କୁତବ ମିନାର ପରିସରରେ ପୂଜା ପାଇଁ ଅନୁମତି ପ୍ରସଙ୍ଗ : ଶୁଣାଣି ଶେଷ, ଜୁନ ୯ରେ ଆସିବ ରାୟ

କୁତବ ମିନାର ପରିସରରେ ପୂଜା

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଥିବା କୁତବ ମିନାର ପରିସରରେ ୨୭ଟି ହିନ୍ଦୁ ମନ୍ଦିର ଏବଂ ଜୈନ ମନ୍ଦିରର ପୁନଃନିର୍ମାଣ ସମ୍ପର୍କିତ ଏକ ଆବେଦନ ଉପରେ ସାକେତ କୋର୍ଟରେ ଶୁଣାଣି ହୋଇଛି। ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଜୁନ ୯ରେ କୋର୍ଟ ଏହି ମାମଲାର ରାୟ ପ୍ରକାଶ କରିବେ ବୋଲି କହିଛନ୍ତି। ଏହାପୂର୍ବରୁ ଆର୍କେଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ମଧ୍ୟ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛି ଯେ, କୁତବ ମିନାର ଏକ ନିର୍ଜିବ ସ୍ମାରକୀ ଯେଉଁଠାରେ କୌଣସି ପ୍ରକାରର ଧାର୍ମିକ କାର୍ଯ୍ୟକଳାପ କରିବାର କାହାର ଆଇନଗତ ଅଧିକାର ନାହିଁ।
ସାକେତ କୋର୍ଟରେ ଦାଖଲ ହୋଇଥିବା ଆଫିଡେଭିଟରେ ଦର୍ଶାଯାଇଛି ଯେ, କୁତବ ମିନାର ଏକ ନିର୍ଜିବ ସ୍ମାରକୀ ଏବଂ କୌଣସି ଧର୍ମର ଲୋକ ଏଠାରେ ପୂଜାପାଠ ପାଇଁ ଦାବି କରିପାରିବେ ନାହିଁ। ଏଏମଏଏସଆର ଅଧିନିୟମ ୧୯୫୮ ଅନୁଯାୟୀ, କୌଣସି ନିର୍ଜିବ ସ୍ମାରକୀରେ ପୂଜା ଆରମ୍ଭ ହୋଇପାରିବ ନାହିଁ। ଜାନୁଆରି ୨୭, ୧୯୯୯ରେ ଦିଲ୍ଲୀ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି। ଏଏସଆଇ ଅଧିକାରୀଙ୍କ ଅନୁଯାୟୀ, ସାରା ଦେଶରେ ଅସଂଖ୍ୟ ନିର୍ଜିବ ସ୍ମାରକୀ ଅଛି, ଯେଉଁଠାରେ ପୂଜା ଓ ପ୍ରାର୍ଥନାର ଅନୁମତି ନାହିଁ। ଏହା ସତ୍ତ୍ୱେ କୁତବ ମିନାର କମ୍ପ୍ଲେକ୍ସରେ ନମାଜ ପଢା ଯାଉଥିଲା। ବର୍ତ୍ତମାନ ଯେଉଁମାନେ ଏଠାରେ ନମାଜ୍ ପଢୁଥିଲେ ସେମାନଙ୍କୁ ତାହା କରିବାକୁ ବାରଣ କରାଯାଇଛି। ପାଞ୍ଚ ଦିନ ହେବ ଏଠାରେ ନମାଜ ପଢିବା ବନ୍ଦ ଅଛି। ତେବେ ଶୁଣାଣି ସମୟରେ ବିଚାରପତି କହିଥିଲେ ଯେ କୌଣସି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଅଛି ନା ନାହିଁ ତାହା ପ୍ରସଙ୍ଗ ନୁହେଁ। ଏଠାରେ ପ୍ରଶ୍ନ ହେଉଛି ପୂଜା କରିବାର ଅଧିକାର। ପ୍ରଶ୍ନ ହେଉଛି, କେଉଁ ଆଇନ ଏହି ଅଧିକାରକୁ ସମର୍ଥନ କରେ ?

Share Now:

Kalinga News Beuro

Next Post

ଅଲିମ୍ପିକ୍ସ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର

Tue May 24 , 2022
ଭୁବନେଶ୍ବର: ବିଦ୍ୟାଳୟ ସ୍ତରରୁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ। ଅଲମ୍ପିକ ସମ୍ପର୍କିତ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏଣୁ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ପ୍ରଚଳନ କରାଯିବ। ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ଟି ସ୍କୁଲରେ ଆରମ୍ଭ ହେବ ଏହି ଅଲିମ୍ପିକ ଶିକ୍ଷାଦାନ। ଚୀନ ଓ ଜାପାନର ଖେଳାଳିଙ୍କ ଭଳି ଖେଳାଳି ସୃଷ୍ଟି ଉଦ୍ଦେଶ୍ୟରେ କସରତ […]
ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial