ରୁଷ ତେଲଦର ଉପରେ କଟକଣା ଲଗାଇଲେ ବିକଶିତ ଦେଶ : କିଣିବା ଜାରି ରଖିବ ଭାରତ

ଭାରତ ରୁଷରୁ ତେଲ କିଣିବା ଜାରି ରଖିବ

ନୂଆଦିଲ୍ଲୀ : ପାଶ୍ଚାତ୍ୟ ଦେଶମାନଙ୍କ ଚାପ ସତ୍ତ୍ୱେ ଭାରତ ରୁଷରୁ ତେଲ କିଣିବା ଜାରି ରଖିବା ବୋଲି ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର କହିଛନ୍ତି। ଭାରତ ଗସ୍ତରେ ଆସିଥିବା ଜର୍ମାନୀର ବୈଦେଶିକ ମନ୍ତ୍ରୀ ଆନାଲେନା ବେରବୋକଙ୍କ ସହ ଆଲୋଚନା ବେଳେ ଜୟଶଙ୍କର ଏହା ସ୍ପଷ୍ଟ କରିଦେଇଛନ୍ତି। ସେ କହିଛନ୍ତି ଯେ ୟୁରୋପୀୟ ଦେଶ ନିଜେ ରୁଷରୁ ତେଲ କିଣୁଥିବାବେଳେ ଭାରତକୁ ଉପଦେଶ ଦେବ ଠିକ ନୁହେଁ। ନିଜର ସ୍ୱାର୍ଥ ଅନୁସାରେ ୟୁରୋପୀୟ ଦେଶମାନେ ନିଷ୍ପତ୍ତି ନେବା ତାଙ୍କର ଅଧିକାର, କିନ୍ତୁ ଭାରତର ବି ସେହି ଅଧିକାର ଅଛି।
ସୂଚନାଯୋଗ୍ୟ ଯେ, ବିଶ୍ୱର ୭ଟି ପ୍ରମୁଖ ବିକଶିତ ରାଷ୍ଟ୍ର ରୁଷ ତେଲ ଦାମ ଉପରେ ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି। ରୁଷ ୬୦ ଡଲାରରୁ ଅଧିକ ମୂଲ୍ୟରେ ତେଲ ବିକି ପାରିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ରୁଷ ଏହାକୁ ମାନିବାକୁ ମନା କରିଦେଇଛି। କେବଳ ଏତିକି ନୁହେଁ, ତୈଳ ଯୋଗାଣ ବନ୍ଦ କରିବାକୁ ବି ଧମକ ଦେଇଛି ରୁଷ। ସୂଚନାଯୋଗ୍ୟ ଯେ ପାଶ୍ଚାତ୍ୟ ଦେଶଙ୍କ ଆପତ୍ତି ସତ୍ତ୍ୱେ ଭାରତ ରୁଷରୁ ଶସ୍ତା ଦରରେ ତେଲ କିଣା ଜାରି ରଖିଛି। ଗତମାସରେ ଇଣ୍ଡୋନେସିଆରେ ଅନୁଷ୍ଠିତ ଜି-୨୦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତ ରୁଷରୁ ତେଲ କିଣା ଜାରି ରଖିବ। ସେ ଆହୁରି ମଧ୍ୟ କହିଥିଲେ ଯେ ତୈଳ ଯୋଗାଣ ଉପରେ କୌଣସି ପ୍ରତିବନ୍ଧକ ଲଗାଯିବା ଉଚିତ ନୁହେଁ।

Share Now:

Kalinga News Beuro

Next Post

ଦେଶର ଉନ୍ନତି ପାଇଁ ବହୁତ ପରିଶ୍ରମ କରୁଛ, ଏବେ ଟିକିଏ ଆରାମ କର : ସୋମଭାଇ ମୋଦୀ

Mon Dec 5 , 2022
ଅହମଦାବାଦ: ଦେଶର ଉନ୍ନତି ପାଇଁ ବହୁତ ପରିଶ୍ରମ କରୁଛ, ଏବେ ଟିକିଏ ଆରାମ କର। ଏକଥା ସାନଭାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି ବଡ଼ଭାଇ ସୋମଭାଇ ମୋଦୀ। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରବିବାର ଗୁଜରାଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅହମଦାବାଦରେ ଭୋଟ୍ ଦେଇଥିଲେ। ଏଠାରେ ସେ ତାଙ୍କ ବଡ଼ଭାଇ ସୋମଭାଇ ମୋଦୀଙ୍କୁ ମଧ୍ୟ ଭେଟିଥିଲେ। ଏତେ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଭାବବିହ୍ଵଳ […]
ପ୍ରଧାନମନ୍ତ୍ରୀଙ୍କୁ ବଡ଼ଭାଇଙ୍କ ପରାମର୍ଶ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial