ପାଟନା: ବେଙ୍ଗାଲୁରୁରୁ ଆସୁଥିବା ଗୋଏୟାର ବିମାନରେ ମାଡ଼ ହେଲା ପକ୍ଷୀ। ପାଟନା ବିମାନବନ୍ଦରରେ ଘଟିଛି ଏଭଳି ଘଟଣା। ଘଟଣା ଘଟିବା ସମୟରେ ବିମାନରେ ପ୍ରାୟ ୧୩୦ଜଣ ଯାତ୍ରୀ ଥିଲେ। ପକ୍ଷୀ ମାଡ଼ ହେବା ପରେ ବିମାନଟି ସୁରକ୍ଷିତ ଭାବେ ପାଟନା ବିମାନବନ୍ଦରରେ ଅବତରଣ କରିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ବେଙ୍ଗାଲୁରୁରୁ ପାଟନା ଆସୁଥିବା ଗୋଏୟାର ବିମାନ ଜି୮-୨୭୪ ବିମାନବନ୍ଦରରେ ଅବତରଣ କରୁଥିବା ବେଳେ ବିମାନରେ ଏକ ପକ୍ଷୀ ମାଡ ହୋଇଥିଲା। କ୍ଷଣିକ ପାଇଁ ସମସ୍ତ ଯାତ୍ରୀଙ୍କ ଜୀବନ ବିପଦକୁ ଆସିଯାଇଥିବା ବେଳେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ସମସ୍ତଙ୍କ ଜୀବନ ବଞ୍ଚିଥିଲା। ଯାତ୍ରୀ ସୁରକ୍ଷିତ ଥିବା ସହ ବିମାନବନ୍ଦର ପ୍ରଶାସନ ଓ ଗୋଏୟାର ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ କୌଣସି ଅଧିକାରୀକ ସୂଚନା ଦିଆଯାଇନାହିଁ। ଏହା ପୂର୍ବରୁ ମଧ୍ୟ ପାଟନା ବିମାନବନ୍ଦରରେ ଏଭଳି ଦୁର୍ଘଟଣା ଘଟିସାରିଛି। ଜୁନ୍ ୧୯, ୨୦୨୨ରେ ପାଟନାରୁ ଦିଲ୍ଲୀକୁ ଉଡାଣ କରୁଥିବା ସ୍ପାଇସଜେଟ ବିମାନରେ ଏକ ପକ୍ଷୀ ମାଡ଼ ହୋଇଥିଲା। ଏହା ପରେ ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଏନେଇ ସୂଚନା ମିଳିବା ପରେ ତୁରନ୍ତ ବିମାନକୁ ସୁରକ୍ଷିତ ଅବତରଣ କରାଯାଇଥିଲା।
ବେଙ୍ଗାଲୁରୁରୁ ଆସୁଥିବା ଗୋଏୟାର ବିମାନରେ ମାଡ଼ ହେଲା ପକ୍ଷୀ

Share Now: