ଟାଇଗର ଏବେ ଜେଲରେ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍‌ ସୁପରଷ୍ଟାର୍ ସଲମାନ୍ ଖାନ୍‌ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସଲମାନଙ୍କୁ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍କୁ ପଠାଇ ଦିଆଯାଇଛି। ରାଜସ୍ଥାନ ଯୋଧପୁରର CJM କୋର୍ଟ ଗତକାଲି ଏହି ମାମଲାରେ ରାୟ ପ୍ରକାଶ କରି ସଲମାନଙ୍କୁ ୫ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ସଲ୍‌ମାନଙ୍କ ବିରୋଧରେ ଏହି ମାମଲା ନୂଆ ନୁହଁ। ବଲିଉଉର ବିବାଦୀୟ ତାରକା ମଧ୍ୟରେ ସଲମାନ୍‌ ଅନ୍ୟତମ। ତେବେ ସଲମାନ୍‌ ଆଗରୁ କେଉଁ ସବୁ ବିବାଦରେ ଛନ୍ଦି ହୋଇଛନ୍ତି ଜାଣନ୍ତି।
ଜେଲ ଯିବା ପଛର କାହାଣୀ :
୧-ହିନ୍ଦୀ ଫିଲ୍ମ ‘ହମ୍ ସାଥ୍ ସାଥ୍ ହେଁ’ର ସୁଟିଂ ବେଳେ ରାଜସ୍ଥାନ ଯୋଧପୁରର କାଂକଣି ଅଭୟାରଣ୍ୟରେ ଅଭିନେତା ସଲମାନଙ୍କ ନାଁରେ କୃଷ୍ଣସାର ମୃଗ ଶିକାର ଅଭିଯୋଗ ଆସିଥିଲା। ସଲମାନ୍‌ଙ୍କ ବ୍ୟତୀତ ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନ୍, ବଲିଉଡ ଅଭିନେତ୍ରୀ ନିଲମ୍, ତବୁ ଏବଂ ସୋନାଲି ବେନ୍ଦ୍ରେଙ୍କ ନାଁରେ ମଧ୍ୟ ଏହି ମାମଲାରେ ଅଭିଯୋଗ ହୋଇଥିଲା ଏହାଛଡ଼ା ଅଭିନେତା ଦୁଷ୍କନ୍ତ ସିଂହ ଏବଂ ଦୀନେଶ ସିଂହଙ୍କ ନାଁରେ ବି ଥିଲା ଅଭିଯୋଗ । ୨୭ ସେପ୍ଟେମ୍ବର ୧୯୯୮ରେ ଯୋଧପୁର ନିକଟସ୍ଥ ଭାବଦ୍ ଗାଁରେ କୃଷ୍ଣସାର ମୃଗ ଶିକାର ହୋଇଥିବା ଅଭିଯାଗ ହୋଇଥିଲା।

୨- ୨୦୦୨ ହିଟ୍ ଏଣ୍ଡ ରନ ମାମଲାରେ ବିବାଦରେ ଛନ୍ଦି ହୋଇଥିଲେ ସଲମାନ୍‌। ଏହି ମାମଲାରେ ମୁମ୍ୱାଇର ସେସନ୍ କୋର୍ଟ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷର ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ୍ କରି ସଲମାନ୍ ବମ୍ୱେ ହାଇକୋର୍ଟ ଯାଇଥିଲେ। ହାଇକୋର୍ଟ ସଲମାନଙ୍କୁ ଦୋଷମୁକ୍ତ କରିଥିଲେ। ୨୦୦୨ ରାତିରେ ଫୁଟଫ।ଥରେ ଶୋଇଥିବା ଅବସ୍ଥାରେ କିଛି ଲୋକଙ୍କ ଉପରେ ଚଢ଼ି ଯାଇଥିଲା ସଲମାନଙ୍କ ଲ୍ୟାଣ୍ଡ କ୍ରୁଜର କାର୍। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୪ଜଣ ଆହତ ହୋଇଥିଲେ।
୩-ବହୁ ଚର୍ଚ୍ଚିତ ବିଗବସ୍‌ ସୋ’ରେ ସଲମାନ୍‌ ଜୁବେର ଖାନ୍‌ ନାମକ ଜଣେ ପ୍ରତିଯୋଗୀଙ୍କୁ କୁକୁର ଆକ୍ଷେପ କରିଥିଲେ। ଫଳରେ ସମ୍ପୃକ୍ତ ପ୍ରତିଯୋଗୀ ବିଷ ପିଇ ଦେଇଥିଲେ। ଏହି ମାମଲା ଥାନାକୁ ମଧ୍ୟ ଯାଇଛି।
୪-କ୍ୟାଟ୍ରିନାଙ୍କ ଉପରେ ବିବାଦୀୟ ମନ୍ତବ୍ୟ: ଥରେ ସଲମାନ୍‌ କହିଥିଲେ ସେ(କ୍ୟାଟ୍ରିନା) ଭାରତରେ ଆପଣଙ୍କ ପାଇଁ ମେଗା ଷ୍ଟାର ହୋଇପାରେ। କିନ୍ତୁ ମୋ ପାଇଁ କ୍ୟାଟ୍ରିନା ଜଣେ ଶ୍ରମିକ(ମଜଦୁର)। ସେଇଥିପାଇଁ ସେ ବେଶୀ ପରିଶ୍ରମ କରୁଛନ୍ତି। ଆପଣ ଚାହିଁଲେ ତାଙ୍କଠାରୁ ଶିଖିପାରିବେ।

୫-ଶାହରୁଖଙ୍କ ଉପରେ ବୟାନ୍: ସଲମାନ୍‌ କହିଥିଲେ ଶାହରୁଖ ମତେ ସବୁବେଳେ ବିବାଦରେ ଫସେଇ ଦିଅନ୍ତି। ସେ ବାକ୍ ଚାତୁରୀବଳ ରେ ଖସିଯାଆନ୍ତି। ପୁଣି ତାଙ୍କୁ ସମର୍ଥନ ପାଇଁ ମୁଁ ବାଧ୍ୟ ହୁଏ।

Share Now:

Kalinga News Beuro

Leave a Reply

Next Post

ଆଖି ଡେଇଁବାର ବୈଜ୍ଞାନିକ କାରଣ ଜାଣନ୍ତି କି?

Fri Apr 6 , 2018
ବାମ ଆଖି କିମ୍ୱା ଡାହାଣ ଆଖି ଡେଇଁବା ବା ଫଡ଼କିବା ନେଇ ବିଭିନ୍ନ ଲୋକେ ବିଭିନ୍ନ କଥା କହିଥାନ୍ତି। ଆଖି ଡେଇଁଲେ ଅନେକ ଶୁଭ ବୋଲି ଭାବୁଥିବା ବେଳେ ଅନେକ ଏହା ଅଶୁଭ ସଂକେତ ବୋଲି କହନ୍ତି। ତେବେ ଆପଣ କେବେ ଭାବିଛନ୍ତି ଆଖି ଡେଇଁବା ପଛର କାରଣ କ’ଣ? ଆଖି ଡେଇଁବା ସ୍ୱାସ୍ଥ୍ୟ ବିଷୟରେ ଅନେକ କଥା କହିଥାଏ। ବେଳେ ବେଳେ ଆଖି କିଛି ସେକେଣ୍ଡ୍‌ ପାଇଁ ଡେଇଁଥାଏ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial