଏହାଦ୍ୱାରା ରାଜ୍ୟରେ ଦୃତଗତିରେ ଟିକାକରଣ ହୋଇପାରିବ। କହିରଖୁ କି ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ ପହିଲାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ନାଗରିକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ହେଲେ ଟିକା କେନ୍ଦ୍ର ସରକାର ମାଗଣାରେ ଦେବେ କି ରାଜ୍ୟ ସରକାର କିଣି ଲୋକମାନଙ୍କୁ ଦେବ କିମ୍ବା ଲୋକମାନଙ୍କୁ ନିଜ ଟଙ୍କାରେ ଟିକା କିଣି ନେବାକୁ ହେବ ତାହା ଏବେ ଦନ୍ଦ୍ୱରେ ଥିବା ବେଳେ ମହାରାଷ୍ଟ୍ର ସରକାରଙ୍କ ଏଭଳି ଘୋଷଣା ରାଜ୍ୟବାସୀଙ୍କୁ ଆଶ୍ୱସ୍ଥ କରିଛି।

Share Now:

Kalinga News Beuro

Next Post

୭୨ଘଣ୍ଟା ପାଇଁ ରାଉରକେଲାର ଇପିଏଫ୍ ଅଫିସ୍ ବନ୍ଦ

Sun Apr 25 , 2021
ରାଉରକେଲା: କେତେକ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଉରକେଲାର ଇପିଏଫ୍ ଉପ ଆଞ୍ଚଳିକ କାର୍ଯ୍ୟାଳୟ (ଭବିଷ୍ୟନିଧି ଭବନ)କୁ ୭୨ଘଣ୍ଟା ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଉରକେଲା ମ୍ୟୁନିସିପାଲ୍ କର୍ପୋରେସନର କମିସନର୍ ଦିବ୍ୟାଜ୍ୟୋତି ପରିଡ଼ା ଏହି ଅନୁଷ୍ଠାନରେ ଅନେକ କୋଭିଡ୍ ମାମଲା ଚିହ୍ନଟ ହେବା ପରେ ପାନପୋଷ ରୋଡରେ ଥିବା ଇପିଏଫ୍ ସବ୍ ଆଞ୍ଚଳିକ କାର୍ଯ୍ୟାଳୟ (ଭବିଷ୍ୟନିଧି ଭବନ)କୁ ୭୨ ଘଣ୍ଟା ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ […]
୭୨ଘଣ୍ଟା ପାଇଁ ରାଉରକେଲାର ଇପିଏଫ୍ ଅଫିସ୍ ବନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial