ଚେନ୍ନାଇର ଆପୋଲ ହସ୍ପିଟାଲ୍‌‌ରେ ଭର୍ତ୍ତି ହେଲେ ପ୍ରଧାନମନ୍ତ୍ରୀଙ୍କ ସାନ ଭାଇ ପ୍ରହଲ୍ଲାଦ ମୋଦୀ

ମୋଦୀଙ୍କ ସାନ ଭାଇ ପ୍ରହଲ୍ଲାଦ ମୋଦୀ

ଗାନ୍ଧୀନଗର: କିଡ୍‌ନୀ ଜନୀତ ରୋଗରେ ଆକ୍ରାନ୍ତ ହୋଇ ଚେନ୍ନାଇର ଆପୋଲ ହସ୍ପିଟାଲ୍‌‌ରେ ଭର୍ତ୍ତି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାନ ଭାଇ ପ୍ରହଲ୍ଲାଦ ମୋଦୀ। ମୋଦୀଙ୍କ ବାପା ଦାମୋଦରଦାସ ମୁଲଚାନ୍ଦ ମୋଦୀ ଓ ତାଙ୍କ ପତ୍ନୀ ହିରାବେନ୍‌ଙ୍କର ପ୍ରହଲ୍ଲାଦ ହେଉଛନ୍ତି ପଞ୍ଚମ ସନ୍ତାନ। ସେ ଗୁଜୁରାଟର ଅହମ୍ମଦାବାଦରେ ଏକ ତେଜରାତି ଦୋକାନ ଓ ଟାୟାର୍‌ ସୋ ରୁମ୍‌ ଚଳାଉଛନ୍ତି। ଗତବର୍ଷ ଡିସେମ୍ବର ୨୭ ତାରିଖରେ ପ୍ରହଲ୍ଲାଦ ମୋଦୀ କର୍ଣ୍ଣାଟକ ମୈସୁର ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେ ତାଙ୍କ ପରିବାର ସହ ଏକ କାର୍‌ ଯୋଗେ ବନ୍ଦିପୁରରୁ ମୈସୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Share Now:

Kalinga News Beuro

Next Post

ଜଳିଗଲା ହାଇୱା : ଚାଳକ ଓ ହେଲପର୍ ସୁରକ୍ଷିତ

Tue Feb 28 , 2023
ଚନ୍ଦ୍ରଶେଖରପୁର: ରାଜଧାନୀର କିଟ୍ ଛକ ନିକଟରେ ଆଜି ଭୋର ସମୟରେ ଏକ ହାଇୱା ଜଳିଯାଇଥିବାର ଖବର ମିଳିଛି। ତେବେ ସେଥିରେ ଥିବା ଚାଳକ ଓ ହେଲପର୍ ଦୁହେଁ ସୁରକ୍ଷିତ ଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ସାଢ଼େ ୪ଟା ବେଳେ ବାରଙ୍ଗ ପଟୁ ଜୟଦେବ ବିହାର ଆଡ଼କୁ ଆସୁଥିବା ଏକ ହାଇୱା (ଓଡି୦୫-ଟି ୯୯୨୨)ରେ ହଠାତ୍ ଧୂଆଁ ବାହାରିଥିଲା। ଏହାଜାଣିପାରି ଉଭୟ ହେଲପର ଓ ଚାଳକ ଗାଡ଼ିରୁ […]
ଜଳିଗଲା ହାଇୱା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial