ନିର୍ବାଚନ କମିଶନଙ୍କ ନୂଆ ଇଭିଏମ

ନୂଆଦିଲ୍ଲୀ:ଇଭିଏମ ଟ୍ୟାମ୍ପରିଂକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏଥିରେ ପୂର୍ଣ୍ଣଛେଦ ପକାଇବା ପାଇଁ ନୂଆ ଇଭିଏମ ଲଞ୍ଚ କରିଛନ୍ତି ନିର୍ବାଚନ କମିଶନ। ବୁଧବାର ଦିନ ନିର୍ବାଚନ କମିଶନ ନ୍ୟୁ ଜେନେରେସନ ଇଭିଏମ ଲଞ୍ଚ କରିଛନ୍ତି । ଯାହାର ନାଁ ରହିଛି ମାର୍କ-୩ । ନିର୍ବାଚନ କମିଶନଙ୍କ କହିବା ଅନୁଯାୟୀ, ଏହି ଇଭିଏମଟି ଟ୍ୟାମ୍ପର ପ୍ରୁଫ୍‌ ଅଟେ। ଅର୍ଥାତ ଏହାକୁ କେହି ଟ୍ୟାମ୍ପରିଂ କରିପାରିବେ ନାହିଁ।

ଏହି ନୂଆ ମାର୍କ-୩ ଇଭିଏମର ସୁରକ୍ଷା ପାଇଁ ଅନେକ ଅତ୍ୟାଧୁନିକ ଫିଚର ରହିଛି। ସୁବୁଠୁ ବଡ କଥା ହେଲା ଏଥିରେ ଲାଗିଥିବା ଚିପକୁ ଦ୍ୱିତୀୟ ଥର ପାଇଁ ପୁନଃବ୍ୟବହାର କରାଯାଇ ପାରିବ ନାହିଁ। ଅର୍ଥାତ ଗୋଟିଏ ଥର ହିଁ ସଫ୍‌ଟୱେୟାର କୋର୍ଡ ବ୍ୟବହାର କରାଯାଇପାରିବ। ଏହାବାଦ୍‌ ଇଣ୍ଟରନେଟ ଓ କୌଣସି ନେଟୱାର୍କ ଏହି ଇଭିଏମରେ ଲିଙ୍କ୍‌ କରାଯାଇପାରିବ ନାହିଁ ।

ତେବେ ଏହାକୁ କୌଣସି ବ୍ୟକ୍ତି ଖୋଲିବାକୁ ଚାହିଁଲେ ଏହା ଆପଣାଛାଏଁ ବନ୍ଦ ହୋଇଯିବ। ଏପରିକି ଏଥିରୁ ଗୋଟିଏ ସ୍କ୍ରୃ ଯଦି ବି କିଏ ଖୋଲିବାକୁ ଚେଷ୍ଟା କରେ ତେବେ ଏହା ଆପଣାଛାଏଁ ସଟଡାଉନ ହୋଇଯିବ। ସବୁଠୁ ବଡ କଥା ହେଲା ପୁରୁଣା ଇଭିୟମ ମାର୍କ-୨ରେ ମାତ୍ର ୪ଟି ବାଲାଟ ୟୁନିଟ ଓ ୬୪ ପ୍ରାର୍ଥୀଙ୍କ ତଥ୍ୟ ରହୁଥିବା ବେଳେ ନୂଆ ମାର୍କ-୩ରେ ୨୪ ବାଲାଟ ୟୁନିଟ ରହିବା ସହ ୩୮୪ ପ୍ରାର୍ଥୀଙ୍କ ତଥ୍ୟ ସୁରକ୍ଷିତ ରହି ପାରିବ। ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଏହି ଇଭିଏମକୁ ଭାରତରେ ପ୍ରସ୍ତୁତ କରାଯାଇଛି। ଭାରତ ଇଲୋକଟ୍ରୋନିକ୍ସ ଲିମିଟେଡ ଓ ବାଙ୍ଗାଲୋର ଆଣ୍ଡ ଇଲୋକଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆର ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ କରାଯାଇଛି । ସଫ୍ଟୱେୟାର ମଧ୍ୟ ଏହିଠାରେ ଲେଖାଯାଇଥାଏ। ଏହାପରେ ଏଥିରେ ଚିପ ଲଗାଇବାକୁ ଆମେରିକା କିମ୍ବା ଜାପାନ କମ୍ପାନୀକୁ ଦିଆଯାଇଥାଏ।
ତେବେ ଏହି ନୂଆ ମାର୍କ-୩ ଇଭିଏମକୁ କର୍ଣ୍ଣାଟକ ନିର୍ବାଚନରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବ। ମୋଟ ୧୮୦୦ଟି ଏଭଳି ଇଭିଏମ କର୍ଣ୍ଣାଟକ ନିର୍ବାଚନରେ ବ୍ୟବହାର କରାଯିବ। ଏପରିକି ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଏହି ଇଭିଏମକୁ ବ୍ୟବହାର କରିବାକୁ ଯୋଜନା କରାଯାଇଛି।
ଏଠାରେ ସୁଚନାଯୋଗ୍ୟ ଯେ, ୧୯୭୭ ମସିହାରେ ନିର୍ବାଚନରେ ଇଭିଏମ ବ୍ୟବହାର କରିବାକୁ ଯୋଜନା ହୋଇଥିଲା। ତେବେ ଏହି ସ୍ୱପ୍ନ ୧୯୯୮ ମସିହାରେ ପୂରଣ ହୋଇଥିଲା। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ନୂଆଦିଲ୍ଲୀର କିଛି ନିର୍ବାଚନୀ ବୁଥରେ ପ୍ରଥମଥର ପାଇଁ ଇଭିଏମ ବ୍ୟବହାର କରାଯାଇଥିଲା। ଇଭିଏମର ପ୍ରଥମ ମଡେଲ ମାର୍କ-୧, ୧୯୮୯ ମସିହାରୁ ୨୦୦୬ ମସିହା ମଧ୍ୟରେ ପ୍ରସ୍ତୁତ କରାଯାଇଥିଲା। ଏହାକୁ ଶେଷ ଥର ପାଇଁ ୨୦୧୪ ମସିହାରେ ବ୍ୟବହାର କରାଯାଇଥିଲା। ସେହିଭଳି ମାର୍କ-୨ ଭର୍ସନର ଇଭିଏମ ୨୦୦୬ରୁ ୨୦୧୨ ମସିହାରେ ପ୍ରସ୍ତୁତ କରାଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ପାରାଦୀପରେ ନୂଆ ଏୟାରପୋର୍ଟ:ଧର୍ମେନ୍ଦ୍ର

Fri Apr 27 , 2018
ଭୁବନେଶ୍ୱର: ବନ୍ଦର ନଗରୀ ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ। ଏହାଛଡ଼ା ୪୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ନେଇ ନୂଆଦିଲ୍ଲୀରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସାଗରମାଳା ପ୍ରୋଜେକ୍ଟରେ ପାରାଦୀପ ବନ୍ଦର ଉନ୍ନତି ନେଇ ବୈଠକରେ ଆଲୋଚନା ହୋଇଛି। ନୂଆଦିଲ୍ଲୀ ଟ୍ରାନ୍ସପୋର୍ଟ ଭବନରେ ବସିଥିବା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ଜାହାଜ ଚଳାଚଳ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ବୈଠକରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial