ସିଙ୍ଗାପୁର ଏବଂ ବ୍ରୁନେଇରୁ ଆସିଲା ତରଳ ମେଡିକାଲ୍ ଅମ୍ଳଜାନ

ସିଙ୍ଗାପୁର ଏବଂ ବ୍ରୁନେଇରୁ ଆସିଲା ତରଳ ଅମ୍ଳଜାନ

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ସଂକ୍ରମଣ ସାମାନ୍ୟ କମ ହୋଇଥିବା ବେଳେ ଦେଶରେ ଦେଖାଦେଇଥିବା ମେଡିକାଲ ଅମ୍ଳଜାନର ଅଭାବକୁ ଦୂର କରିବା ପାଇଁ ପାଖାପାଖି ୪୦ଟି ଦେଶ ଭାରତକୁ ସାହାଯ୍ୟ ଯୋଗାଉଛନ୍ତି। ପୂର୍ବରୁ ଅନେକ ଦେଶ ଭାରତକୁ ଅମ୍ଳଜାନ କନସେନଟ୍ରେଟର ସହ ବିଭିନ୍ନ ଚିକିତ୍ସା ଉପକରଣ ଯୋଗାଇଦେଇଥିବା ବେଳେ ଏବେ ପୁଣି ଥରେ ସିଙ୍ଗାପୁର ଭାରତକୁ ସାହାଯ୍ୟ କରିଥିବା ଜଣାପଡିଛି। ସିଙ୍ଗାପୁର ଏବଂ ବ୍ରୁନେଇରୁ ଆଜି ତରଳ ମେଡିକାଲ ଅମ୍ଳଜାନ ନେଇ ଆଇଏନଏସ ଜଳସ୍ଵ ବିଶାଖାପାଟଣାରେ ପହଞ୍ଚିଛି। ଭାରତୀୟ ନୌସେନା ଜାହାଜ ଭେଣ୍ଟିଲେଟର ଏବଂ ଖାଲି କ୍ରାଇୟୋଜେନିକ୍ କଣ୍ଟେନର ସହିତ ୩୦୦ ଏମଟି ତରଳ ମେଡିକାଲ୍ ଅମ୍ଳଜାନ, ୩,୬୦୦ ଅମ୍ଳଜାନ ସିଲିଣ୍ଡର, ଭେଣ୍ଟିଲେଟର ସହିତ ଅନ୍ୟାନ୍ୟ ଚିକିତ୍ସା ଉପକରଣ ନେଇ ପହଞ୍ଚିଛି। ଏହା ପୂର୍ବରୁ ଆଇଏନଏସ ତ୍ରିକାଣ୍ଡ ରବିବାର ସକାଳେ କତାରରୁ ୪୦ଏମଟି ତରଳ ମେଡିକାଲ ଅମ୍ଳଜାନ ନେଇ ମୁମ୍ବାଇ ଫେରିଥିଲା। କତାରର ହମାଦ୍ ବନ୍ଦରରୁ ମୁମ୍ବାଇକୁ ତରଳ ମେଡିକାଲ୍ ଅମ୍ଳଜାନ କ୍ରାୟୋଜେନିକ୍ କଣ୍ଟେନରଗୁଡିକର ପରିବହନକୁ ବୃଦ୍ଧି କରିବା ପାଇଁ ଅପରେସନ୍ ସମୁଦ୍ର ସେତୁ-୨ର ଏକ ଅଂଶ ଭାବରେ ଭାରତୀୟ ନାଭାଲ୍ ସିପ୍ ତ୍ରିକାଣ୍ଡକୁ ନିୟୋଜିତ କରାଯାଇଛି।

Share Now:

Kalinga News Beuro

Next Post

ପାଣିପାଗ ବିଭାଗର ପୂର୍ବାନୁମାନ: ବାତ୍ୟା ୟାସ୍ ୨୬ ସକାଳେ ସ୍ଥଳଭାଗ ଛୁଇଁବ

Sun May 23 , 2021
ଭୁବନେଶ୍ବର: ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ୱେଲମାର୍କରେ ଲୋ- ପ୍ରେସର। ଏହା ୨୪ ତାରିଖ ଅର୍ଥାତ୍ ଆସନ୍ତାକାଲି ବାତ୍ୟାର ରୂପ ନେବା ପରେ ‘ୟାସ’ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ଅତି ତୀବ୍ର ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ଥିବା କହିଛନ୍ତି, ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ। ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡ଼ିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ […]
ବାତ୍ୟା ୟାସ୍ ୨୬ ସକାଳେ ସ୍ଥଳଭାଗ ଛୁଇଁବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial