ଭୁଷୁଡିଲା ଷ୍ଟାଡିୟମ ଗ୍ୟାଲେରି, ୫୦ ଦର୍ଶକ ଆହତ

କେରଳ : କେରଳର ପାଲାକାଡରେ ଷ୍ଟାଡିୟମ ଗ୍ୟାଲେରି ଭୁଷୁଡି ପଡିବାରୁ ୫୦ ଜଣ ଦର୍ଶକ ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଷ୍ଟାଡିୟମରେ ଚାଲିଥିବା ଫୁଟବଲ ମ୍ୟାଚ୍‌ ଦେଖୁଥିବା ବେଳେ ହଠାତ୍‌ ଷ୍ଟାଡିୟମର ଗ୍ୟାଲେରି ଭୁଷୁଡି ପଡିଥିଲା। ଫଳରେ ୫୦ ଜଣ ଦର୍ଶକ ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

Share Now:

Kalinga News Beuro

Leave a Reply

Next Post

ନୂଆ ରୂପରେ ଆସୁଛନ୍ତି ଓଡ଼ିଆ ନାୟିକା ସୂରମୟୀ

Mon Jan 20 , 2020
ଭୁବନେଶ୍ୱର: ଓଲିଉଡର ଜଣାଶୁଣା ନାୟିକା ସୂରମୟୀ ଏବର୍ଷ ନୂଆ ରୂପରେ ଆସିବେ ବୋଲି ଜଣାଗଲାଣି। ସେ ଏ ବର୍ଷ ଏକ ନୂଆ ସିନେମାରେ ଆସୁଛନ୍ତି। ଏହାର ଟାଇଟଲ୍ ରହିଛି ‘କ୍ରେଜି-ଫୋର୍’। ଏହି ସିନେମାରେ ଚାରିଜଣ କ୍ରେଜି ଲୋକଙ୍କୁ ଦେଖିବାକୁ ମିଳିବ। ଏମାନଙ୍କ ଭିତରୁ ଜଣେ ହେଲେ ସୂରମୟୀ। ଏହି ଫିଲ୍ମରେ ସୂରମୟୀଙ୍କ ବ୍ୟତୀତ ଅନ୍ୟ ଯେଉଁ ତିନି ଜଣ କ୍ରେଜି ଭୂମିକାରେ ଅଛନ୍ତି,ସେମାନେ ହେଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial