ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଯୌନ ପିପାସୁକୁ ବାନ୍ଧିଲା ପୁଲିସ

ଯୌନ ପିପାସୁକୁ ବାନ୍ଧିଲା ପୁଲିସ

ସୋର: ଦୁଷ୍କର୍ମ ପୀଡ଼ିତ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଯୌନ ପିପାସୁକୁ ଗିରଫ କରିଛି ସୋର ପୁଲିସ। ସୂଚନା ଅନୁସାରେ ଉଦଳା ଥାନା ଅନ୍ତର୍ଗତ ରାଢ ଅଞ୍ଚଳର ଜଣେ ଆଦିବାସୀ ଦିବ୍ୟାଙ୍ଗ( ଅନ୍ଧ ଓ ବଧିର) ଯୁବତୀ ତାଙ୍କ ଭିଣୋଇଙ୍କ ଘର ଔପଦା ଥାନା ବଡ଼ପୋଖରୀରେ ରହୁଥିଲେ। ଆଜି ତାଙ୍କ ଭଉଣୀ ଭିଣୋଇ ନଥିବାର ସୁଯୋଗ ନେଇ ଔପଦା ଥାନା ଗଜଆମ୍ବ ଗ୍ରାମର ବାଇଧର ସିଂ (୩୨) ସୋରରେ ଥିବା ଅନ୍ଧ ମୁକ ଆଶ୍ରୟସ୍ଥଳକୁ ନେବା ବାହାନାରେ ଯୁବତୀ ଜଣଙ୍କୁ ସୋର ଅଭିମୁଖେ ଆଣିଥିଲେ। ମାତ୍ର ନିର୍ଜନ ସ୍ଥାନ ଦେଖି ମାଣିପୁର ପଞ୍ଚାୟତ ଖୁଣ୍ଟା ନିକଟରେ ଏକ ଜଙ୍ଗଲ ଭିତରକୁ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ।
ସ୍ଥାନୀୟ ଲୋକେ ଚିତ୍କାର ଶୁଣି ଆସିବା ବେଳକୁ ବାଇଧର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପରେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ସୋର ପୁଲିସକୁ ଖବର ଦେଇଥିଲେ। ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ସୋର ସ୍ଥିତ ସୁଧାର ଗୃହରେ ରଖିବା ସହିତ ତତ୍ପରତାର ସହ ବିଳମ୍ବିତ ରାତିରେ ଏକ ଜଙ୍ଗଲ ଭିତରୁ ବାଇଧରକୁ ଗିରଫ କରି ଥାନାରେ ରଖିବା ସହିତ ୭୮୧/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆଜି ବାଇଧରକୁ କୋର୍ଟ ଚାଲାଣ କରାଯିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।

Share Now:

Kalinga News Beuro

Next Post

ଗୋଟାଏ ରାତିରେ ୮୦୦ ଥର ସିରିଜ୍‌ ଭୂକମ୍ପ : ଆଇସଲ୍ୟାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

Sat Nov 11 , 2023
ନୂଆଦିଲ୍ଳୀ: ଦକ୍ଷିଣ-ପଶ୍ଚିମ ରେକଜାନେସ୍ ପେନିନ୍‌ସୁଲାରେ ଲଗାତର ଭାବେ ଅନେକଗୁଡ଼ିଏ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ ଆଇସଲ୍ୟାଣ୍ଡରେ ଶୁକ୍ରବାର ଦିନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ରିପୋର୍ଟରୁ ପ୍ରକାଶ ଯେ ଶୁକ୍ରବାର ରାତିରେ ଆରମ୍ଭ ହୋଇଥିବା ଏହି ସରିଜ୍‌ ଭୂକମ୍ପ ୧୪ ଘଣ୍ଟା ମଧ୍ୟରେ ୮୦୦ ଥର ଝଟ୍‌କା ଦେଇଛି। ଏହି ଭୂକମ୍ପ ପରେ ସିଭିଲ୍ ସୁରକ୍ଷା ଏବଂ ଜରୁରୀକାଳୀନ ପରିଚାଳନା ବିଭାଗ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, […]
ଗୋଟାଏ ରାତିରେ ୮୦୦ ଥର ସିରିଜ୍‌ ଭୂକମ୍ପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial