ଯାତ୍ରୀଙ୍କୁ ‘ଟିକେ ଓହ୍ଲାଅ କହି ଧୋକା ଦେଲା ଇଣ୍ଡିଗୋ’

ବେଙ୍ଗାଲୁରୁ: ଯାତ୍ରୀଙ୍କ ସଂଖ୍ୟା କମ ଥିଲା ବୋଲି ଗନ୍ତବ୍ୟସ୍ଥଳକୁ ନ ଯାଇ ଯାତ୍ରୀଙ୍କୁ ଓହ୍ଲାଇଦେଲା ଇଣ୍ଡିଗୋ। କିଛି ଯାତ୍ରୀ ଏବେ ଇଣ୍ଡିଗୋ ଏୟାରଲାଇନ୍ସ ବିରୋଧରେ ସଂଗୀନ ଅଭିଯୋଗ କରିଛନ୍ତି। ଯାତ୍ରୀମାନେ କହିଛନ୍ତି ଯେ ବେଙ୍ଗାଲୁରୁ ବିମାନବନ୍ଦରରେ ସେମାନଙ୍କୁ ବୋକା ବନାଯାଇଥିଲା। ବେଙ୍ଗାଲୁରୁରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ୬ ଜଣ ଥିଲେ। କିନ୍ତୁ ଫ୍ଲାଇଟ୍ କ୍ରୁ ସଦସ୍ୟମାନେ ଆମକୁ ଏଠାରେ ହିଁ ଓହ୍ଲାଇଦେଇଥିଲେ ଓ ଆମ ପାଇଁ କୌଣସି ବ୍ୟବସ୍ଥା ନଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣା ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ରବିବାର ରାତି ପ୍ରାୟ ୯ଟା ସମୟରେ ଘଟିଥିଲା। ଇଣ୍ଡିଗୋ ବିମାନ ୬ଇ୪୭୮ ବାଙ୍ଗାଲୋରରୁ ଚେନ୍ନାଇ ଯିବାର ଥିଲା।
ତେବେ ଏହି ବିମାନରେ ଯାତ୍ରା କରିବାକୁ ମାତ୍ର ୬ ଜଣ ଯାତ୍ରୀ ଥିଲେ। ଏହାପରେ ଇଣ୍ଡିଗୋର ଜଣେ କୃ-ସଦସ୍ୟ ଯାତ୍ରୀମାନଙ୍କୁ କହିଥିଲେ ଯେ ଆପଣମାନଙ୍କୁ ଅନ୍ୟ ଏକ ବିମାନରେ ଚେନ୍ନାଇକୁ ପଠାଯିବ। ଦ୍ୱିତୀୟ ବିମାନ ପାଇଁ ବୋର୍ଡିଂ ପାସ୍ ସହିତ ଆପଣ ବିମାନବନ୍ଦର ଭିତରେ ଅପେକ୍ଷା କରନ୍ତୁ। କ୍ରୁ ସଦସ୍ୟଙ୍କ କଥା ଉପରେ ବିଶ୍ୱାସ କରି ସମସ୍ତ ଯାତ୍ରୀ ବିମାନରୁ ଓହ୍ଲାଇଲେ। ଯାତ୍ରୀମାନେ କହିଛନ୍ତି ଯେ ବିମାନବନ୍ଦର ଭିତରେ ଆମେ ବହୁତ ସମୟ ଅପେକ୍ଷା କରିଥିଲୁ କିନ୍ତୁ ଅନ୍ୟ କୌଣସି ବିମାନ ପାଇଁ ଆମକୁ ବୋର୍ଡିଂ ପାସ୍ ଦିଆଯାଇନଥିଲା। ରିପୋର୍ଟ ଅନୁଯାୟୀ ବିମାନବନ୍ଦରର ଜଣେ କର୍ମଚାରୀ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ଯାତ୍ରୀମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ବିମାନ ବନ୍ଦରଠାରୁ ୧୩ କିଲୋମିଟର ଦୂରରେ ଥିବା ଏକ ହୋଟେଲରେ ଦୁଇଜଣ ଯାତ୍ରୀଙ୍କୁ ରଖାଯାଇଥିଲା। ଚାରି ଜଣ ବିମାନବନ୍ଦର ଲାଉଞ୍ଜରେ ରହିଥିଲେ। ସୋମବାର ସକାଳେ ତାଙ୍କୁ ଚେନ୍ନାଇ ବିମାନରେ ପଠାଯାଇଥିଲା। ଏହି ଅସୁବିଧା ପାଇଁ ଯାତ୍ରୀମାନେ ଇଣ୍ଡିଗୋ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଖେଳୁଛି ଟିପିସିଓଡିଏଲ୍‌ : ବିଦ୍ୟୁତ୍‌ ଖୁଣ୍ଟ ଉଠାଇବା ମାମଲା

Tue Nov 21 , 2023
୪ କୋଟିର ରାସ୍ତାରୁ ବିଦ୍ୟୁତ ଖୁଣ୍ଟ ଉଠାଇବା ଲାଗି ମାଗୁଛି ୩ କୋଟି ଭୁବନେଶ୍ବର: କ୍ରିକେଟ ବିଶ୍ବକପ୍‌ ଆରମ୍ଭ ହୋଇ ଶେଷ ହୋଇଗଲାଣି। କିନ୍ତୁ ତା’ର ଅନେକ ପୂର୍ବରୁ ରାସ୍ତା ମଝିରୁ ଖୁଣ୍ଟ ଉଠାଇବା ମାମଲାରେ ଟିପିସିଓଡିଏଲ୍‌ର ଲମ୍ବା ଖେଳ ଏଯାଏ ଜାରି ରହିଛି। ବିଦ୍ୟୁତ୍‌ ଖୁଣ୍ଟ ଉଠୁ ନଥିବାରୁ କିଭଳି ସମସ୍ୟା ଉପୁଜୁଛି, ତାହା ରାଜଧାନୀର ଏକାଧିକ ସ୍ଥାନରେ ଦେଖିବାକୁ ମିଳିଛି। ଏମିତିକି ରାସ୍ତା ନିର୍ମାଣ କରୁଥିବା ସଂପୃକ୍ତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial