ଅଞ୍ଜଳିଙ୍କ ମୃତ୍ୟୁ ଘଟଣା : ଗାଡି ତଳେ କିଛି ଲାଖିଥିବା ଅନୁଭବ କରିଥିଲେ ଡ୍ରାଇଭର

ଅଞ୍ଜଳିଙ୍କ ମୃତ୍ୟୁ ଘଟଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ଦିନ ଘଟିଥିଲା ଏକ ହୃଦୟ ବିଦାରକ ଘଟଣା। ଏକ କାରରେ ଥିବା ୫ଜଣ ଯୁବକ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୪ କିଲୋମିଟର ଘୋଷାଡି ନେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ୩ଦିନ ବିତିଥିବା ବେଳେ ଏହାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି। ପ୍ରାଥ‌ମିକ ରିପୋର୍ଟରୁ ଅଞ୍ଜଳିଙ୍କ ସହ ଦୁଷ୍କର୍ମ ହୋଇନଥିବା ସାମ୍ନାକୁ ଆସିଥିବା ବେଳେ ଘଟଣା ଘଟିବା ଦିନ କାର ତଳେ କିିଛି ଲାଖିଥିବା ଡ୍ରାଇଭର ଜାଣିପାରିଥିଲେ ବୋଲି କହିଛନ୍ତି। ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ପଚରାଉଚରା ଆରମ୍ଭ କରିଛି। ଏହି ସମୟରେ ଗାଡି ଚଳାଉଥିବା ଅଭିଯୁକ୍ତ କହିଛନ୍ତି ଯେ, ଘଟଣା ଘଟିବା ସମୟରେ ଆମେ ନିଶାଗ୍ରସ୍ତ ଥିଲୁ। ଅଞ୍ଜଳିଙ୍କ ସ୍କୁଟି ସହ କାର୍ ଧକ୍କା ହେବାରୁ ଧରାପଡ଼ିବା ଡର‌ରେ ଆମେ ଘଟଣାସ୍ଥଳରେ ନଅଟକି ସେଠାରୁ ଚାଲିଆସିଥିଲୁ। କିଛି ବାଟ ଆସିବା ପରେ ମୋତେ ଗାଡି ତଳେ କିଛି ଲାଗିଥିବା ଭଳି ଅନୁଭବ ହୋଇଥିଲା। ଏ ବିଷୟରେ ମୁଁ କାରରେ ଥିବା ଅନ୍ୟ ୪ଜଣଙ୍କୁ କହିଥିଲେ ବି ସେମାନେ ନଅଟକି ଗାଡ଼ି ଚଳାଇବାକୁ କହିଥିଲେ। ଅଞ୍ଜଳି ଏଭଳି ଗାଡ଼ି ତଳେ ଲାଖି ଯାଇଥିବା ବିଷୟରେ ଆମକୁ ଜଣାନଥିଲା। କିଛି ସମୟ ପୂର୍ବରୁ ସୂଚନା ମିଳିଥିଲା ଯେ, ଯୁବତୀଙ୍କ ସହ ତାଙ୍କ ସ୍କୁଟି‌ରେ ଅନ୍ୟ ଜଣେ ଯୁବତୀ ବି ଥିଲେ। ଯେଉଁ ରାତିରେ ଅଞ୍ଜଳିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେହି ରାତିରେ ତାଙ୍କ ପଛରେ ଅନ୍ୟ ଜଣେ ଯୁବତୀ ବି ଥିଲେ। ଦୁର୍ଘଟଣାରେ ଅଞ୍ଜଳିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଯୁବତୀଙ୍କ ଶରୀରରେ ଆଘାତ ଲାଗିଥିଲା ଓ ସେ ସେଠାରୁ ସିଧା ତାଙ୍କ ଘରକୁ ଫେରି ଯାଇଥିଲେ। ମାତ୍ର ଅଞ୍ଜଳିଙ୍କ ଗୋଡ଼ କାରର ଆକ୍ସେଲ ପଶି ଯାଇଥିବା ହେତୁ ସେ ଘୋଷାଡ଼ି ହୋଇ ୪ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲେ।

Share Now:

Kalinga News Beuro

Next Post

ବେଙ୍ଗାଲୁରୁରୁ ଆସୁଥିବା ଗୋଏୟାର ବିମାନରେ ମାଡ଼ ହେଲା ପକ୍ଷୀ

Tue Jan 3 , 2023
ପାଟନା: ବେଙ୍ଗାଲୁରୁରୁ ଆସୁଥିବା ଗୋଏୟାର ବିମାନରେ ମାଡ଼ ହେଲା ପକ୍ଷୀ। ପାଟନା ବିମାନବନ୍ଦରରେ ଘଟିଛି ଏଭଳି ଘଟଣା। ଘଟଣା ଘଟିବା ସମୟରେ ବିମାନରେ ପ୍ରାୟ ୧୩୦ଜଣ ଯାତ୍ରୀ ଥିଲେ। ପକ୍ଷୀ ମାଡ଼ ହେବା ପରେ ବିମାନଟି ସୁରକ୍ଷିତ ଭାବେ ପାଟନା ବିମାନବନ୍ଦରରେ ଅବତରଣ କରିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ବେଙ୍ଗାଲୁରୁରୁ ପାଟନା ଆସୁଥିବା ଗୋଏୟାର ବିମାନ ଜି୮-୨୭୪ ବିମାନବନ୍ଦରରେ ଅବତରଣ […]
ଗୋଏୟାର ବିମାନରେ ମାଡ଼ ହେଲା ପକ୍ଷୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial