ରାଜଧାନୀରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ଶୋଭାଯାତ୍ରା: କର୍ମୀଙ୍କ ଉପରେ ପୁଲିସର ଲାଠିଚାର୍ଜ

ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର: ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ଶୋଭାଯାତ୍ରା ଚାଲିଥିବା ବେଳେ, ଉତ୍ତ୍ୟକ୍ତ କର୍ମୀଙ୍କ ଉପରେ ପୁଲିସ ଲାଠିଚାର୍ଜ କରିଥିବାର ଖବର ମିଳିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଯାଏ ହଜାର ହଜାର ବିଜେପି ଯୁବମୋର୍ଚ୍ଚା କର୍ମୀ ଲୋୟର ପିଏମଜି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଧାରଣାରେ ବସିଲେ। ଏହାପରେ ପୁଲିସ୍ ବ୍ୟାରିକେଡ ଭାଙ୍ଗି ବିଧାନସଭାକୁ ଅଗ୍ରସର ହେବାକୁ ଉଦ୍ୟମ ହେଉଥିବା ବେଳେ କେତେକ ବିଜେପି କର୍ମୀଙ୍କୁ ପୁଲିସ ଗିରଫ କରିଥିଲା। ଏହାଛଡ଼ା ପୁଲିସ ଲାଠିଚାର୍ଜ କରିଥିଲା। ପୁଲିସ ସହ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ପ୍ରତିବାଦ ଶୋଭାଯାତ୍ରା ବେଳେ ଲୋୟର ପିଏମଜିରେ ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ବିଜେପି କର୍ମୀମାନେ ପୁଲିସ ଭ୍ୟାନକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଏହାପରେ ପୁଲିସ କର୍ମୀଙ୍କୁ ଘଉଡ଼ାଇବା ଲାଗି ଉଦ୍ୟମ କରିଥିଲେ। ଏଥରେ ଆରଆରବି ଯବାନ ଓ କିଛି ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି। ଏଥିରେ କେତେକ ବିଜେପି କର୍ମୀଙ୍କ ସମେତ ସାମ୍ବାଦିକଙ୍କ ମୁଣ୍ଡ ଫାଟିଥିବାର ସୂଚନା ମିଳିଛି। ଏଣେ ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଯେପର୍ଯ୍ୟନ୍ତ ରାଜ୍ୟ ସରକାର ବିଜେପିର ଦାବି ନ ମାନିଛନ୍ତି, ସେଯାଏଁ ଏହି ପ୍ରତିବାଦ ଜାରି ରହିବ। ଏହାକୁ ଆହୁରି ତୀବ୍ରତର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଠିକ୍ ସେହିପରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ବିଜେଡି ସରକାର ଆଜି ଭୟଭୀତ। ଏହି କାରଣରୁ ପୁଲିସକୁ ଲଗାଇ ବିଜେପି କର୍ମୀମାନଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି।

Share Now:

Kalinga News Beuro

Next Post

ମିଛରେ ଚାଲିଛି ଶିଳାନ୍ୟାସ : ୧୧ ବର୍ଷ ପରେ ବି ନିର୍ମାଣ ହେଲାନି ମାଛୁଆ ବଜାର କଲ୍ୟାଣ ମଣ୍ଡପ

Thu Dec 9 , 2021
କଟକ: ସହରବାସୀଙ୍କ ବିଭିନ୍ନ ଉତ୍ସବ ଆୟୋଜନ ପାଇଁ ସିଏମ୍‌ସିରେ ରହିଛି କଲ୍ୟାଣ ମଣ୍ଡପର ବ୍ୟବସ୍ଥା। ନିଗମ ଅଧୀନରେ ଦୁଇଟି ମଣ୍ଡପ ଥିବା ବେଳେ ଆଉ ଏକ ନୂଆ ମଣ୍ଡପ ପାଇଁ ସହରର ମାଛୁଆ ବଜାରସ୍ଥିତ ଏଲ୍‌ଆଇସି କାର୍ଯ୍ୟାଳୟ ସମ୍ମୁଖରେ ୨୦୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମାତ୍ର ଏହା ମଧ୍ୟରେ ୧୧ ବର୍ଷ ବିତିଯାଇଥିଲେ ବି ମଣ୍ଡପ ପାଇଁ ଗୋଟିଏ ଇଟା ପଡି ପାରିଲା ନାହିଁ। […]
୧୧ ବର୍ଷ ପରେ ବି ନିର୍ମାଣ କାମ ଆରମ୍ଭ ହେଲାନି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial