ଅଲିମ୍ପିକ୍ସ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର

ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା

ଭୁବନେଶ୍ବର: ବିଦ୍ୟାଳୟ ସ୍ତରରୁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ। ଅଲମ୍ପିକ ସମ୍ପର୍କିତ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏଣୁ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ପ୍ରଚଳନ କରାଯିବ। ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ଟି ସ୍କୁଲରେ ଆରମ୍ଭ ହେବ ଏହି ଅଲିମ୍ପିକ ଶିକ୍ଷାଦାନ। ଚୀନ ଓ ଜାପାନର ଖେଳାଳିଙ୍କ ଭଳି ଖେଳାଳି ସୃଷ୍ଟି ଉଦ୍ଦେଶ୍ୟରେ କସରତ ଆରମ୍ଭ ହେବ। ରାଜ୍ୟରେ ତୃଣମୂଳସ୍ତରରୁ ପିଲାଙ୍କୁ ଅଲିମ୍ପିକ ସମ୍ପର୍କରେ ଶିକ୍ଷା ଦିଆଯିବ। ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏଭଳି ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ସ୍କୁଲ ପିଲାଙ୍କୁ ଅଲିମ୍ପିକ୍ସ ମୂଲ୍ୟବୋଧ ବିଷୟରେ ଅବଗତ କରାଯିବା ସହ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଏଭଳି ଯୋଜନା କରିଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ ରାଉରକେଲା ସହରର ୯୦ଟି ସ୍କୁଲରେ ଆରମ୍ଭ ହେବ ଏହି ଯୋଜନା। ରାଉରକେଲାର ୨୭ଟି ଓ ଭୁବନେଶ୍ୱରର ୬୩ ସ୍କୁଲରେ ଏହି ଯୋଜନା ଆରମ୍ଭ ହେବ।

Share Now:

Kalinga News Beuro

Next Post

କଳିଙ୍ଗା ଘାଟିରେ ବସ ଓଲଟିବା ଘଟଣା : ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

Wed May 25 , 2022
ନୂଆଦିଲ୍ଲୀ: ଗଞ୍ଜାମ-କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ଏକ ଟୁରିଷ୍ଟ ବସ ଓଲଟି ପଡ଼ିବାରୁ ୬ ଜଣଙ୍କ ଜୀବନ ଯାଇଥିଲା। ସେମାନଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ଥିବା ପୁଲିସ ସୂଚନା ଦେଇଥିଲା। ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ ୭୭ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଘଟଣା […]
କଳିଙ୍ଗା ଘାଟିରେ ବସ ଓଲଟିବା ଘଟଣା

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial