ନବୀନ ନିବାସ ଆଗରେ ଆତ୍ମହତ୍ୟା ଉଦ୍ୟମ

ନବୀନ ନିବାସ ଆଗରେ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ନ୍ୟାୟ ପାଇବା ପାଇଁ ଲଢେଇ କରୁଥିବା ଏକ ପରିବାର ଆଜି ସକାଳେ ନବୀନ ନିବାସ ଆଗରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପୁଅର ହତ୍ୟାକାରୀକୁ ପୁଲିସ ଗିରଫ କରିନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି। ୨୦୨୨ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ଯୁବକ ଦୈତ୍ୟରାଜ୍ ନାୟକଙ୍କୁ ହତ୍ୟା କରାଯାଇଥିଲା।
ଏହି ହତ୍ୟାକାଣ୍ଡରେ ପୁଲିସ କାହାକୁ ଗିରଫ କରୁନଥିବା ବେଳେ ବାରମ୍ବାର ପରିବାର ଲୋକଙ୍କ ଆନ୍ଦୋଳନ ପରେ ପୁଲିସ ଗତ ୧୫ ତାରିଖରେ ଅଶୋକ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ଅନ୍ୟ ଅଭିଯୁକ୍ତ ମାନେ ଏବେବି ବାହାରେ ବୁଲୁଥିବା ବେଳେ ପରିବାର ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଏପରିକି ଡ୍ରଗସ୍ କାରବାରରେ ହତ୍ୟା ଅଭିଯୁକ୍ତମାନେ ସଂପୃକ୍ତ ଥିବା ବେଳେ ପୁଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଯାହାକୁ ନେଇ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ଆତ୍ମାହୁତି କରିବାକୁ ପରିବାର ଲୋକ ଆସିଥିଲେ। ଏବେ ପୁଲିସ ସେମାନଙ୍କୁ ଅଟକ ରଖିଛି।

Share Now:

Kalinga News Beuro

Next Post

ଇସ୍ରୋର ‘ଚନ୍ଦ୍ରଯାନ-୩’ ଲ୍ୟାଣ୍ଡର୍‌ର ନାମ ’ବିକ୍ରମ’ ଓ ରୋଭର୍‌ର ନାମ ‘ପ୍ରଜ୍ଞାନ’ ରଖିବା ପଛର କାରଣ

Thu Aug 24 , 2023
ନୂଆଦିଲ୍ଲୀ : ଇତିହାସ ରଚିଛି ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଇସ୍ରୋର ‘ଚନ୍ଦ୍ରଯାନ-୩’ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି। ଏପରି ସଫଳତା ହାସଲ କରିବାରେ ଭାରତ ବିଶ୍ୱର ୪ର୍ଥ ମହାକାଶ ସଂସ୍ଥାରେ ପରିଣତ ହୋଇଛି। ପୂର୍ବରୁ ସୋଭିଏତ ରୁଷ,ଆମେରିକା,ଚୀନ ଏହି ସଫଳତା ହାସଲ କରିଛନ୍ତି। ଆପଣ ଜାଣନ୍ତି ଯେ ଗତକାଲି (ବୁଧବାର) ସଂଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ‘ଚନ୍ଦ୍ରଯାନ-୩’ର ‘ବିକ୍ରମ ଲ୍ୟାଣ୍ଡର୍‌’ ଅବତରଣ କରିଛି। ତାହାର […]
’ବିକ୍ରମ’ ଓ ରୋଭର୍‌ର ନାମ ‘ପ୍ରଜ୍ଞାନ’ ପଛର କାରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial