୩୮.୪୭ କୋଟିର ଜିଏସ୍‌ଟି ବକେୟା : ୩ ଗାଡ଼ି ସୋ’ ରୁମ୍‌ରେ ଚଢ଼ଉ

୩ ଗାଡ଼ି ସୋ’ ରୁମ୍‌ରେ ଚଢ଼ଉ

୬୨୦ ବାଇକ୍ ଓ କାର୍ ଜବତ, ୧.୮ଏକରର ଜମି ଜବତ

ଭୁବନେଶ୍ୱର : ଭୁବନେଶ୍ୱରର ପାହାଳ, ମଞ୍ଚେଶ୍ୱର ଓ ଲକ୍ଷ୍ମୀସାଗରସ୍ଥିତ ଭାରତ ମୋଟର୍ସ ଓ ଶ୍ରୀ ଭାରତ ମୋଟର୍ସ ଉପରେ ବୁଧବାର ରାଜ୍ୟ ବାଣିଜ୍ୟକର ବିଭାଗର ଏନଫୋର୍ସମେଣ୍ଟ ଶାଖା ପକ୍ଷରୁ ଚଢ଼ଉ କରାଯାଇଛି। ୨୦୦୮ରୁ ୨୦୧୭ମଧ୍ୟରେ ପ୍ରବେଶ ଶୁଳ୍କ ଜିଏସ୍‌ଟି ଅର୍ଥ ବକେୟା ଥିବାରୁ ଏହି ଚଢ଼ଉ ହୋଇଛି। ପାହାଳସ୍ଥିତ ଶ୍ରୀ ଭାରତ ମୋଟର୍ସ ପ୍ରାୟ ୬.୧୭କୋଟି ଟଙ୍କା ବକେୟା ଥିଲା। ମାତ୍ର ପ୍ରବେଶ ଟିକସ ଦେବାରେ ବିଳମ୍ବ କରିବାରୁ ପ୍ରାୟ ୯.୫୩କୋଟି ଟଙ୍କା ସୁଧ ହୋଇଥିଲା। ଏହିଭଳି ମୋଟ ୧୫.୭୧କୋଟି ଟଙ୍କା ବକେୟା ରହିଥିଲା। ସେହିଭଳି କଟକ ରୋଡସ୍ଥିତ ଭାରତ ମୋଟର୍ସ ଲିମିଟେଡ୍‌ର ୭.୯୨କୋଟି ଟଙ୍କା ବକେୟା ଥିବା ବେଳେ ୧୪.୮୪କୋଟି ସୁଧ ରହିଥିଲା। ଏହିଭଳି ମୋଟ ୨୨.୭୬କୋଟି ବକେୟା ରହିଥିଲା। ତେବେ ଏହି ୨ ସଂସ୍ଥାକୁ ଏପ୍ରିଲ ୨୦୨୦ ସୁଦ୍ଧା ଏହି ବକେୟା ଅର୍ଥ ଦେବାକୁ ସମୟ ଦିଆଯାଇଥିଲା। ମାତ୍ର ଏହା ପରିଶୋଧ ନହେବାରୁ ଜିଏସ୍‌ଟି କମିସନରଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ଉ ହୋଇଥିଲା। ଏହି ୩ଟି ସଂସ୍ଥାର ୩ଟି ପ୍ଲଟ୍ ଜବତ କରାଯାଇଥିବା ବେଳେ ୬୦୭ଟି ବାଇକ୍, ୯ଟି ଜିପ୍ ଓ ୪ଟି ସ୍ପୋର୍ଟ୍ସ ବାଇକ୍ ଜବତ କରାଯାଇଛି। ଏହି ଚଢ଼ଉ ବେଳେ ୫ଟିମ୍‌ର ୩୦ଜଣ ଅଫିସର ସାମିଲ୍ ଥିଲେ। ଉଲ୍ଲେଖଯୋଗ୍ୟ, ଏଣ୍ଟ୍ରି ଟାକ୍ସ ବା ପ୍ରବେଶ ଟିକସକୁ ନେଇ ଭାରତ ମୋଟର୍ସ ଓ ଶ୍ରୀ ଭାରତ ମୋଟର୍ସ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ମାତ୍ର ୨୦୧୭ ମାର୍ଚ୍ଚ ୨୭ରେ ସୁପ୍ରିମକୋର୍ଟ ସୁଧ ସମେତ ବକେୟା ପ୍ରବେଶ ଟିକସ ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Share Now:

Kalinga News Beuro

Next Post

କନିଷ୍ଠ ଆବାସିକ ଡାକ୍ତରଙ୍କ ଜାତୀୟ ଧର୍ମଘଟ ପ୍ରତ୍ୟାହୃତ

Fri Dec 31 , 2021
ନୂଆଦିଲ୍ଲୀ: ‘ନିଟ୍‌-ପିଜି’ କାଉନ୍‌ସେଲିଙ୍ଗ୍‌ରେ ବିଳମ୍ବ ଏବଂ ପୁଲିସ ମାରଧର କରିଥିବା ଅଭିଯୋଗ କରି ପ୍ରତିବାଦ ଚଳାଇଥିବା ଦିଲ୍ଲୀର କନିଷ୍ଠ ଆବାସିକ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି। ଆଜି ମଧ୍ୟାହ୍ନ ୧୨ଟାରେ କାର୍ଯ୍ୟକ୍ଷେତ୍ରକୁ ଫେରିବେ। ‘ଫେଡେରେସନ୍‌ ଅଫ୍‌ ରେସିଡେଣ୍ଟ୍‌ ଡକ୍ଟର୍‌ସ୍‌ ଆସୋସିଏସନ୍‌’ର (ଏଫ୍‌ଓଆର୍‌ଡିଏ) ସଦସ୍ୟ ଏବଂ ଦିଲ୍ଲୀର ଯୁଗ୍ମ ପୁଲିସ କମିସନ୍‌ଙ୍କ ମଧ୍ୟରେ ଆଲୋଚନା ହେବା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ‘ଏଫ୍‌ଓଆର୍‌ଡିଏ’ର ସଭାପତି ଡାକ୍ତର ମନୀଷ କହିଛନ୍ତି, ଗତ ସନ୍ଧ୍ୟାରେ […]
ଡାକ୍ତରଙ୍କ ଜାତୀୟ ଧର୍ମଘଟ ପ୍ରତ୍ୟାହୃତ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial