‘ଏନ୍‌ଏଚ୍‌ଆର୍‌ସି’ରେ ପହଞ୍ଚିଲା ପୂର୍ବତନ ବ୍ୟାଙ୍କମିତ୍ର ଭାରତୀ ସିଂ ମାମଲା

‘ଏନ୍‌ଏଚ୍‌ଆର୍‌ସି’ରେ ବ୍ୟାଙ୍କମିତ୍ର ଭାରତୀ ସିଂ ମାମଲା

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲାର ବହୁଚର୍ଚ୍ଚିତ ବ୍ୟାଙ୍କମିତ୍ର ଭାରତୀ ସିଂଙ୍କୁ ଚାକିରିରୁ ନିଲମ୍ବନ ମାମଲା ଜାତୀୟ ମାନବାଧିକାର କମିସନର(ଏନ୍‌ଏଚ୍‌ଆର୍‌ସି)ରେ ପହଞ୍ଚିଛି। ଭାରତୀଙ୍କୁ ନ୍ୟାୟ ଦାବିରେ ଜନୈକ ସାମାଜିକ କର୍ମୀଙ୍କ ପକ୍ଷରୁ ଏନ୍‌ଏଚ୍‌ଆରସିରେ ଏହି ଆବେଦନ କରାଯାଇଛି। ଆବେଦନକାରୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ବିନା କାରଣ ଓ ନୋଟିସରେ ଭାରତୀ ସିଂଙ୍କୁ ନିଲମ୍ବନ କରାଯାଇଥିବାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏହା ମାନବାଧିକାର ଉଲ୍ଲଂଘନ ବୋଲି କୁହାଯାଇଛି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।
ସୂଚନାଯୋଗ୍ୟ, ମୟୂଭରଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ର ଆଦିବାସୀ ମହିଳା ଭାରତୀ ସିଂ ବିଗତ ୪ ବର୍ଷ ହେଲା ବ୍ୟାଙ୍କମିତ୍ର ଭାବେ କାର୍ଯ୍ୟରତ ଥିଲେ। ପରିବାର ସମ୍ଭାଳିବା ସହ ସୂଚାରୁ ଭାବେ ନିଜ କାମ କରୁଥିଲେ, ଯେଉଁଥିପାଇଁ ତାଙ୍କୁ ବ୍ଲକ୍‌ସ୍ତରରେ ୨ ଥର ଓ ଜିଲ୍ଲାସ୍ତରରେ ଥରେ ପୁରସ୍କୃତ କରାଯାଇଥିଲା। କୋଭିଡ୍‌ ମହାମାରୀ ସମୟରେ ଭାରତୀ ନିଜର ଦରମା ଟଙ୍କା ଦାନ କରି ଚର୍ଚ୍ଚାକୁ ଆସିଥିଲେ। ଗତ ୧୧ ତାରିଖରେ ଭୁବନେଶ୍ୱରରେ ଚାଲିଥିବା ମହିଳା ସ୍ୱୟଂ ସହାୟିକାଙ୍କ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ। ସ୍ଥାୟୀ ଚାକିରି ଓ ଦରମା ବୃଦ୍ଧି ଦାବି ବାବଦରେ ସେ ଗଣମାଧ୍ୟମ ସମ୍ମୁଖରେ ନିଜ ମତ ରଖିଥିଲେ। ଏହା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଦିଆଗଲା।

Share Now:

Kalinga News Beuro

Next Post

୨ ବର୍ଷ ମଧ୍ୟରେ ନକ୍ସଲ ମୁକ୍ତ ହେବ ଭାରତ : କେନ୍ଦ୍ର ଗୃହମନ୍ତ୍ରୀ

Fri Oct 6 , 2023
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି କହିଛନ୍ତି ଯେ ଦୁଇ ବର୍ଷ ମଧ୍ୟରେ ଦେଶରୁ ନକ୍ସଲବାଦ ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇଯିବ। ଅର୍ଥାତ ଦୁଇ ବର୍ଷ ମଧ୍ୟରେ ସମସ୍ତ ନକ୍ସଲ ସଫା ହୋଇଯିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଆଜି ଦୃଢୋକ୍ତି ପ୍ରକାଶ କରିଛନ୍ତି। ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ସୁରକ୍ଷା ସ୍ଥିତିକୁ ସମୀକ୍ଷା ପାଇଁ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶାହା ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୨ ମସିହାରେ ଗତ […]
୨ ବର୍ଷ ମଧ୍ୟରେ ଦେଶରୁ ସଫା ହୋଇଯିବେ ନକ୍ସଲ

ଆହୁରି ପଢ଼ନ୍ତୁ