ପାଣିପାଗ ବିଭାଗର ପୂର୍ବାନୁମାନ: ବାତ୍ୟା ୟାସ୍ ୨୬ ସକାଳେ ସ୍ଥଳଭାଗ ଛୁଇଁବ

ବାତ୍ୟା ୟାସ୍ ୨୬ ସକାଳେ ସ୍ଥଳଭାଗ ଛୁଇଁବ

ଭୁବନେଶ୍ବର: ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ୱେଲମାର୍କରେ ଲୋ- ପ୍ରେସର। ଏହା ୨୪ ତାରିଖ ଅର୍ଥାତ୍ ଆସନ୍ତାକାଲି ବାତ୍ୟାର ରୂପ ନେବା ପରେ ‘ୟାସ’ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ଅତି ତୀବ୍ର ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ଥିବା କହିଛନ୍ତି, ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ। ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡ଼ିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ୟାସ୍। ଏହାର ପ୍ରଭାବରେ ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ୨୬ ତାରିଖରେ ବାତ୍ୟା ସମୁଦ୍ର ପଥରେ ଓଡ଼ିଶା ଉପକୂଳ ଗତି କରିବା ସମୟରେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜରେ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଏହି ୩ଟି ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

୨୬ରେ ଚଳିତ ବର୍ଷର ଶେଷ ‘ସୁପର୍‌ମୁନ୍’: ଓଡ଼ିଶାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ନାହିଁ

Sun May 23 , 2021
ଭୁବନେଶ୍ବର : ଚଳିତ ବର୍ଷର ଶେଷ ‘ସୁପର୍‌ମୁନ୍’ ଆସନ୍ତା ୨୬ ତାରିଖରେ ଦେଖାଯିବ। ଏହି ଦିନ ଚନ୍ଦ୍ର ଆମଠାରୁ ୩ଲକ୍ଷ ୫୭ହଜାର ୪୬୨କିମି ଦୂରରେ ଦେଖାଯିବ। ଯେଉଁଥିପାଇଁ ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ରଠାରୁ ଏହା ପ୍ରାୟ ୭ ପ୍ରତିଶତ ବଡ଼ ଏବଂ ୧୫ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯିବ। ଜ୍ୟୋତିଷ ରିଚାର୍ଡ ନଲ୍‌ଙ୍କ ପରିଭାଷାରେ, ଆମଠାରୁ ସାଧାରଣ ଦୂରତାର ୧୦ ପ୍ରତିଶତ ବା ତା’ଠାରୁ କମ୍ ଦୂରତାରେ ଚନ୍ଦ୍ର ଥିବା ସମୟରେ […]
୨୬ରେ ଚଳିତ ବର୍ଷର ଶେଷ ‘ସୁପର୍‌ମୁନ୍’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial